Odisha Crime: ଶ୍ରୀକ୍ଷେତ୍ରରେ ହତ୍ୟାକାଣ୍ଡ, କାରଣ ଜାଣିଲେ ହୋଇଯିବେ ଚକିତ
Advertisement
Article Detail0/zeeodisha/odisha2375641

Odisha Crime: ଶ୍ରୀକ୍ଷେତ୍ରରେ ହତ୍ୟାକାଣ୍ଡ, କାରଣ ଜାଣିଲେ ହୋଇଯିବେ ଚକିତ

Odisha Crime: ପୁଣି ଘର ସମ୍ମଖ ରାସ୍ତା ମଝିରେ ଯୁବକଙ୍କୁ ହାଣିଲେ। ଗୋଡାଇ ଗୋଡାଇ ହାଣିଲେ ଅପରଗୋଷ୍ଠୀ ଯୁବକ। ସେମାନଙ୍କ ଭିତରେ ୩ ଜଣ ନାବାଳକ ରହିଛନ୍ତି। ଟାଉନ ଥାନା ଅନ୍ତର୍ଗତ ହାଡଗୋଡିଆ ସାହିରେ କିଛି ‌ଯୁବକଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ ଘଟିଛି। ମୃତ୍ଯୁ ବରଣ କରିଥିବା ଯୁବକ ଜଣଙ୍କ ହାଡଗୋଡିଆ ସାହିର ଦିନେଶ କୁମାର ଖୁଣ୍ଟିଆ। ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଦିନେଶଙ୍କ ସମ୍ପକୀୟଙ୍କ କହିବା ଅନୁଯାୟୀ ଦିନେଶ। ଘରେ ଥିଲେ। 

Odisha Crime: ଶ୍ରୀକ୍ଷେତ୍ରରେ ହତ୍ୟାକାଣ୍ଡ, କାରଣ ଜାଣିଲେ ହୋଇଯିବେ ଚକିତ

Odisha Crime: ଦୀର୍ଘଦିନ ପରେ ପୁଣି ଶ୍ରୀକ୍ଷେତ୍ର ରକ୍ତ ରଞ୍ଜିତ। ଖଜା ବ୍ଯବସାୟକୁ କେନ୍ଦ୍ର କରି ଜଘନ୍ୟ ହତ୍ୟାକାଣ୍ଡ। ପୁଣି ଘର ସମ୍ମଖ ରାସ୍ତା ମଝିରେ ଯୁବକଙ୍କୁ ହାଣିଲେ। ଗୋଡାଇ ଗୋଡାଇ ହାଣିଲେ ଅପରଗୋଷ୍ଠୀ ଯୁବକ। ସେମାନଙ୍କ ଭିତରେ ୩ଜଣ ନାବାଳକ ରହିଛନ୍ତି। ଟାଉନ ଥାନା ଅନ୍ତର୍ଗତ ହାଡଗୋଡିଆ ସାହିରେ କିଛି ‌ଯୁବକଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ ଘଟିଛି। ମୃତ୍ଯୁ ବରଣ କରିଥିବା ଯୁବକ ଜଣଙ୍କ ହାଡଗୋଡିଆ ସାହିର ଦିନେଶ କୁମାର ଖୁଣ୍ଟିଆ। ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଦିନେଶଙ୍କ ସମ୍ପକୀୟଙ୍କ କହିବା ଅନୁଯାୟୀ ଦିନେଶ। ଘରେ ଥିଲେ। 

ତେବେ ୫ ଜଣ ଯୁବକ ତାଙ୍କୁ ବାହାରକୁ ଡାକିଥିଲେ। ଦିନେଶ ବାହାରକୁ ଯିବାପରେ ସମ୍ପୃକ ଯୁବକ ମାନେ ତାଙ୍କୁ ଏକ ଧାରୁଆ ଲୁହା ଅସ୍ତ୍ରରେ ଆକ୍ରମଣ କରିଥିଲେ। ପ୍ରଥମେ ଦିନେଶଙ୍କ ଗାଡ଼ିକୁ ଚୋଟ ଦେଇଥିଲେ। ଆକ୍ରମଣରେ ବାମପଟ ବେକରେ ଗଭୀର ଆଘାତ ଲାଗିଥିଲା। ଦିନେଶ ସେଠାରେ ଆହାତ ହୋଇ ପଡିଥ‌ିବା ବେଳେ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି ଜଣାପଡିଛି । ତେବେ ଡାକ୍ତର ଦିନେଶକୁ ମୃତ ଘୋଷଣା କରିଥିବା ବେଳେ ଟାଉନଥାନା ପୋଲସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ପୁରୀ ସଦର ଡିଏସପି ନାରାୟଣ ଭଞ୍ଜ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅପରପକ୍ଷରେ ଅଭିଯୁକ୍ତ ମାନଙ୍କୁ ଧରିବା ନିମନ୍ତେ ପୋଲିସ ପକ୍ଷରୁ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲ ୩ଜଣଙ୍କୁ ଅଟକ ରଖାଯାଇଛି। ସେଥିରେ ନାବାଳକ ରହିଛନ୍ତି ସହରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି। ସହର ଅଶାନ୍ତ ହେବାରେ ଲାଗିଛି।