ଧର୍ମଶାଳା ବିଜେଡି ବିଧାୟକ ପ୍ରାର୍ଥୀଙ୍କ ବାଇକ୍ ରାଲିକୁ ବିଭ୍ରାଟ କଲା ସ୍କର୍ପିଓ
Advertisement
Article Detail0/zeeodisha/odisha2266618

ଧର୍ମଶାଳା ବିଜେଡି ବିଧାୟକ ପ୍ରାର୍ଥୀଙ୍କ ବାଇକ୍ ରାଲିକୁ ବିଭ୍ରାଟ କଲା ସ୍କର୍ପିଓ

ଯାଜପୁର ଏସ୍‌ପି ଭିନିତ ଅଗ୍ରୱାଲ, ଏସଡିପିଓ ସଞ୍ଜୟ ପଟ୍ଟନାୟକଙ୍କ ସମେତ ଧର୍ମଶାଳା ଓ ବଡ଼ଚଣା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି ।

ଧର୍ମଶାଳା ବିଜେଡି ବିଧାୟକ ପ୍ରାର୍ଥୀଙ୍କ ବାଇକ୍ ରାଲିକୁ ବିଭ୍ରାଟ କଲା ସ୍କର୍ପିଓ

ଯାଜପୁର: ଧର୍ମଶାଳାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କ ବାଇକ୍ ରାଲି ଅନୁଷ୍ଠିତ ହେଉଥିବା ସମୟରେ ଅଞ୍ଚଳର ଜଣେ ପୂର୍ବତନ ସରପଞ୍ଚ ସ୍କର୍ପିଓ ଚଢାଇଦେଇଥିବା ଅଭିଯୋଗ ଆସିଛି । ଫଳରେ ୨ଜଣ ଆହତ ହୋଇଥିବା ସହ ଅନେକ ବାଇକ ଭାଙ୍ଗିରୁଜି ଯାଇଥିବା ଚିତ୍ର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଆଜି ଅପରାହ୍ଣ ସମୟରେ ୫୩ ନମ୍ବର ଜାତୀୟ ରାଜପଥରେ ବାଇକ ରାଲି ଅନୁଷ୍ଠିତ ହେଉଥିଲା । ଓସରା ଗ୍ରାମ ନିକଟରେ ରାଲି ପହଞ୍ଚିବା ମାତ୍ରେ ଦିଲ୍ଲୀପ କୁମାର ବେହେରା ନିଜ ସ୍କର୍ପିଓକୁ ଦ୍ରୁତଗତିରେ ଆଣି ବାଇକ୍ ରାଲି ଭିତରେ ପସିଯାଇଥିଲେ । ଫଳରେ ରାଲିରେ ଯୋଗଦେଇଥିବା କିଛି ବିଜେଡି କର୍ମୀଙ୍କ ଦେହରେ ଆଘାତ ଲାଗିଥିଲା । କିଛି ଜଣଙ୍କର ଗୋଡ଼ ହାତ ଭାଙ୍ଗିଥିବା ଖବର ମିଳିଛି । କିନ୍ତୁ ଘଟଣା ଘଟାଇବା ପରେ ତୁରନ୍ତ ସେଠାରୁ ଫେରାର ହୋଇଯାଇଥିଲେ ଦିଲ୍ଲୀପ। କିନ୍ତୁ କର୍ମୀମାନେ ଉତ୍ୟକ୍ତ ହୋଇ ମାଣ୍ଡିଆ ଛକ ନିକଟରେ ଥିବା ଦିଲ୍ଲୀପଙ୍କ ଅଫିସରେ ପହଞ୍ଚି ବିଭିନ୍ନ ଜିନିଷ ଭଙ୍ଗାରୁଜା କରିଥିବା ଜଣାପଡିଛି । ଘଟଣା ସମ୍ପର୍କରେ ପ୍ରଚାରିତ ହେବା ପରେ ତୁରନ୍ତ ଯାଜପୁର ଏସ୍‌ପି ଭିନିତ ଅଗ୍ରୱାଲ, ଏସଡିପିଓ ସଞ୍ଜୟ ପଟ୍ଟନାୟକଙ୍କ ସମେତ ଧର୍ମଶାଳା ଓ ବଡ଼ଚଣା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି । ତେବେ କାହିଁକି ପୂର୍ବତନ ସରପଞ୍ଚ ଏପରି କାଣ୍ଡ ଭିଆଇଲେ ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ସମୟରେ ରାଜନୈତିକ ଆକ୍ରୋଶ ପାଇଁ ଏପରି କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Also Read- ମୁମ୍ୱାଇ ପୋଲିସକୁ ଆସିଲା ଧମକପୂର୍ଣ୍ଣ କଲ୍, ତାଜ ହୋଟେଲ ଏବଂ ବିମାନବନ୍ଦରରେ....

Also Read- Jalore News: ଅସହ୍ୟ ତାତିରେ ସାଧୁଙ୍କ ଅଗ୍ନି ତପସ୍ୟା, ୪୧ ଦିନ ଚାଲିବ ସାଧନା