HBD Naveen Patnaik: ୭୯ ବର୍ଷରେ ନବୀନ, ରହିଛି ଏହି ସବୁ କାର୍ଯ୍ୟକ୍ରମ
Advertisement
Article Detail0/zeeodisha/odisha2474358

HBD Naveen Patnaik: ୭୯ ବର୍ଷରେ ନବୀନ, ରହିଛି ଏହି ସବୁ କାର୍ଯ୍ୟକ୍ରମ

HBD Naveen Patnaik: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ। ସେ ୭୯ ବର୍ଷରେ ପାଦ ଥାପିଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ବିଜେଡି଼ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଆୟୋଜନ କରିବ। 

HBD Naveen Patnaik: ୭୯ ବର୍ଷରେ ନବୀନ, ରହିଛି ଏହି ସବୁ କାର୍ଯ୍ୟକ୍ରମ

HBD Naveen Patnaik: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ। ସେ ୭୯ ବର୍ଷରେ ପାଦ ଥାପିଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ବିଜେଡି଼ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଆୟୋଜନ କରିବ। ୧୯୪୬ ଅକ୍ଟୋବର ୧୬ ତାରିଖ କଟକରେ ଜନ୍ମ ଗ୍ରହଣ କରିଥିଲେ ନବୀନ।  ଜୀବନରେ ୫୦ ରୁ ଅଧିକ କାଳ  ରାଜନୀତିରୁ ଦୂରେଇ ରହିଥିବା ନବୀନ ଆକସ୍ମିକ ଭାବେ ପିତା ବିଜୁ ବାବୁଙ୍କ ମୃତ୍ୟୁ ପରେ ରାଜନୀତିରେ ପ୍ରବେଶ କରିଥିଲେ।  

ALSO READ: Surya Gochar 2024: ସୂର୍ଯ୍ୟଙ୍କ ଚଳନ ଚମକାଇବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟୀ ହେବେ ଲାଭବାନ!

ALSO READ: Weather Update: ଓଡି଼ଶାକୁ ବାତ୍ୟା ଭୟ! ସତର୍କ କଲା ବିଭାଗ

ବିଜୁବାବୁଙ୍କ ପରଲୋକ ପରେ ୧୯୯୭ରେ ନବୀନ ଗଢିଥିଲେ ବିଜେଡି଼ଷ  ସାଂସଦ, କେନ୍ଦ୍ରମନ୍ତ୍ରୀ ରହିବା ପରେ ଲଗାତର ୫ ଥର ଓଡି଼ଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୪ ବର୍ଷ କାଳ କ୍ଷମତାରେ ରହିବା ପରେ ଏବେ ସେ ବିରୋଧି ଦଳ ନେତା। ୭୯ ବର୍ଷରେ ପାଦ ଥାପି ଥିବା ନବୀନ୍  ପ୍ରଥମ ଥର ପାଇଁ ବିରାଟ ଚ୍ୟାଲେଂଜର ସାମ୍ନା କରୁଛନ୍ତି। ଦଳକୁ ସୁଦୃଢ କରିବା ସହ ପୁଣି ବିଜୟ ଟ୍ରାକ୍ କୁ ଫେରିବା ପାଇଁ ଚଳାଇଛନ୍ତି କସରତ। ନିଡାମ୍ବର ଭାବେ ଜନ୍ମଦିନ ପାଳନ କରୁଥିବା ନବୀନଙ୍କୁ ଭେଟିବା ପାଇଁ ଆଜି ବିଜେଡି ନେତାଙ୍କ ଭିଡ ନବୀନ ନିବାସରେ ଜମିବ।