Entertainment News: ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ l ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଏବଂ ଡାକ୍ତର ଶୁଭ ଦାଶ l ଚିତ୍ରତ୍ତୋଳନ ଈଶ୍ୱର ବାରିକ ଏବଂ ସମ୍ପାଦନା ରାଜେଶ ଦାଶ l ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଅମିତ ନାୟକ l ପୋଷ୍ଟ ପ୍ରଡ଼କସନ ସୃଜନ ଫିଲ୍ମ୍ସ l
Trending Photos
Entertainment News: ଅଞ୍ଜନେୟ ମିଡ଼ିଆ ପ୍ରଇଭେଟ ଲିମିଟେଡ଼ ପ୍ରସ୍ତୁତ "ହାଫ୍ ଲଭ୍ ଷ୍ଟୋରୀ" ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ହୋଇଛି l ଶୀତଲ ହୋଟେଲର ଏକ ବର୍ଣ୍ଣାଢ୍ୟ ପରିବେଶରେ ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଅନେକ ସିନେପ୍ରେମୀଙ୍କ ସମେତ ସାମ୍ବାଦିକ ବନ୍ଧୁମାନଙ୍କ ଗହଣରେ ମହାଡ଼ମ୍ବରରେ ଅଡିଓ ଲୋକାର୍ପଣ ହୋଇଛି l ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ପ୍ରଭାତ କୁମାର ପ୍ରଧାନ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ l ଚଳଚ୍ଚିତ୍ରର କ୍ରି୍ଏଟିଭ ହେଡ଼ ଅଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ l ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ l ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଏବଂ ଡାକ୍ତର ଶୁଭ ଦାଶ l ଚିତ୍ରତ୍ତୋଳନ ଈଶ୍ୱର ବାରିକ ଏବଂ ସମ୍ପାଦନା ରାଜେଶ ଦାଶ l ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଅମିତ ନାୟକ l ପୋଷ୍ଟ ପ୍ରଡ଼କସନ ସୃଜନ ଫିଲ୍ମ୍ସ l
ଏକ ମଫସଲ ଗାଁ ର ବାପା ମାଆ ଛେଉଣ୍ଡ ଯୁବକ ଶିବୁl ଗାଁ ରେ ମାମୁଁଙ୍କର ଡାଲି ଚାଉଳ ଦୋକାନଟିଏ l ହରିଆ ତାର ଘନିଷ୍ଠ ବନ୍ଧୁ l ପଡୋଶୀ ଗାଁ ର ଝିଅକୁ ଦେଖି ଶିବୁ ପସନ୍ଦ କରିଛି ଏବଂ ମନେ ମନେ ଭଲ ପାଇବସିଛି l ତାକୁ ବାହା ହେବ ବୋଲି ପ୍ରସ୍ତାବ ଦେଇଛି l ଝିଅ ମଧ୍ୟ ରାଜି ହୋଇଯାଇଛି l ମାମୁଁ, ମାଇଁ ଙ୍କୁ ଏ ପ୍ରସ୍ତାବ ପାଇଁ କହିଛି ହେଲେ ଆଗରୁ କେତେ ଗୁଡ଼ାଏ ପ୍ରସ୍ତାବ ଭାଙ୍ଗିଥିବାରୁ ମାମୁଁ ବିରକ୍ତ ହୋଇଛନ୍ତି l ତଥାପି ମାମୁଁ ମାଇଁ ଙ୍କୁ ନେଇ ଝିଅ ଘରକୁ ପ୍ରସ୍ତାବ ନେଇ ଯାଇଛି ହେଲେ ଝିଅ ଘରେ କେହି ନଥିବା ଦେଖି ମାମୁଁ ପୁଣି ବିରକ୍ତ ହୋଇ ଫେରିଛନ୍ତି l ଶିବୁ ଝିଅ ସହିତ ପୁଣି ଥରେ ଦେଖା ହେବା ପରେ ସବୁ କଥା କହିଛି ହେଲେ ଝିଅ କହେ ଆଉ ପ୍ରସ୍ତାବ ନୁହଁ ଚାଲ ସିଧା ମନ୍ଦିରରେ ଆମେ ବାହା ହେଇଯିବା l ଗାଁ ମନ୍ଦିରରେ ଶିବୁ ବ୍ରାହ୍ମଣ ଙ୍କ ସହିତ କଥା ହୋଇ ବାହାଘର କାମ ସାରି ଗାଡ଼ିରେ ବୋହୂ କୁ ନେଇ ମାମୁଁ ଘରକୁ ଆସିଛି l ମାଇଁ ବନ୍ଦାଣ ଥାଳି ଧରି ଆସି ଦେଖନ୍ତି ତ ବୋହୂ ନାହିଁ କେବଳ ଶିବୁ l ପୁଣି ବିରକ୍ତ ହୋଇଛନ୍ତି ମାମୁଁ ଓ ମାଇଁ l ଶିବୁ ମନ୍ଦିର ନନା ଙ୍କୁ ଯାଇ ପଚାରିଲା ମୁଁ ଯୋଉ ଝିଅକୁ ମନ୍ଦିରରେ ବାହା ହେଲି ସେ ଝିଅ କୁ ଦେଖିଛନ୍ତି ବୋଲି ପ୍ରଶ୍ନ କରେ l ନନା ଉତ୍ତରରେ କହିଛନ୍ତି ତମେ ତ ଏକୁଟିଆ ଆସିଥିଲ, ଝିଅ ତ କେହି ସାଙ୍ଗରେ ଆସିନଥିଲେ l ତମେ ମନ୍ତ୍ର ପାଠ କରିବାକୁ କହିଲ ବୋଲି ମୁଁ ସେମିତି କରିଥିଲି l ଶେଷରେ ଫ୍ଲାସବ୍ୟାକ୍ ରେ ଜଣାପଡେ ଶିବୁ ବାହା ହେଇଥିବା ଝିଅ ପ୍ରକୃତ ମଣିଷ ନୁହେଁ ସେ ଗୋଟେ ଆତ୍ମା l କାହାଣୀ ଏତିକିରେ ଶେଷ ହେଉନି ବରଂ ଆରମ୍ଭ ହେଉଛି l
ତେବେ ମାମୁଁ ଚରିତ୍ରରେ ସ୍ବର୍ଗତ ପିଣ୍ଟୁ ନନ୍ଦ ଏବଂ ମାଇଁ ଚରିତ୍ରରେ ଜ୍ୟୋତି ମିଶ୍ର, ଘନିଷ୍ଠ ବନ୍ଧୁ ହରିଆ ଚରିତ୍ରରେ ହରିହର ମହାପାତ୍ର ଅଭିନୟ କରିଛନ୍ତି l ଶିବୁ ଭୂମିକାରେ ସୁନୀଲ କୁମାର ଏବଂ ନାୟିକା ଭୂମିକାରେ କୁକିଜ୍ ସ୍ୱାଇଁ ଏବଂ ମନସ୍ବିନୀ ଅଛନ୍ତି l ଅନ୍ୟାନ୍ୟ ଚରିତ୍ରରେ ଅସିତ ପତି, ଭୂପତି ତ୍ରିପାଠୀ, ବବି ମିଶ୍ର, ସୂର୍ଯ୍ୟ ନାରାୟଣ ଦୋରା ଅଛନ୍ତି l କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଗୌରଭ ଆନନ୍ଦ, କୁଲଦୀପ ପଟ୍ଟନାୟକ, ତାରିକ ଅଜିଜ୍, ବୈଦ୍ୟନାଥ ଦାଶ ଏବଂ ଅସୀମା ପଣ୍ଡା l କାର୍ଯ୍ୟକ୍ରମ କୁ ଉପସ୍ଥାପନା କରିଥିଲେ ଆର ଜେ ଗୁଡ୍ଡୀ l
ଆସନ୍ତା ନଭେମ୍ବର ୧୫ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବ ଏଇ ଓଡ଼ିଆ ଚଳଚ୍ଚିତ୍ର ହାଫ୍ ଲଭ୍ ଷ୍ଟୋରୀ l ମୃତ୍ୟୁଞ୍ଜୟ ସାହୁ ଙ୍କ ନିର୍ଦ୍ଦେଶିତ ଛୋଟ ପରଦା ହେଉ ଅବା ବଡ଼ ପରଦା, ସବୁ ଚଳଚ୍ଚିତ୍ର କୁ ଦର୍ଶକ ଭଲ ପାଇବା ଦେଇଆସିଛନ୍ତି l ହାଫ୍ ଲଭ୍ ଷ୍ଟୋରୀ କୁ ମଧ୍ୟ ଢେର ଭଲ ପାଇବା ଏବଂ ପ୍ରଶଂସା ମିଳିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି l