ଭରତପୁର ଥାନା ଘଟଣା; ୪ଜଣ ପୁଲିସଙ୍କ ମଧ୍ୟରୁ ଏହି ୩ଜଣଙ୍କର ହେବ ପଲିଗ୍ରାଫ୍ ଟେଷ୍ଟ, ଜାଣନ୍ତୁ କିଏ ଏହି...
Advertisement
Article Detail0/zeeodisha/odisha2449320

ଭରତପୁର ଥାନା ଘଟଣା; ୪ଜଣ ପୁଲିସଙ୍କ ମଧ୍ୟରୁ ଏହି ୩ଜଣଙ୍କର ହେବ ପଲିଗ୍ରାଫ୍ ଟେଷ୍ଟ, ଜାଣନ୍ତୁ କିଏ ଏହି...

Bharatpur police station issue: ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଆଇଆଇସିଙ୍କ ସମେତ ୫ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ ଟେଷ୍ଟ ନିମନ୍ତେ ଅନୁମତି ମିଳି ସାରିଛି।

ଭରତପୁର ଥାନା ଘଟଣା; ୪ଜଣ ପୁଲିସଙ୍କ ମଧ୍ୟରୁ ଏହି ୩ଜଣଙ୍କର ହେବ ପଲିଗ୍ରାଫ୍ ଟେଷ୍ଟ, ଜାଣନ୍ତୁ କିଏ ଏହି...

ଭୁବନେଶ୍ଵର: ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲାରେ ଆଉ ତିନି ନିଲମ୍ବିତ ଅଧିକାରୀଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ କୋର୍ଟ। ନିଲମ୍ବିତ ଥାନା ଅଧିକାରୀଙ୍କ ସହ ୩ ମହିଳା କର୍ମଚାରୀଙ୍କ ଏହି ଟେଷ୍ଟ କରାଯିବ। ପଲିଗ୍ରାଫ ଟେଷ୍ଟ ପାଇଁ ଏସ୍‌ଡିଜେଏମ୍‌ କୋର୍ଟ ଅନୁମତି ଦେେଇଛନ୍ତି। ଜଣେ ଏସ୍‌ଆଇଙ୍କ ସହ ୨ ଏଏ୍‌ସଆଇଙ୍କ ପଲିଗ୍ରାଫ ଟେଷ୍ଟକୁ ଅନୁମତି ମିଳିଛି। ପୂର୍ବରୁ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ଟେଷ୍ଟ ପାଇଁ ଅନୁମତି ମିଳିସାରିଥିଲା। ସେମାନେ ହେଲେ ସବ ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା, ସଲିଳାମୟୀ ସାହୁ ଓ ସାଗରିକା ରଥ। ଅନ୍ୟପଟେ ଗୁଜରାଟ ଗାନ୍ଧୀନଗର ସ୍ଥିତ ଡିଏଫଏସଏଲରେ ହେବ ତତ୍କାଳୀନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ନାର୍କୋ, ପଲିଗ୍ରାଫ ଓ ବ୍ରେନ ପିଙ୍ଗର ପ୍ରିଣ୍ଟିଂ ଟେଷ୍ଟ। ଦୀନକୃଷ୍ଣଙ୍କ ପାଇଁ ପ୍ରଶ୍ନାବଳୀ ପ୍ରସ୍ତୁତ କରୁଛି କ୍ରାଇମବ୍ରାଞ୍ଚ। ଏବେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି। 

ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଆଇଆଇସିଙ୍କ ସମେତ ୫ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ ଟେଷ୍ଟ ନିମନ୍ତେ ଅନୁମତି ମିଳି ସାରିଛି। ଏବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିମନ୍ତେ ଆଉ ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହେବ। ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଭୁବନେଶ୍ୱର ଏସ୍‌ଡିଜେଏମ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ପକ୍ଷରୁ ଏ ନେଇ ଅନୁମତି ମିଳିଛି।