ମୁଖ୍ୟମନ୍ତ୍ରୀ ବି ହୋଇଥିଲେ ଠକେଇ ଶିକାର
Advertisement
Article Detail0/zeeodisha/odisha2573158

ମୁଖ୍ୟମନ୍ତ୍ରୀ ବି ହୋଇଥିଲେ ଠକେଇ ଶିକାର

ଖାଉଟୀ ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ସେ ବି ଚିଟ୍‍ଫଣ୍ଟ ଠକେଇର ଶିକାର ହୋଇଛନ୍ତି। ଥରେ ନୁହେଁ ଦୁଇଥର। ଥରେ ୧୯୯୦ ମସିହାରେ ଏବଂ ଆଉଥରେ ୨୦୦୨ ମସିହାରେ। ଏ ନେଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ହେଲେ କୌଣସି ସୁଫଳ ପାଇ ନାହାନ୍ତି।

ମୁଖ୍ୟମନ୍ତ୍ରୀ ବି ହୋଇଥିଲେ ଠକେଇ ଶିକାର

ଭୁବନେଶ୍ୱର: ରାଜ୍ୟରେ ଚିଟ୍‍ଫଣ୍ଡ ଚେର ବଡ଼ ଗମ୍ଭୀର। ରାଜନେତାଙ୍କଠାରୁ ସରକାରୀ କର୍ମଚାରୀ କେହି ଏଥିରୁ ବାଦ ପଡ଼ି ନାହାନ୍ତି। ଏପରିକି ଅତୀତର ଆଇନ କାନୁନ ଏହି ଠକେଇକୁ ରୋକିବାରେ ଅସମର୍ଥ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

ଖାଉଟୀ ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ସେ ବି ଚିଟ୍‍ଫଣ୍ଟ ଠକେଇର ଶିକାର ହୋଇଛନ୍ତି। ଥରେ ନୁହେଁ ଦୁଇଥର। ଥରେ ୧୯୯୦ ମସିହାରେ ଏବଂ ଆଉଥରେ ୨୦୦୨ ମସିହାରେ। ଏ ନେଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ହେଲେ କୌଣସି ସୁଫଳ ପାଇ ନାହାନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ୧୯୮୬ର ଆଇନ ଏହିଭଳି ଅପରାଧକୁ ରୋକିବାରେ ଅସମର୍ଥ ଥିଲା। ଲୋକଙ୍କ ସ୍ୱାର୍ଥ ରକ୍ଷା କରିପାରୁ ନଥିଲା। ଏବେ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂଆ ବେଆଇନ ଅର୍ଥ ନେଣ ଦେଣ ଆଇନ ଲାଗୁ ହେବା ପରେ ଏ ମାମଲାରେ ଅନେକ ପରିବର୍ତ୍ତନ ଆସିଛି। ଲୋକଙ୍କ କଷ୍ଟ ଅର୍ଜିତ ଧନ ସୁରକ୍ଷିତ ରହିପାରୁଛି। ଗଳା ବାଟକୁ ରୋକିପାରୁଛି ଏହି ନୂଆ ଆଇନ। ୨୦୧୯ ମସିହାରେ ଏହି ଆଇନ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଛି। ଏହି ଆଇନରେ ଠକ ସଂସ୍ଥାକୁ ଉତ୍ତରଦାୟୀ କରିବା ସହିତ ସମସ୍ତ ପ୍ରକାର ଗଳାବାଟକୁ ବନ୍ଦ କରିବାର ପ୍ରାବଧାନ କରାଯାଇଛି ବୋଲି ସେ କହିଛନ୍ତି।

