Baliyatra 2024: ଉଦ୍ଘାଟିତ ହେଲା ଐତିହାସିକ ଚେଳିତୋଳ ବାଲିଯାତ୍ରା-୨୦୨୪
Advertisement
Article Detail0/zeeodisha/odisha2517779

Baliyatra 2024: ଉଦ୍ଘାଟିତ ହେଲା ଐତିହାସିକ ଚେଳିତୋଳ ବାଲିଯାତ୍ରା-୨୦୨୪

Baliyatra 2024: ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ,ସମ୍ମାନନୀୟ ଅତିଥି ଭାବରେ ଅତିରିକ୍ତ ତହସିଲଦାର ତପସ୍ୱିନୀ ନାୟକ,ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ବାବଦରେ ଆଲୋକପାତ କରିଥିଲେ। ଶେଷରେ ଜିଲ୍ଲା ବାହାରର କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Baliyatra 2024: ଉଦ୍ଘାଟିତ ହେଲା ଐତିହାସିକ ଚେଳିତୋଳ ବାଲିଯାତ୍ରା-୨୦୨୪

Baliyatra 2024: (ନାରାୟଣ ବେହେରା) ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଗୋପିଆକୁଦ ମହାନଦୀ ପଠାରେ ଐତିହାସିକ ଚେଳିତୋଳ ବାଲିଯାତ୍ରା-୨୦୨୪ ଉଦ୍ଘାଟିତ ହୋଇଯାଇଛି। ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଦ୍ମଶ୍ରୀ ବାବା ବଳିଆ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ମହାନ। 

ଏହି ଚେରିତୋଳ ବନ୍ଦରରୁ ସାଧବ ପୁଅମାନେ ଜାଭା, ସୁମାତ୍ରା,ବୋର୍ଣ୍ଣିଓ ଆଦି ବିଦେଶକୁ ଯାଇ ବାଣିଜ୍ୟ କରି ଆମ ଜିଲ୍ଲା ତଥା ରାଜ୍ୟକୁ ସମୃଦ୍ଧ କରୁଥିଲେ। ଏ ମାଟି ହେଉଛି ମା ଶାରଳା ମାଟି। ଏ ମାଟିରେ ଆଦିକବି ଶାରଳା ଦାସଙ୍କ ପରି ଯୋଗଜନ୍ମା ଜନ୍ମ ହୋଇ ମାଟିକୁ ରୁଦ୍ଧିମନ୍ତ କରିଛନ୍ତି ବୋଲି ବାବା ବଳିଆ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ବାଲିକୁଦା -ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ,ସମ୍ମାନନୀୟ ଅତିଥି ଭାବରେ ଅତିରିକ୍ତ ତହସିଲଦାର ତପସ୍ୱିନୀ ନାୟକ,ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ବାବଦରେ ଆଲୋକପାତ କରିଥିଲେ। ଶେଷରେ ଜିଲ୍ଲା ବାହାରର କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।