ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ୍-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରୁଛନ୍ତି । ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ କରିବାକୁ ପଡ଼ିବ ଏବଂ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିପାରିବେ । ଏଥିନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ ।
Trending Photos
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଷ୍ଟମ ଥର ପାଇଁ ଶୁଣାଣି ହୋଇଛି। ଆଜି ପର୍ଯ୍ୟନ୍ତ ୮୦୩୧ଟି ଦରଖାସ୍ତ ଆସିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଦରଖାସ୍ତ ମଧ୍ୟରୁ ୮୧ ପ୍ରତିଶତ ଅଭିଯୋଗର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅର୍ଥାତ୍ ୬୫୪୫ ଅଭିଯୋଗର ଶୁଣାଣି ଶେଷ ହୋଇଛି। ଆଜି ୧ ହଜାର ଦରଖାସ୍ତ ପଞ୍ଜୀକୃତ ହୋଇଛି। ଏହା ମଧ୍ୟରୁ ୭୦୦ ଅଭିଯୋଗର ଶୁଣାଣି କରାଯାଇ ବିଭିନ୍ନ ବିଭାଗକୁ ପଠା ଯାଇଛି। ଯାହା ଅଭିଯୋଗ ଆସୁଛି ବିଭିନ୍ନ ବିଭାଗ ସହ ଆଲୋଚନା କରି ସମାଧନ କରାଯାଉଛି। ଯେଉଁ ଗୁଡ଼ିକ ଜଟିଳ ସମସ୍ୟା ଅଛି, ତାକୁ ତ୍ଵରିତ ପର୍ଯ୍ୟାୟରେ ସମାଧାନ କରାଯାଉଛି। ୯୦ ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ସରକାର ଚେଷ୍ଟା କରୁଥିବା କହିଛନ୍ତି। ତାପରେ ବି ଯେଉଁ ଗୁଡ଼ିକ ହୋଇପାରୁନାହିଁ ପୁନର୍ବାର ଏହାର ତର୍ଜମା କରାଯାଉଛି। ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଅଭିଯୋଗକାରୀ ଯେଉଁ ମାନେ ବିଭିନ୍ନ ସମସ୍ୟା ନେଇକି ଆସୁଛନ୍ତି ଅଭିଯୋଗ କରିବାକୁ, ସେମାନଙ୍କୁ ମୁଁ ଅନୁରୋଧ କରୁଛି କି ପ୍ରଥମେ ସେମାନେ ନିଜ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରନ୍ତୁ ଏବଂ ସେଠାରେ ନିଶ୍ଚିତ ଭାବରେ ତାଙ୍କ ସମସ୍ୟାର ସମାଧାନ କରାଯିବ, ତେଣୁ ଭୁବନେଶ୍ଵରକୁ ଆସି ଅଯଥାରେ ଖର୍ଚ୍ଚାନ୍ତ ହୁଅନ୍ତୁ ନାହିଁ।
ତେବେ ଆଜି ଅଭିଯୋଗ ଶୁଣାଣୀ ସମୟରେ ମୁଖ୍ୟମନ୍ତ୍ରୀ କିଛି ଅଭିଯୋଗର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି । ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଜଣେ ରୋଗୀ ନିଜ ଅଭିଯୋଗ ନେଇ ଆସିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ପଠାଇଥିଲେ। ଅଭିଯୋଗ ପ୍ରକୋଷ୍ଠରୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା। ବଲାଙ୍ଗୀର ସଇଁତଳାରୁ ଆସିଥିବା ଆଲୋକ କାଲସେ ୧୨ ବର୍ଷ ବୟସର ହୋଇଥିଲେ ହେଁ ଚାଲି ପାରୁନାହାନ୍ତି। ଚିକିତ୍ସା ପାଇଁ ବାପା ମା, ଆଲୋକଙ୍କୁ ନେଇ ଅନେକ ମେଡିକାଲ ବୁଲିଲେଣି। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିନଥିବାରୁ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଆସିଥଲେ। ତେବେ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋକଙ୍କ ପାଖକୁ ଯାଇ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା କଥା ପଚାରିଥିଲେ। ଆଉ ତାଙ୍କର ସମସ୍ୟାକୁ ଗୁରୁତର ସହ ନେଇ ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଲୋକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ୍-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରୁଛନ୍ତି । ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ କରିବାକୁ ପଡ଼ିବ ଏବଂ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିପାରିବେ । ଏଥିନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ । ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ ।
Also Read- ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା, BMC କମିସନର ଦେଲେ ଚେତାବନୀ