Cuttack Balijatra: ହାଇକୋର୍ଟ ସମ୍ପୂର୍ଣ୍ଣ ତଳ ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବା ନେଇ ନିଷ୍ପତ୍ତି ନେବା ପରେ ଚିନ୍ତାରେ ଏବେ ବ୍ୟବସାୟୀ। ଉପର ପଡ଼ିଆ ପାଇଁ ୬୦୦ ବ୍ୟବସାୟୀ ପ୍ଲଟ ହାତେଇଥିବା ବେଳେ ସେମାନେ ଏଭେ କଣ କରିବେ, ସେ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଆସନ୍ତା ୪ ତାରିଖରେ ହେବାକୁ ଥିବା ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଭାରାପ୍ରାପ୍ତ ଜିଲ୍ଲାପାଳ କହିଛନ୍ତି।
Trending Photos
କଟକ: ଆସନ୍ତା ନଭେମ୍ୱର ୧୫ତାରିଖରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା। ଉପର ପଡ଼ିଆରେ ବାଲିଯାତ୍ରା ନ କରି ତଳ ପଡ଼ିଆରେ ବାଲିଯାତ୍ରା କଲେ ଭଲ ହୁଅନ୍ତା ବୋଲି ପରାମର୍ଶ ଦେଇଛନ୍ତି ହାଇକୋର୍ଟ। ବାଲିଯାତ୍ରା ତଳ ପଡ଼ିଆରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ କଟକଣା ଜାରି କରିଛି। କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣୀ କରି ଏହି ମତ ରଖିଛନ୍ତି ହାଇକୋର୍ଟ।
ଅନ୍ୟପଟେ ଏପଟେ ତଳ ପଡ଼ିଆ ଓ ଉପର ପଡିଆର ବ୍ୟବସାୟୀଙ୍କୁ ଜାଗା ଦେବାକୁ ହେଲେ, କେତେ ସମ୍ପ୍ରସାରଣ କରିବାକୁ ପଡ଼ିବ ? ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଗାଇଡଲାଇନ ଭିତରେ ଏହା ସମ୍ଭବ କି? ଏନେଇ ବିଭିନ୍ନ ଦିଗକୁ ନେଇ ତର୍ଜମା କରୁଛି ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ। ଏବେ ଏହାକୁ ନେଇ ବିଚାରବିମର୍ଶ କରୁଛନ୍ତି ପ୍ରଶାସନିକ ଅଧିକାରୀ।
ହାଇକୋର୍ଟ ସମ୍ପୂର୍ଣ୍ଣ ତଳ ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବା ନେଇ ନିଷ୍ପତ୍ତି ନେବା ପରେ ଚିନ୍ତାରେ ଏବେ ବ୍ୟବସାୟୀ। ଉପର ପଡ଼ିଆ ପାଇଁ ୬୦୦ ବ୍ୟବସାୟୀ ପ୍ଲଟ ହାତେଇଥିବା ବେଳେ ସେମାନେ ଏଭେ କଣ କରିବେ, ସେ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଆସନ୍ତା ୪ ତାରିଖରେ ହେବାକୁ ଥିବା ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଭାରାପ୍ରାପ୍ତ ଜିଲ୍ଲାପାଳ କହିଛନ୍ତି।