Odisha News: ମନ୍ତ୍ରୀ କହିଛନ୍ତି ଯେ ନଭେମ୍ବର ୨ ତାରିଖ ସୁଦ୍ଧା ପ୍ରଭାବିତ ହୋଇଥିବା ଜିଲ୍ଲା ଏବଂ ବିଭିନ୍ନ ବିଭାଗକୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ଏବଂ ବିଭାଗୀୟ ସ୍ତରରୁ ରିପୋର୍ଟ ହସ୍ତଗତ ହୋଇସାରିଥିବା ବେଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହାର ସଙ୍କଳନ କରୁଛି। ସଙ୍କଳନ ସରିବା ପରେ ଆଜି ସନ୍ଧ୍ୟା ସୁଦ୍ଧା ନିର୍ଦ୍ଧିଷ୍ଟ କ୍ଷତି ସମ୍ପର୍କରେ ଜଣାପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି।
Trending Photos
Odisha News: ବାତ୍ୟା ଦାନା ଯୋଗୁଁ ରାଜ୍ୟର ୧୪ ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୬୦୦ କୋଟି ଟଙ୍କା କ୍ଷତି ହୋଇଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ନଭେମ୍ବର ୨ ତାରିଖ ସୁଦ୍ଧା ପ୍ରଭାବିତ ହୋଇଥିବା ଜିଲ୍ଲା ଏବଂ ବିଭିନ୍ନ ବିଭାଗକୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ଏବଂ ବିଭାଗୀୟ ସ୍ତରରୁ ରିପୋର୍ଟ ହସ୍ତଗତ ହୋଇସାରିଥିବା ବେଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହାର ସଙ୍କଳନ କରୁଛି। ସଙ୍କଳନ ସରିବା ପରେ ଆଜି ସନ୍ଧ୍ୟା ସୁଦ୍ଧା ନିର୍ଦ୍ଧିଷ୍ଟ କ୍ଷତି ସମ୍ପର୍କରେ ଜଣାପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି।
ତେବେ ପ୍ରାଥମିକ ସୂଚନା ଅନୁଯାୟୀ ୧୪ଟି ଜିଲ୍ଲାର ୧୬୬ ବ୍ଲକ ମଧ୍ୟରୁ ୧୩୧ ବ୍ଲକ କ୍ଷତିଗ୍ରସ୍ତ ହୋଇଛି। ୧୧ ହଜାର ୬୩୭ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ମୋଟ ୪୧ ଲକ୍ଷ ୪ହଜାର ୩୫୭ ଲୋକ ସାମଗ୍ରିକ ଭାବେ ପ୍ରଭାବିତ ହୋଇଛନ୍ତି। ବାତ୍ୟାରେ ମୋଟ ୧୬ ହଜାର ୪୧୬ ଘର ଭାଙ୍ଗିଛି। ୨୭ଟି କଚା ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୧୪ ହଜାର ୬୮୦ ଘର ଆଂଶିକ ଭାବେ ଭାଙ୍ଗିଛି । ଶକ୍ତି ବିଭାଗର ବେଶୀ କ୍ଷତି ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ ହେବ। ଆସନ୍ତାକାଲି କେନ୍ଦ୍ରକୁ ବାତ୍ୟା କ୍ଷୟକ୍ଷତି ରିପୋର୍ଟ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି