Maoists killed: ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ନକ୍ସଲମାନଙ୍କ ଉପରେ କଡ଼ା ନଜର ରଖିବାକୁ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ଏହାସହ ସ୍ବତନ୍ତ୍ର ସଶସ୍ତ୍ର ପୋଲିସ ମୁତୟନ ପାଇଁ କୁହାଯାଇଛି। ନକ୍ସଲମାନଙ୍କ ଉପରେ ନଜର ରଖିବାକୁ ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ସହ ଡ୍ରୋନର ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି ଡିଜିପ। ସ୍ଥାନୀୟ ପୋଲିସକୁ ନକ୍ସଲ ସମ୍ପର୍କିତ ସୂଚନା ନେଟୱର୍କ ବଢାଇବାକୁ କୁହାଯାଇଛି। ସ୍ଥାନୀୟ ଲୋକଙ୍କୁ ନକ୍ସଲ ସମ୍ପର୍କିତ ସୂଚନା ଦେବା ପାଇଁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି।
Trending Photos
ମାଲକାନାଗିରି: ଛତିଶଗଡ଼ରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ମିଳିଲା ପରିଚୟ। ନିହତ ମାଓବାଦୀଙ୍କ ମଧ୍ୟରେ ଜଣେ ଓଡିଆ। ଏନ୍କାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଜଣେ ଓଡ଼ିଆ ଚିହ୍ନଟ। ମୃତ ଓଡ଼ିଆ ମାଓବାଦୀ କଟକ ନିଆଳିର ଆଲୋକ ଓରଫ୍ ମୁନ୍ନା । ମୁନ୍ନା ନାଁରେ ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା। ପୂର୍ବରୁ ଟପ୍ ମାଓନେତା ତଥା ସେଣ୍ଟ୍ରାଲ କମିଟି ମେମ୍ବର ଚଲପତିର ମୃତ୍ୟୁ ସ୍ପଷ୍ଟ ହୋଇଥିଲା। ଏବେ ୧୨ ଜଣଙ୍କ ପରିଚୟ ମିଳିଛି। ଏନକାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଓଡ଼ିଆ ଚିହ୍ନଟ ହୋଇଛନ୍ତି। ଆଉ ୨ ଜଣ ନୂଆପଡା ଓ କଳାହାଣ୍ଡିରେ ଛଦ୍ମବେଶରେ ରହୁଥିଲେ।
ନୂଆପଡ଼ା ଜିଲ୍ଲା ସୀମାନ୍ତରୁ ୫କିମି ଦୂର ଗରିଆବନ୍ଧ ଅଞ୍ଚଳରେ ଯବାନଙ୍କ ଗୁଳିରେ ୨୭ଜଣ ନକ୍ସଲ ନିହତ ହୋଇଛନ୍ତି। ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଥିଲା। ଗତ କିଛିମାସ ହେବ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଛତିଶଗଡ଼ ରାଜ୍ୟରେ ମାଓ ବିରୋଧୀ ଅଭିଯାନକୁ ଜୋରଦାର ହୋଇଥିଲା। ଏହି ଅଭିଯାନରେ ସୁରକ୍ଷା ବାହିନୀ ୮୦ରୁ ଅଧିକ ମାଓବାଦୀଙ୍କୁ ନିପାତ ହୋଇଥିଲେ। ନୂଆପଡ଼ା ଜିଲ୍ଲାର ୩ଟି ସ୍ୱତନ୍ତ୍ର ଅପରେସନ ଗ୍ରୁପ (ଏସଓଜି), ୨ଟି ଛତିଶଗଡ଼ ରାଜ୍ୟର ସ୍ୱତନ୍ତ୍ର ପୁଲିସ ଟିମ(ଇ-୩୦) ଓ ୫ଟି ସିଆରପିଏଫ ଟିମ ସମେତ ୧୦ଟି ସୁରକ୍ଷା ବାହିନୀ ଟିମ ଅପରେସନରେ ସାମିଲ ହୋଇଥିଲା। ଡ୍ରୋନର ସହାୟତା ମଧ୍ୟ ନିଆଯାଇଥିଲା। ସୋମବାର ଭାଲୁ ଡିଗ୍ଗୀ ଜଙ୍ଗଲରେ ସୁରକ୍ଷା ବାହିନୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଦିନ ତମାମ ରହି ରହି ଗୁଳି ବିନିମୟ ଚାଲିଥିଲା।
ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ନକ୍ସଲମାନଙ୍କ ଉପରେ କଡ଼ା ନଜର ରଖିବାକୁ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ଏହାସହ ସ୍ବତନ୍ତ୍ର ସଶସ୍ତ୍ର ପୋଲିସ ମୁତୟନ ପାଇଁ କୁହାଯାଇଛି। ନକ୍ସଲମାନଙ୍କ ଉପରେ ନଜର ରଖିବାକୁ ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ସହ ଡ୍ରୋନର ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି ଡିଜିପ। ସ୍ଥାନୀୟ ପୋଲିସକୁ ନକ୍ସଲ ସମ୍ପର୍କିତ ସୂଚନା ନେଟୱର୍କ ବଢାଇବାକୁ କୁହାଯାଇଛି। ସ୍ଥାନୀୟ ଲୋକଙ୍କୁ ନକ୍ସଲ ସମ୍ପର୍କିତ ସୂଚନା ଦେବା ପାଇଁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି।