Odisha Crime News: ପ୍ରେମିକ ସାଜିଲା ସଇତାନ୍, ସାଙ୍ଗଙ୍କ ସହ ମିଶି ଲୁଟିଲା ପ୍ରେମିକାର ଇଜ୍ଜତ
Advertisement
Article Detail0/zeeodisha/odisha2505625

Odisha Crime News: ପ୍ରେମିକ ସାଜିଲା ସଇତାନ୍, ସାଙ୍ଗଙ୍କ ସହ ମିଶି ଲୁଟିଲା ପ୍ରେମିକାର ଇଜ୍ଜତ

Odisha Crime News: ପୁଣି ଲଜ୍ଜ୍ୟା। ପ୍ରେମିକ ସାଜିଲା ସଇତାନ୍। ସାଙ୍ଗଙ୍କ ସହ ମିଶି ଲୁଟିଲା ପ୍ରେମିକାର ଇଜ୍ଜତ । କାହା ଆଗରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ଧମକ୍ ଦେଇଥିଲା। କେବଳ ସେତିକି ନୁହେଁ, ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ କରିବା ସହ ତାଙ୍କୁ ବ୍ଲାକମେଲ କରି ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। 

Odisha Crime News: ପ୍ରେମିକ ସାଜିଲା ସଇତାନ୍, ସାଙ୍ଗଙ୍କ ସହ ମିଶି ଲୁଟିଲା ପ୍ରେମିକାର ଇଜ୍ଜତ
Odisha Crime News: ପୁଣି ଲଜ୍ଜ୍ୟା। ପ୍ରେମିକ ସାଜିଲା ସଇତାନ୍। ସାଙ୍ଗଙ୍କ ସହ ମିଶି ଲୁଟିଲା ପ୍ରେମିକାର ଇଜ୍ଜତ । କାହା ଆଗରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ଧମକ୍ ଦେଇଥିଲା। କେବଳ ସେତିକି ନୁହେଁ, ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ କରିବା ସହ ତାଙ୍କୁ ବ୍ଲାକମେଲ କରି ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ବାଦାମବାଡି ଥାନା ପୋଲିସ୍ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି । ଏବଂ ଘଟଣାରେ ଅଧିକ ତଦନ୍ତ ଆରମ୍ଭ କରିଛି। 
 
 
 
ସୂଚନା ଅନୁଯାୟୀ, କଟକର ଏକ କଲେଜରେ ପଢୁଥିବା ପୀଡ଼ିତା ଛାତ୍ରୀ ଜଣକ ସହର ଉପକଣ୍ଠ ଏକ ହଷ୍ଟେଲରେ ରହୁଛନ୍ତି । ଆଉ ବାଦାମବାଡି ଥାନା ଅଞ୍ଚଳର ଜଣେ ଯୁବକ ମଧ୍ୟ ସେହି କଲେଜରେ ପୀଡିତାଙ୍କ ସହ ପଢନ୍ତି। ସହପାଠି ହୋଇଥିବାରୁ ଉଭୟଙ୍କ ମଧ୍ୟରେ  ପ୍ରଥମେ ବନ୍ଧୁତ୍ୱ ହୋଇଥିଲା। ପରେ ଏହି ସମ୍ପର୍କ ପ୍ରେମ ସମ୍ପର୍କ ଗଢିଉଠିଲା । ନିକଟ ଅତୀତରେ, ଯୁବକ ଜଣକ ଛାତ୍ରୀଙ୍କୁ ଭସାଣୀ ଦେଖିବା ପାଇଁ ସହରକୁ ଡାକିବା ପରେ କାଠଗଡା ସାହିରେ ଥିବା ଏକ ସାଇବର କାଫେକୁ ନେଇଥିଲା ।  ଆଉ ସେଠାରେ ପୀଡିତାଙ୍କ ସହ  ଜୋର-ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା। ଆଉ ଏହି ସମୟର ଦୃଶ୍ୟକୁ ତାଙ୍କର  ଜଣେ ବନ୍ଧୁ ଏକାକୁ ମୋବାଇଲ୍ -ରେ  ରେକର୍ଡ କରିଥିଲେ। ଆଉ ଏହି ଭିଡିଓ ଦେଖାଇ ଛାତ୍ରୀଙ୍କୁ ବାରମ୍ବାର ଧମକ ଦେଉଥିଲେ। ଗତ କିଛି ଦିନ ପରେ ପୀଡିତା ଛାତ୍ରୀଙ୍କୁ ତ୍ରିଶୁଳିଆ ନେଇଥିଲେ। ସେଠାରେ ପ୍ରେମିକର ୨ ଜଣ ସାଙ୍ଗଙ୍କ ସହ ସାଇବର କାଫେ କରିଥିବା ସାଙ୍ଗ ଏବଂ ବାଦାମବାଡି ଅଞ୍ଚଳର ଅନ୍ୟ ଦୁଇ ଜଣ ଏକ ରୁମରେ ଦୁଷ୍କର୍ମ କରିଥିଲେ। ଆଉ କାହା ଆଗରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଫଳରେ ପୀଡାତ ଜଣକ ଉପାୟ ଶୂନ୍ୟ ହୋଇ  ବାଦାମବାଡି ଥାନାର ଦ୍ବାରସ୍ତ ହୋଇଥିଲେ।  ଏତଲା ଦେବା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ଛାନଭିନ୍ ଆରମ୍ଭ କରିଥିଲା।