Bhubaneswar Metro: ମେଟ୍ରୋ ପ୍ରକଳ୍ପ ଲାଗି ଭୁବନେଶ୍ୱର ଘାଟିକିଆଠାରେ କାଷ୍ଟିଂ ୟାର୍ଡ ତିଆରି ଚାଲିଛି। ଏଠାରେ ମେଟ୍ରୋ ରେଳ ଲାଇନ୍ ପାଇଁ କାଷ୍ଟିଂ ଉପକରଣ ତିଆରି ହେବ। ସେହିପରି ତ୍ରିଶୁଳିଆ ଫୁଲପୋଖରୀ ରତାଗଡ଼ଠାରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ମେଣ୍ଟେନାନ୍ସ ଡିପୋ ତିଆରି କାମ ମଧ୍ୟ ଚାଲୁ ରହିଛି ବୋଲି କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି ।
Trending Photos
ଭୁବନେଶ୍ଵର: ୨୦୨୭ ସୁଦ୍ଧା ରାଜଧାନୀରେ ମେଟ୍ରୋ ପ୍ରକଳ୍ପ କାମ ସରିବ। ଭୂମିଠାରୁ ୧୩ ମିଟର ଉପରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ । ତେବେ ରାଜମହଲ, ଜୟଦେବ ବିହାର ଓଭରବ୍ରିଜ ତଥା ବାରଙ୍ଗ ରେଲୱେ ଲାଇନ୍ ଉପରେ ଏହାର ଉଚ୍ଚତା ଅଧିକ ରହିବ। ପ୍ରତି ୧୦ ମିନିଟ୍ ବ୍ୟବଧାନରେ ମେଟ୍ରୋ ଚଳାଚଳ କରିବ। ଆଜି ଏନେଇ ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
କର୍ତ୍ତୃପକ୍ଷ ଏନେଇ ଅଧିକ ସୂଚନା ଦେଇ କହିଛନ୍ତି ଯେ ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣିବାକୁ ଯୋଜନା ହୋଇଛି । ଏବେ ମେଟ୍ରୋ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା ଚାଲିଛି। ବିଭିନ୍ନ ସ୍ଥାନରୁ ୫୦-୬୦ ମିଟର ତଳୁ ମାଟି ନେଇ ଦିଲ୍ଲୀ ଓ କଟକ ଲାବୋରେଟରୀରେ ମାଟି ପରୀକ୍ଷା କରାଯାଉଛି । ୨ ମାସ ମଧ୍ୟରେ ମାଟି ପରୀକ୍ଷା ସରିବ। ସେହିପରି ସଡ଼କ ଯାତ୍ରୀଙ୍କ ଯାତାୟତ ସୁବିଧା ଲାଗି ଏବେ ଶିଶୁ ଭବନ ଛକଠାରୁ ରଘୁନାଥପୁର ଜାଲି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାମ ମଧ୍ୟ ଚାଲିଛି। ୨ ମାସ ମଧ୍ୟରେ ରାସ୍ତା ପ୍ରଶସ୍ତିକରଣ କାମ ସରିବ। ମାଟି ପରୀକ୍ଷା ରିପୋର୍ଟ ସରିବା ଫାଉଣ୍ଡେସନ ଡିଜାଇନ ଆରମ୍ଭ ହେବ ବୋଲି କହିଛନ୍ତି ।
ମେଟ୍ରୋ ପ୍ରକଳ୍ପ ଲାଗି ଭୁବନେଶ୍ୱର ଘାଟିକିଆଠାରେ କାଷ୍ଟିଂ ୟାର୍ଡ ତିଆରି ଚାଲିଛି। ଏଠାରେ ମେଟ୍ରୋ ରେଳ ଲାଇନ୍ ପାଇଁ କାଷ୍ଟିଂ ଉପକରଣ ତିଆରି ହେବ। ସେହିପରି ତ୍ରିଶୁଳିଆ ଫୁଲପୋଖରୀ ରତାଗଡ଼ଠାରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ମେଣ୍ଟେନାନ୍ସ ଡିପୋ ତିଆରି କାମ ମଧ୍ୟ ଚାଲୁ ରହିଛି ବୋଲି କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି ।