ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଆଜି ଦ୍ବିତୀୟ ଦିନ,ରାଉରକେଲାରେ ପଦଯାତ୍ରା କରିବେ ରାହୁଲ
Advertisement
Article Detail0/zeeodisha/odisha2098178

ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଆଜି ଦ୍ବିତୀୟ ଦିନ,ରାଉରକେଲାରେ ପଦଯାତ୍ରା କରିବେ ରାହୁଲ

Bharat Jodo Nyay Yatra:  ଆଜି ଗସ୍ତର ଦ୍ବିତୀୟ ଦିନ ହୋଇଥିବା ବେଳେ ରାଉରକେଲାରୁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ ।  ବେଦବ୍ୟାସ ମନ୍ଦିରରେ ଦର୍ଶନ ପରେ ଯାତ୍ରା ଆରମ୍ଭ କରିବେ ରାହୁଲ ।

ସୌଜନ୍ୟ-ସୋସିଆଲ ମିଡିଆ

Bharat Jodo Nyay Yatra: ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଆସି ମଙ୍ଗଳବାର ଓଡ଼ିଶାରେ ପହଁଞ୍ଚିଛନ୍ତି ରାହୁଲ ଗାନ୍ଧୀ । ଆଜି ଗସ୍ତର ଦ୍ବିତୀୟ ଦିନ ହୋଇଥିବା ବେଳେ ରାଉରକେଲାରୁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ ।  ବେଦବ୍ୟାସ ମନ୍ଦିରରେ ଦର୍ଶନ ପରେ ଯାତ୍ରା ଆରମ୍ଭ କରିବେ ରାହୁଲ । ଉଦିତନଗରରୁ ପାନଷୋପ ଛକ ଯାଏଁ ୩ କିଲୋମିଟର ପଦଯାତ୍ରା କରିବେ । ସେଠାରେ ସକାଳ ୧୦ଟାରେ ରାହୁଲ ଜନସାଧାରଣଙ୍କୁ ଉଦବୋଧନ ଦେବେ । ଏହାପରେ ରାଜଗାଙ୍ଗପୁର ରାଣୀବନ୍ଧ ନିକଟ ବିର୍ସା ମୁଣ୍ତା ପଡ଼ିଆରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୨ଟାରେ ରାଣୀବନ୍ଧଠାରୁ ପୁଣି ଯାତ୍ରା ଆରମ୍ଭ ହୋଇ କୁତ୍ରା ପରେ ବଡ଼ଗାଁଠାରେ ରାହୁଲ ଜନସାଧାରଣଙ୍କୁ ଉଦବୋଧନ ଦେବେ ।

ପରେ ସେଠାରୁ ବାହାରି ୬୦ କିଲୋମିଟର ଦୂର ସୁନ୍ଦରଗଡ଼ ବସଷ୍ଟାଣ୍ତ ଛକରେ ଅପରାହ୍ନ ସାଢେ ୪ଟାରେ ପହଁଞ୍ଚିବ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା। ସନ୍ଧ୍ୟାରେ ଜନସଭାକୁ ସମ୍ବୋଧିତ କରିବା ପରେ ଝାରସୁଗୁଡ଼ା ଅଭିମୁଖେ ବାହାରି ଅମଲିପାଲିଠାରେ ରାତ୍ରିରହଣି କରିବେ ରାହୁଲ । ପରେ ୮ ତାରିଖ ସକାଳେ ଝାରସୁଗୁଡ଼ା ସହରାଞ୍ଚଳ, ବ୍ରଜରାଜନଗର, ବେଲପାହାଡ଼, ଲଖନପୁର ହୋଇ ଓଡ଼ିଶା-ଛତିଶଗଡ଼ ସୀମା ରେଙ୍ଗାଲପାଲି ଯାଏଁ ଚାଲିବ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ଅପରାହ୍ନରେ ଓଡ଼ିଶା- ଛତିଶଗଡ଼ ସୀମା ରେଙ୍ଗାଲପାଲି, ରାଇଘରଠାରେ ଛତିଶଗଡ଼ର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ପତାକା ହସ୍ତାନ୍ତର କରାଯିବ । ପ୍ରକାଶ ଥାଉ କି, ମଙ୍ଗଳବାର ଝାଡ଼ଖଣ୍ତ  ଦେଇ ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିଲା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ବୀରମିତ୍ରପୁରଠାରେ ପହଁଞ୍ଚିବା ପରେ ରାହୁଲ ଗାନ୍ଧୀଙ୍କୁ ଦଳୀୟ କର୍ମୀ ଓ ନେତା ଭବ୍ୟ ସ୍ବାଗତ କରିଥିଲେ ।

Also Read-Chakradhari Sharan Singh: ଆଜି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

Also Read- Odisha News: ଫାଇଲେରିଆ ନିରାକରଣ ପାଇଁ ଆସନ୍ତା ୧୦ରୁ ୭ ଜିଲ୍ଲାରେ ସାମୂହିକ ଔଷଧ ସେବନ