ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣ ଘଟଣା; ପନ୍ତିବଡୁ ସେବକ ନିଲମ୍ବିତ
Advertisement
Article Detail0/zeeodisha/odisha2479135

ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣ ଘଟଣା; ପନ୍ତିବଡୁ ସେବକ ନିଲମ୍ବିତ

Puri Jagannath temple: ସେପଟେ ଏହି ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ସେବକ। ଯିଏ ଏହିଭଳି କାଣ୍ଡ।କରିଛନ୍ତି ତାଙ୍କ ବିରୋଧରେ ଆକ୍ସନ ନିଆଯିବା ଦରକାର ବୋଲି ଦାବୀ କରିଛନ୍ତି। ସେପଟେ ଅଭିଯୁକ୍ତ ଆନନ୍ଦବଜାରରେ ଯାହା ଅଧିନରେ କାର୍ଯ୍ଯ କରୁଥିଲେ ସଂପୃକ୍ତ ଦୁଇଜଣ ସୁଆର ସେବକଙ୍କୁ ଅଟକ ରଖି ପଚରାଉଚରା କରୁଛି ସିଂହଦ୍ଵାର ପୁଲିସ।

ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣ ଘଟଣା; ପନ୍ତିବଡୁ ସେବକ ନିଲମ୍ବିତ

ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ। ପନ୍ତିବଡୁ ସେବକ ଶ୍ରୀ ଚନ୍ଦନ ସାମନ୍ତରାଙ୍କୁ ମହାପ୍ରଭୁଙ୍କ ସେବା ପୂଜାରୁ ନିଲମ୍ବନ କରାଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ 1955ର 21–ଖ(କ) ଧାରା ଅନୁସାରେ ଏହି ନିଳମ୍ବନ ଆଦେଶ ଜାରି କରାଯାଇଛି। ଏଥି ସହ ଶ୍ରୀ ସାମନ୍ତରାଙ୍କ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶକୁ ନିଷିଦ୍ଧ କରାଯାଇଛି। ଘଟଣାରେ ଶ୍ରୀ ସାମନ୍ତରାଙ୍କ ସମ୍ପୃକ୍ତି ନେଇ ରିପୋର୍ଟ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ପରବର୍ତ୍ତୀ ସମୟରେ ଯାହାର ବି ସମ୍ପୃକ୍ତି ଆସିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। 

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ସେବାୟତଙ୍କୁ ଆକ୍ରମଣ।ଶ୍ରୀମନ୍ଦିର ସେବାୟତ ତଥା ବରିଷ୍ଠ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ବକ୍ସି ରାମଚନ୍ଦ୍ର ପ୍ରତିହାରୀ ଶ୍ରୀମନ୍ଦିରରୁ ବାହାରି ପଶ୍ଚିମ ଦ୍ୱାର ନିକଟରେ ଥିବା ଜୋତାଷ୍ଟାଣ୍ଡର ପଛପଟରେ ଦୁଇଚକିଆ ଯାନ ପର୍କିଙ୍ଗ ସ୍ଥଳରୁ ନିଜ ଗାଡି ବାହାର କରୁଥିବା ବେଳେ ଦୁର୍ବୃତ୍ତ ଜଣଙ୍କ ଆକ୍ରମଣ କରିଥିଲେ। ଆହତ ଅବସ୍ଥାରେ ନିଜ ଜୀବନ ବଞ୍ଚାଇ ଶ୍ରୀ ପ୍ରତିହାରୀ ପଶ୍ଚିମ ଦ୍ୱାର ସ୍ଥିତ ଜୋତା ମୋବାଇଲ ଷ୍ଟାଣ୍ଡ ଘର ଭିତରକୁ ପଶି ଯାଇଥିଲେ ।ଏହାପରେ ଦୃବୁତ୍ତ ଜଣଙ୍କ ସେଠାରୁ ପଳାଇ ଯାଇଥିଲେ ବୋଲି ପ୍ରତ୍ୟେକ୍ଷଦର୍ଶୀ ସୂଚନା ଦେଇଛନ୍ତି।

ଗୁରୁତର ଅବସ୍ଥାରେ ପଡ଼ିଆରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି ସେଠାରେ ସେ ସୁସ୍ଥ ଥିବା ଜଣାପଡିଛି । ଆନନ୍ଦ ବଜାରରେ ରାବିଡି ବିକିବା ବନ୍ଦ କରିବାରୁ ସେହି ଯୁବକ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛି ବୋଲି କହିଛନ୍ତି ବକ୍ସି ରାମଚନ୍ଦ୍ର ପ୍ରତିହାରୀ। ରାମଚନ୍ଦ୍ର ଆନନ୍ଦ ବଜାର ରିଫରମେଶନ, ଲୁହା କଡେଇ ବିବାଦ, ଓମଫେଡ ଘିଅ ପ୍ରଚଳନ ଆଦି ଦାୟିତ୍ବ ତାଙ୍କ ଉପରେ ରହିଛି। ସିଂହାଦ୍ୱାର ଥାନା ଅଧିକାରୀ ଶ୍ୱେତପଦ୍ମା ଦାଶ ଏବଂ ଟାଉନ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି. 

ସେପଟେ ତାଙ୍କ ଅଵସ୍ଥା ଭଲ ଅଛି। ତାଙ୍କର ଡାହାଣ ହାତ କହୁଣୀ ଉପରେ ଓ ମଣିବନ୍ଧରେ ଆଘାତ ଲାଗିଛି ଏବଂ ଏକ୍ସରେ ରିପୋର୍ଟ ଉପରେ ସ୍ଥାନାନ୍ତରିତ ନିର୍ଭର କରିଛି। ଜିଲ୍ଲାପାଳ ଅପରେସନ ଥଟେର ଯାଇ ବକ୍ସି ରାମଚନ୍ଦ୍ର ଙ୍କ ଅବସ୍ଥା ବୁଝିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ଏବଂ ଦୋଷୀଙ୍କୁ ଆଇନ ଅନୁସାରେ ଦଣ୍ଡ ଦିଆଯିବ ବୋଲି କହିଛନ୍ତି। ସେପଟେ ଏହି ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ସେବକ। ଯିଏ ଏହିଭଳି କାଣ୍ଡ।କରିଛନ୍ତି ତାଙ୍କ ବିରୋଧରେ ଆକ୍ସନ ନିଆଯିବା ଦରକାର ବୋଲି ଦାବୀ କରିଛନ୍ତି। ସେପଟେ ଅଭିଯୁକ୍ତ ଆନନ୍ଦବଜାରରେ ଯାହା ଅଧିନରେ କାର୍ଯ୍ଯ କରୁଥିଲେ ସଂପୃକ୍ତ ଦୁଇଜଣ ସୁଆର ସେବକଙ୍କୁ ଅଟକ ରଖି ପଚରାଉଚରା କରୁଛି ସିଂହଦ୍ଵାର ପୁଲିସ।