vigilance net raid: ଭିଜିଲାନ୍ସ ଟିମ୍ ଭୁବନେଶ୍ବର ଦୁଇଟି ଓ ବ୍ରହ୍ମପୁରର ଦୁଇଟି ସ୍ଥାନରେ ଚଢ଼ାଉ କରି ଖୋଳତାଡ଼ କରୁଛି।ଆଇଗିଣିଆରେ ଥିବା ବାସଭବନ, ମଞ୍ଚେଶ୍ବର ବରିମୁଣ୍ଡ ପୈତୃକ ଘରେ ଚଢ଼ାଉ କରାଯାଉଛି। ସେହିପରି ବ୍ରହ୍ମପୁର ଖାରବେଳନଗରରେ ଥିବା ଭଡ଼ା ଘର ଓ ବିଏନ୍ପୁରରେ ଥିବା କାର୍ଯ୍ୟାଳୟରେ ବି ପହଞ୍ଚି ଚଢ଼ାଉ କରୁଛି ଭିଜିଲାନ୍ସ। ଏହି ଚଢ଼ାଉରେ ୫ ଜଣ ଡିଏପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମକାରୀ ସାମିଲ ହୋଇଛନ୍ତି
Trending Photos
ଭୁବନେଶ୍ଵର: ଭିଜିଲାନସ ଜାଲରେ ଓଡିଶା ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନ ଡିଜିଏମ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଓ ବ୍ରହ୍ମପୁରର ଏକକାଳୀନ ୪ଟି ସ୍ଥାନରେ ଚଢଉ କରାଯାଇଛି। ବ୍ରହ୍ମପୁର ଡିଭିଜନ ଡିଜିଏମ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନସ। ଭୁବନେଶ୍ୱର ଓ ବ୍ରହ୍ମପୁରର ଚାରୋଟି ସ୍ଥାନରେ ଚାଲିଛି ଚଢ଼ଉ।
ଭୁବନେଶ୍ବରରେ ସୁବାସ ଚନ୍ଦ୍ର ପଣ୍ଡାଙ୍କର ୪ଟି ବହୁମୂଲ୍ୟ ପ୍ଲଟ୍, ବରିମୁଣ୍ଡରେ ଏକ ଦୁଇମହଲା କୋଠା, ଆଇଗଣିଆରେ ତିନିମହଲା କୋଠା, ନଗଦ ୧୩ ଲକ୍ଷ ଟଙ୍କା, ଏକ କେଜି ସୁନା, ଗୋଟିଏ କ୍ରେଟା କାର୍ ଓ ଅନ୍ୟ ବେନାମୀ କାର୍ ଠାବ ହୋଇଛି। ଏହାଛଡ଼ା ଏକ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ବି ଠାବ ହୋଇଛି।
ଭିଜିଲାନ୍ସ ଟିମ୍ ଭୁବନେଶ୍ବର ଦୁଇଟି ଓ ବ୍ରହ୍ମପୁରର ଦୁଇଟି ସ୍ଥାନରେ ଚଢ଼ାଉ କରି ଖୋଳତାଡ଼ କରୁଛି।ଆଇଗିଣିଆରେ ଥିବା ବାସଭବନ, ମଞ୍ଚେଶ୍ବର ବରିମୁଣ୍ଡ ପୈତୃକ ଘରେ ଚଢ଼ାଉ କରାଯାଉଛି। ସେହିପରି ବ୍ରହ୍ମପୁର ଖାରବେଳନଗରରେ ଥିବା ଭଡ଼ା ଘର ଓ ବିଏନ୍ପୁରରେ ଥିବା କାର୍ଯ୍ୟାଳୟରେ ବି ପହଞ୍ଚି ଚଢ଼ାଉ କରୁଛି ଭିଜିଲାନ୍ସ। ଏହି ଚଢ଼ାଉରେ ୫ ଜଣ ଡିଏପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମକାରୀ ସାମିଲ ହୋଇଛନ୍ତି।