Odisha Govt Decision: ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବା ପାଇଁ ନିଆଗଲା ନିଷ୍ପତ୍ତି
Advertisement
Article Detail0/zeeodisha/odisha1852993

Odisha Govt Decision: ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବା ପାଇଁ ନିଆଗଲା ନିଷ୍ପତ୍ତି

୫ଟି ସଚିବ ଭି.କେ.ପାଣ୍ଡିଆନ ତାଙ୍କର ଜିଲା ଗସ୍ତ ସମୟରେ ଲୋକଙ୍କ ପାଖରୁ ପାଇଥିବା ବିଭିନ୍ନ ଅଭିଯୋଗର ହେବ ସମାଧାନ। ଏହି ଅଭିଯୋଗ ଉପରେ ସମୟ ସୀମା ପଦକ୍ଷେପ ନେବା ପାଇଁ  ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗ ତଥା  ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

 

Odisha Govt Decision: ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବା ପାଇଁ ନିଆଗଲା ନିଷ୍ପତ୍ତି

Odisha Govt Cabinet Decision Today: ସେପ୍ଟମ୍ବର ୨ ତାରିଖ ଶନିବାର ଏକ ଐତିହାସକ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ.ପାଣ୍ଡିଆନ ତାଙ୍କର ଜିଲ୍ଲା ଗସ୍ତ ସମୟରେ ଜମିଜମା ସମ୍ପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ହୀରାକୁଦ ବନ୍ଧ ବିସ୍ଥାପିତଙ୍କ ଦୀର୍ଘ ବର୍ଷର ସମସ୍ୟା, ଅନ୍ୟ ସ୍ଥାନରେ ସରକାରୀ ଜମିରେ ବହୁ ଦିନ ଧରି ରହୁଥିବା ଲୋକଙ୍କର ଜମି ଅଧିକାର ସମସ୍ୟା, ରୟତ ସମସ୍ୟା ଏଭଳି ଅନେକ ସମସ୍ୟା ସମ୍ପର୍କରେ ଲୋକେ ୫-ଟି ସଚିବଙ୍କୁ ଜଣାଇଥିଲେ। ଏ ବିଷୟରେ ୫ଟି ସଚିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶନିବାର ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଗଞ୍ଜାମ ଏବଂ ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ବୈଠକରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଯୋଗାଇ ଦେବାକୁ ନିଷ୍ପତ୍ତି କରାଯାଇଛି।

ଝାରସୁଗୁଡା ଜିଲ୍ଲାରେ ହୀରାକୁଦ ବନ୍ଧ ବିସ୍ଥାପିତଙ୍କ ସମସ୍ୟା ୫୦ ବର୍ଷରୁ ଅଧିକ ସମୟର ବୋଲି ଜମାପଡ଼ିଛି। ଲଖନପୁର ତହସିଲ ଅଧିନସ୍ଥ ୧୮ ଗାଁ, ଝାରସୁଗୁଡା ତହସିଲ ଅଧିନସ୍ଥ ଗୋଟିଏ ଗାଁ, ଏପରି ମୋଟ ୧୯ ଗ୍ରାମର ଜମି ସମସ୍ୟାର ସମାଧାନ ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଛି। ୧୭୪୯ ପରିବାରକୁ ପ୍ରାୟ ୩୨୩୧ ଏକର ଜମି ଉପରେ ଅଧିକାର ଦିଆଯିବ। ଡିସେମ୍ବର ମାସରୁ ଲିମେଇତିକ୍ରା, ସାହାସବାଗ, ଚିଟ୍ ଲାଛିପଲ୍ଲୀ, ପାତ୍ରପଲ୍ଲୀ, ଡୁଆଁମୁଣ୍ଡା ଆଦି ୫ ଗ୍ରାମରେ ଜମି ପଟ୍ଟା ବଣ୍ଟନ ଆରମ୍ଭ ହେବ।

ଗତ ୨୬ ଅଗଷ୍ଟରେ ୫ଟି ସଚିବ ତାରିଖ ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲେ। ସେଠାରେ ଲୋକଙ୍କ ସମସ୍ୟା ଶୁଣିବା ପରେ ମାତ୍ର ୫ ଦିନରେ ଜମି  ସମସ୍ୟାର ସମସ୍ୟା ସମାଧାନ ହୋଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକ୍‌ର ୧୭ ଗ୍ରାମର ୮୮୩ ଜଣ ଲୋକଙ୍କୁ ଘରଡିହ ପଟ୍ଟା ଦିଆଯିବ। ଆସନ୍ତା ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସମସ୍ତ ପଟ୍ଟା ବଣ୍ଟନ ପ୍ରକ୍ରିୟା ଶେଷ ହେବ। ସେହିପରି ୧୬୮ ଜଣ ଲୋକଙ୍କୁ ଚାଷ ଜମି ପାଇଁ ପଟ୍ଟା ଦିଆଯିବ। ଏହି ପଟ୍ଟା ବଣ୍ଟନ ପ୍ରକ୍ରିୟା ଆସନ୍ତା ଅକ୍ଟୋବର ପହିଲାରୁ ଆରମ୍ଭ ହେବ। ୫ଟି ସଚିବ ଭି.କେ.ପାଣ୍ଡିଆନ ତାଙ୍କର ଜିଲା ଗସ୍ତ ସମୟରେ ଲୋକଙ୍କ ପାଖରୁ ପାଇଥିବା ବିଭିନ୍ନ  ଅଭିଯୋଗର ହେବ ସମାଧାନ। ଏହି ଅଭିଯୋଗ ଉପରେ ସମୟ ସୀମା ପଦକ୍ଷେପ ନେବା ପାଇଁ  ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗ ତଥା  ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସର ମଧ୍ଯ ଭାଗରେ ମୁଖମନ୍ତ୍ରୀ ଏହି ଅଭିଯୋଗ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ।