ଗତକାଲି ମକର ନୀତି ପାଇଁ ସନ୍ଧ୍ୟାରେ ଠାକୁରଙ୍କ ଚଳନ୍ତି ପ୍ରତିମାଙ୍କୁ ମକର ମଣ୍ଡପକୁ ଅଣାଯାଇଥିଲା। ଏଠାରେ ଆଡ଼ମ୍ବର ସହକାରେ ପ୍ରଭୁଙ୍କୁ ଶୀତ ଘର୍ଷଣ ଲାଗି କରିବାରେ ଥିଲା। ଏହିକ୍ରମରେ ଘୃତ କମଳ ଲାଗି ପାଇଁ ସୁଆର ସେବାୟତ ସ୍ୱତନ୍ତ୍ର ପ୍ରସ୍ତୁତି କରିବା କଥା। ଏହି ଘୃତ କମଳ ପ୍ରଭୁଙ୍କୁ ଶୀତରୁ ରକ୍ଷା ଦେବା ଲାଗି ଉଦ୍ଦିଷ୍ଟ। କିନ୍ତୁ ଏହି ସେବାକୁ ନେଇ ପୂଜାପଣ୍ଡା ଓ ବଡ଼ୁ ସେବାୟତଙ୍କ ଭିତରେ ବିବାଦ ଲାଗିଥିଲା। ଏହା ବଡ଼ୁ ସେବା ହୋଇଥିଲେ ମଧ୍ୟ ପୂଜା ପଣ୍ଡା ସେବକ ଜବରଦସ୍ତ ତାଙ୍କ ସେବାରେ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଏହାପରେ ଏେବ ସ୍ଥିତାବସ୍ଥା ବଜାୟ ରହିଛି।
Trending Photos
ଭୁବନେଶ୍ୱର: ଭୁବନେଶ୍ୱରରର ପ୍ରସିଦ୍ଧ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ବଡ଼ୁ ଓ ପୂଜାପଣ୍ଡା ସେବକଙ୍କ ଭିତରେ ଯୁକ୍ତି-ତର୍କ ତଥା ବିବାଦ କାରଣରୁ ରୀତି ନୀତି ଆଗକୁ ବଢ଼ିପାରି ନାହାନ୍ତି। ଫଳରେ ଶ୍ରୀ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଗତ ସନ୍ଧ୍ୟାରୁ ମକର ମଣ୍ଡପରେ ବସି ରହିଛନ୍ତି। ପ୍ରଶାସନ ଏ ଦିଗରେ ହସ୍ତକ୍ଷେପ ନକରୁଥିବାରୁ ଏପରି ଅଚଳାବସ୍ଥା ସୃଷ୍ଟି ହେଉଛି ବୋଲି କିଛି ସେବାୟତ ଅଭିଯୋଗ କରିଛନ୍ତି।
ଗତକାଲି ମକର ନୀତି ପାଇଁ ସନ୍ଧ୍ୟାରେ ଠାକୁରଙ୍କ ଚଳନ୍ତି ପ୍ରତିମାଙ୍କୁ ମକର ମଣ୍ଡପକୁ ଅଣାଯାଇଥିଲା। ଏଠାରେ ଆଡ଼ମ୍ବର ସହକାରେ ପ୍ରଭୁଙ୍କୁ ଶୀତ ଘର୍ଷଣ ଲାଗି କରିବାରେ ଥିଲା। ଏହିକ୍ରମରେ ଘୃତ କମଳ ଲାଗି ପାଇଁ ସୁଆର ସେବାୟତ ସ୍ୱତନ୍ତ୍ର ପ୍ରସ୍ତୁତି କରିବା କଥା। ଏହି ଘୃତ କମଳ ପ୍ରଭୁଙ୍କୁ ଶୀତରୁ ରକ୍ଷା ଦେବା ଲାଗି ଉଦ୍ଦିଷ୍ଟ। କିନ୍ତୁ ଏହି ସେବାକୁ ନେଇ ପୂଜାପଣ୍ଡା ଓ ବଡ଼ୁ ସେବାୟତଙ୍କ ଭିତରେ ବିବାଦ ଲାଗିଥିଲା। ଏହା ବଡ଼ୁ ସେବା ହୋଇଥିଲେ ମଧ୍ୟ ପୂଜା ପଣ୍ଡା ସେବକ ଜବରଦସ୍ତ ତାଙ୍କ ସେବାରେ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଏହାପରେ ଏେବ ସ୍ଥିତାବସ୍ଥା ବଜାୟ ରହିଛି।
ପୂର୍ବରୁ ଅନେକ ସମୟରେ ବିଭିନ୍ନ ଗୋଷ୍ଠୀ ଭିତରେ ବିବାଦ କାରଣରୁ ନୀତିକାନ୍ତି ପ୍ରଭାବିତ ହେଉଛି। ଏଥିରେ ଶ୍ରଦ୍ଧାଳୁ ମଧ୍ୟ ପ୍ରଭାବିତ ହେଉଛନ୍ତି। ବିଶେଷ କରି ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ନଥିବା ତଥା ସଙ୍କୁଚିତ ପ୍ରଶାସନିକ କ୍ଷମତା କାରଣରୁ ଏପରି ବିବାଦର ସ୍ଥାୟ୍ରୀ ସମାଧାନ ହୋଇ ପାରୁ ନଥିବା ନେଇ ଅଭିଯୋଗ ହୋଇଛି।