ଏୟାର ଇଣ୍ଡିଆ ବିମାନର ହାଇଡ୍ରୋଲିକ୍ ଫେଲ୍, ୨ ଘଣ୍ଟା ଚକର କାଟିଲା ଆଉ ତାପରେ...
Advertisement
Article Detail0/zeeodisha/odisha2469162

ଏୟାର ଇଣ୍ଡିଆ ବିମାନର ହାଇଡ୍ରୋଲିକ୍ ଫେଲ୍, ୨ ଘଣ୍ଟା ଚକର କାଟିଲା ଆଉ ତାପରେ...

Tiruchirappalli Airport: ପାଇଲଟ୍ ବିମାନ ଯାନ୍ତ୍ରୀକ ତୃଟି ବିଷୟରେ ଅବଗତ କରାଇଥିଲେ । ପରେ ଟ୍ରିକି ବିମାନ ବନ୍ଦରରେ ଅବତରଣ କରିବାକୁ ଅନୁମତି ମିଳିଥିଲା । କିନ୍ତୁ ତା ପୂର୍ବରୁ ୨୦ରୁ ଅଧିକ ଆମ୍ୱୁଲାନ୍ସ ଏବଂ ଅଗ୍ନିଶମ ଗାଡିକୁ ବିମାନବନ୍ଦରରେ ପ୍ରସ୍ତୁତ କରି ରଖାଯାଇଥିଲା ।

ଏୟାର ଇଣ୍ଡିଆ ବିମାନର ହାଇଡ୍ରୋଲିକ୍ ଫେଲ୍, ୨ ଘଣ୍ଟା ଚକର କାଟିଲା ଆଉ ତାପରେ...

Tiruchirappalli Airport: ତାମିଲନାଡୁର ତ୍ରିଚିରୁ ଶରଜା ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନରେ ଯାନ୍ତ୍ରିକ ତୃଟି ଦେଖାଦେଇଥିଲା । ହଠାତ୍ ହାଇଡ୍ରୋଲିକ୍ ସିଷ୍ଟମରେ ଗୁରୁତର ତ୍ରୁଟି ଦେଖାଦେବା କାରଣରୁ ବିମାନଟି ପ୍ରାୟ ଅଢେଇ ଘଣ୍ଟା ଧରି ଆକାଶରେ ଘୁରି ବୁଲୁଥିଲା । ପାଇଲଟ୍ ବିମାନ ଯାନ୍ତ୍ରୀକ ତୃଟି ବିଷୟରେ ଅବଗତ କରାଇଥିଲେ । ପରେ ଟ୍ରିକି ବିମାନ ବନ୍ଦରରେ ଅବତରଣ କରିବାକୁ ଅନୁମତି ମିଳିଥିଲା । କିନ୍ତୁ ତା ପୂର୍ବରୁ ୨୦ରୁ ଅଧିକ ଆମ୍ୱୁଲାନ୍ସ ଏବଂ ଅଗ୍ନିଶମ ଗାଡିକୁ ବିମାନବନ୍ଦରରେ ପ୍ରସ୍ତୁତ କରି ରଖାଯାଇଥିଲା ।

 

ଆପଣଙ୍କୁ କହିରଖୁଛୁ ଯେ, ଉକ୍ତ ବିମାନରେ ମୋଟ ୧୪୦ ଜଣ ଯାତ୍ରୀ ଥିଲେ । ଯେତେବେଳେ ପାଇଲଟ୍ ଜାଣିବାକୁ ପାଇଲେ ଯେ, ଏହାର ହାଇଡ୍ରୋଲିକ୍ସ ଉଡ଼ାଣ ପରେ ଫେଲ୍ ହୋଇଛି । ଏହା ପରେ ପାଇଲଟ ଏହାକୁ ଟ୍ରିକି ବିମାନ ବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ। ପାଇଲଟ୍ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଫଳରେ ଗ୍ରାଉଣ୍ଡ କର୍ମଚାରୀମାନେ ତୁରନ୍ତ ବିମାନର ନିରାପଦରେ ଅବତରଣ ପାଇଁ ପ୍ରୟାସ କରିଥିଲେ । ତେବେ ସୁରକ୍ଷିତ ଭାବେ ବିମାନକୁ ଅବତରଣ କରିବାରେ ସଫଳ ହୋଇଥିଲେ ପାଇଲଟ୍ । ଆଶ୍ଚର୍ଯ୍ୟର କଥା ହେଉଛି ୱେବସାଇଟ୍ ଫ୍ଲାଇଟ୍ ରାଡାର 24 ରେ ବିମାନର ଅବସ୍ଥାନ ବିମାନବନ୍ଦର ନିକଟରେ ବୁଲୁଥିବା ଦେଖାଯାଉଛି । ଏହି ବିମାନକୁ ପ୍ରାୟ ଅଶୀ ହଜାର ଲୋକ ଟ୍ରାକିଂ କରୁଥିଲେ । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଅଘଟଣରୁ ବିମାନଟି ରକ୍ଷା ପାଇଛି ।

Also Read- ଜୋତା ପିନ୍ଧି ପୂଜା ପେଣ୍ଡାଲରେ ପସିଲେ ଲୋକ, ରାଗରେ ଏମିତି କହିଲେ ବଲିଉଡ ଅଭିନେତ୍ରୀ କାଜଲ

Also Read- ରାଜ୍ୟବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ପାଇଁ ମା'ଙ୍କୁ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