NEET & JEE Coaching: ଆଜିଠୁ ନିଟ୍ ଓ ଜେଇଇ ମାଗଣା କୋଚିଂ ଆରମ୍ଭ , ଏତିକି ଦିନ ଯାଏଁ ମିଳିବ ସୁବିଧା
Advertisement
Article Detail0/zeeodisha/odisha2048788

NEET & JEE Coaching: ଆଜିଠୁ ନିଟ୍ ଓ ଜେଇଇ ମାଗଣା କୋଚିଂ ଆରମ୍ଭ , ଏତିକି ଦିନ ଯାଏଁ ମିଳିବ ସୁବିଧା

NEET & JEE Coaching: ଆଜିଠୁ ଯୁକ୍ତ ଦୁଇ କଲେଜକେ ଆରମ୍ଭ ହେବ ଜେଇଇ ମେନ୍ ଏବଂ ନିଟ୍ କୋଚିଂ(Free Online NEET and JEE Coaching)। ଏହି କୋଚିଂ ମାଗଣାରେ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ। ଏହି ଅନଲାଇନ କୋଚିଂ ବ୍ୟବସ୍ଥା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (Directorate of Higher Secondary Education ) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। 

NEET & JEE Coaching: ଆଜିଠୁ ନିଟ୍ ଓ ଜେଇଇ ମାଗଣା କୋଚିଂ ଆରମ୍ଭ , ଏତିକି ଦିନ ଯାଏଁ ମିଳିବ ସୁବିଧା

NEET & JEE Coaching: ଆଜିଠୁ ଯୁକ୍ତ ଦୁଇ କଲେଜକେ ଆରମ୍ଭ ହେବ ଜେଇଇ ମେନ୍ ଏବଂ ନିଟ୍ କୋଚିଂ(Free Online NEET and JEE Coaching)। ଏହି କୋଚିଂ ମାଗଣାରେ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ। ଏହି ଅନଲାଇନ କୋଚିଂ ବ୍ୟବସ୍ଥା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (Directorate of Higher Secondary Education ) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜକୁ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ନିଟ୍ ଏବଂ ଜେଇଇ କୋଚିଂ ଦିଆଯିବା ନେଇ (DHSE) ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ଆଜି ସକାଳ ୮ଟାରୁ ୧୦ଟା  ଏବଂ ଅପରାହ୍ନ ୨ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ଏହି ଅନଲାଇନ୍ କ୍ଲାସ୍ ହେବ। ଛାତ୍ରଛାତ୍ରୀଙ୍କୁ ଆଜି କେମେଷ୍ଟ୍ରି-୧ ପଢାଯିବ। 

ALSO READ: Weather Update: ରାଜ୍ୟରେ ଶୀତର ଲହରୀ ଜାରି, ୧୫ ଡିଗ୍ରୀ ତଳେ ୧୯ ସହର

ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ପଢାଯିବାକୁ ଥିବା ପାଠ୍ୟକ୍ରମର ତାଲିକା ପ୍ରକାଶ ହୋଇଛି।  କେଉଁ ତାରିଖରେ କେଉଁ ବିଷୟର କଣ ବିଷୟ ବସ୍ତୁ ପଢାଯିବ ତାର ତାଲିକା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ  ପକ୍ଷରୁ ପ୍ରକାଶ ପାଇଛି।  ଜାନୁଆରୀ ମାସରେ  ମୋଟ୍ ୨୦ ଦିନ ପାଠପଢା ହେବ। ଏନେଇ ସମସ୍ତ ଯୁକ୍ତ ଦୁଇ କଲେଜ୍ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି। 

ସୂଚନା ଯୋଗ୍ୟ ନିଟ୍ ଆଶାୟୀଙ୍କ ପାଇଁ କେମେଷ୍ଟ୍ରି, ଫିଜିକ୍ସ, ବଟାନି, ଜୁଲୋଜିର ବିଭିନ୍ନ ବିଷୟବସ୍ତୁ ପଢାଯିବ। ୩୧ ତାରିଖ ମଧ୍ୟରେ ୪ ଦିନ କୋଚିଂ ବନ୍ଦ ରହିବ। ୧୪,୨୧,୨୮ ତାରିଖ ରବିବାର ପଡ଼ୁଥିବା ବେଳେ  ଜାନୁଆରୀ ୨୬ (January 26) ପାଇଁ କୋଚିଂ ବନ୍ଦ ରହିବ। ଯୁକ୍ତ ଦୁଇ ପ୍ରଥମ ବର୍ଷ ଶିକ୍ଷାର୍ଥି ଅର୍ଥାତ୍ ୨୦୨୩ ରେ ଯୁକ୍ତ ୨ ନାମଲେଖା (Plus II Students) ଥିବା ଛାତ୍ରଛାତ୍ରୀଙ୍କ ପାଇଁ  ଏହି ବ୍ୟବସ୍ଥା କରାଯାଇଛି।  ଏଥିପାଇଁ ପ୍ରତିଦିନ କଲେଜମାନଙ୍କୁ ଏକ ଗୁଗୁଲ୍ ଲିଙ୍କ୍ ଆସିବ। ଯାହାକୁ କଲେଜ୍ କର୍ତ୍ତୃପକ୍ଷ  ସ୍ମାର୍ଟ କ୍ଲାସ ରୁମରେ ଲାଗିଥିବା କମ୍ପ୍ୟୁଟରରେ ଖୋଲିବେ।  ଏହାପରେ ଅନଲାଇନ୍ କ୍ଲାସ୍ ଆରମ୍ଭ ହେବ। କ୍ଲାସ ସମୟରେ ଶ୍ରେଣୀ ଗୃହରେ ମେଣ୍ଟର ରହିବ। ପିଲାମାନଙ୍କୁ ଗାଇଡ୍ କରିବେ।