ଇଣ୍ଟରନେଟ ଓ ସୋଶାଲ ମିଡିଆକୁ ଠକେଇର ଅନ୍ୟ ଏକ ଜାଲ ସାଜିଛି।  ସେବା ଓ ସାମଗ୍ରୀ ଯୋଗାଇଦେଉଥିବା ସଂସ୍ଥା ଲୋକମାନଙ୍କୁ ଠକି ଦେଇ ରାତାରାତି ଗାଏବ ହୋଇଯାଉଛନ୍ତି ବୋଲି ସେ କହିଛନ୍ତି । 2010 ମସିହାରେ ଓଡିଶାରେ ଟିଟଫଣ୍ଡ ସଂସ୍ଥା ମାଧ୍ୟମରେ ବହୁତ ଲୋକ ଠକାମିରେ ଶିକାର ହୋଇଥିଲେ । ଏ ସବୁକୁ ରୋକିବା ଓ ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ନୂଆ ଆଇନରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।  ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଗଠନ କରାଯାଇଛି । ଉପଭୋକ୍ତା ଅଧିକାରର କୌଣସି ପ୍ରକାର ଉଲଂଘନ ହେଲେ ଏହି ପ୍ରାଧିକରଣ ତା’ର ଯାଞ୍ଚ ଓ ତଦନ୍ତ କରି ସୁରକ୍ଷା ଯୋଗାଇଦେବେ ବୋଲି ଶ୍ରୀ ମାଝି କହିଛନ୍ତି। ଠକାମିର ଶିକାର ହେଲେ ଡିଜିଟାଲ ମାଧ୍ୟମରେ ଅଭିଯୋଗ କରିବାକୁ ଉପଭୋକ୍ତାମାନେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ଏବେ ଚିଟଫଣ୍ଡ ଜମାକାରୀଙ୍କୁ ଉତ୍ସାହିତ କରିଛି। ଚିଟ୍‍ଫଣ୍ଡ ଜମାକାରୀଙ୍କ ଅର୍ଥକୁ ଫେରାଇବା ପାଇଁ ବିଜେପି ସରକାର ଫେରାଇବା ଲାଗି ନିର୍ବାଚନ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ପାଳନ କରି ନାହାନ୍ତି ବୋଲି କହିଛନ୍ତି କ୍ଷତିଗ୍ରସ୍ତ। ଏଣୁ ଆସନ୍ତା ଦିନରେ ଆନ୍ଦୋଳନକୁ ରାସ୍ତା ଭାବେ ଗ୍ରହଣ କରିବାକୁ ସେମାନେ ଚିନ୍ତା କରିଥିବା କହିଛନ୍ତି। 

ଅପରପକ୍ଷେ ବିଜେପି ଯେଉଁ ପ୍ରତିଶୃତି ଦିଏ ତାହାକୁ ପାଳନ କରେ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହି଼୍ତୁ ୧୮ ମାସ ଭିତରେ ଚିଟ୍‍ଫଣ୍ଡ ଜମାକାରୀଙ୍କୁ ଅର୍ଥ ଫେରସ୍ତ ପାଇଁ ପ୍ରତିଶୃତି ଦିଆଯାଇଥିଲା। ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। 
ଚିଟ୍‍ଫଣ୍ଡ ଜମାକାରୀଙ୍କୁ ତାଙ୍କ ସଞ୍ଚିତ ଧନ ଫେରାଇବା ଲାଗି ୨୦୧୩ ମସିହାରେ ଏକ କମିଶନ ଗଠନ କରାଯାଇଥିଲା। କମିଶନଙ୍କ ରିପୋର୍ଟକୁ ଆଧାର କରି କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ହୋଇଥିଲା। ୧୦ ହଜାରଟଙ୍କାରୁ କମ୍‍ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରାଯାଇଛି। ଏମାନଙ୍କ ସଂଖ୍ୟା ପ୍ରାୟ ୨ ଲକ୍ଷ ୩୮ ହଜାର ହେବ। ହେଲେ ଏବେ ବି ୫ ଲକ୍ଷରୁ ଅଧିକ ଜମାକାରୀଙ୍କ ଭାଗ୍ୟ ଅପେକ୍ଷାରେ ରହିଛି। ପ୍ରାୟ ୪୫୦ କମ୍ପାନୀ ରାଜ୍ୟରେ ଏହି ଜମାକାରୀଙ୍କୁ ଠକେଇ କରିଥିବା ନେଇ ମାମଲା ରୁଜୁ ହୋଇଛି।

Also Read- Shani Dev: ଜନ୍ମ କୁଣ୍ଡଳିର ଅଷ୍ଟମ ଘରେ ଶନିଙ୍କ ପ୍ରଭାବ କ'ଣ ? ଜାଣନ୍ତୁ

Also Read- ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାମାଜିକ ସୁରକ୍ଷା ବିଭାଗ ସଚିବ ଦାୟିତ୍ୱ