Odisha News: ଏଥର ମହଙ୍ଗା ପଡି଼ବ ବନ୍ୟପ୍ରାଣୀଙ୍କ ସହ ସେଲଫି ନେବା, ଜାଣନ୍ତୁ କାହିଁକି ?
Advertisement
Article Detail0/zeeodisha/odisha2158797

Odisha News: ଏଥର ମହଙ୍ଗା ପଡି଼ବ ବନ୍ୟପ୍ରାଣୀଙ୍କ ସହ ସେଲଫି ନେବା, ଜାଣନ୍ତୁ କାହିଁକି ?

Odisha News: ପର୍ଯ୍ୟଟକଙ୍କ ପାଇଁ ବଡ଼ ଖବର। ଏଣିକି ଆଉ ବନ୍ୟପ୍ରାଣୀଙ୍କ ସହ ସେଲଫି ନେଇ ହେବନି କି ଯଦିଓ ନେଇଛ ତାହା ହେଲେ ଏହାକୁ ସୋସିଆଲ୍ ମିଡି଼ଆରେ ପୋଷ୍ଟ କରି ହେବନି। ଯଦିଓ ବନ୍ୟପ୍ରାଣୀଙ୍କ ସହ କେହି ସେଲଫି ନେଇ ଫଟୋ ପୋଷ୍ଟ କରୁଥିବା ନଜର ଆସନ୍ତି। ତେବେ, ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

Odisha News: ଏଥର ମହଙ୍ଗା ପଡି଼ବ ବନ୍ୟପ୍ରାଣୀଙ୍କ ସହ ସେଲଫି ନେବା, ଜାଣନ୍ତୁ କାହିଁକି ?

Odisha News: ପର୍ଯ୍ୟଟକଙ୍କ ପାଇଁ ବଡ଼ ଖବର। ଏଣିକି ଆଉ ବନ୍ୟପ୍ରାଣୀଙ୍କ ସହ  ସେଲଫି ନେଇ ହେବନି କି ଯଦିଓ ନେଇଛ ତାହା ହେଲେ ଏହାକୁ ସୋସିଆଲ୍ ମିଡି଼ଆରେ ପୋଷ୍ଟ କରି ହେବନି।  ଯଦିଓ ବନ୍ୟପ୍ରାଣୀଙ୍କ ସହ କେହି ସେଲଫି ନେଇ ଫଟୋ ପୋଷ୍ଟ କରୁଥିବା ନଜର ଆସନ୍ତି। ତେବେ, ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ପିସିସିଏଫ୍ ନୋଟିସ୍ ଜାରି କରିଛନ୍ତି।  ବନ୍ୟପ୍ରାଣୀଙ୍କ ସହ ସେଲଫି କିମ୍ବା ଫଟୋ ପୋଷ୍ଟ ବାରଣ ନେଇ ସୋସିଆଲ୍ ମିଡିଆରେ ସଚେତନତା ସୃଷ୍ଟି କରିବାକୁ ଏକ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ଡିଏଫଓ, ଶିମିଳିପାଳ ଓ ନନ୍ଦନକାନନ ନିର୍ଦ୍ଦେଶକଙ୍କୁ ପିସିସିଏଫ୍ ଚିଠି କରିଛନ୍ତି। 

ସେଲଫି କିମ୍ବା କୌଣସି ଜୀବଜନ୍ତୁଙ୍କ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କଲେ ଏହା ଆଇନ୍ ବିରୋଧି। ତେଣୁ ଏଭଳି ଉଲଘଂନକାରୀଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ତର ବ୍ୟବସ୍ଥା ରହିଛି। ଏନେଇ ଲୋକଙ୍କୁ ସଚେତନ କରିବାକୁ ପିସିସିଏଫ୍ ପରାମର୍ଶ ଦେଇଛନ୍ତି। ଅନେକ ସମୟରେ ଲୋକେ ବନ୍ୟପ୍ରାଣୀଙ୍କ ସହ ସେଲଫି ନେଇ ସୋସିଆଲ୍ ମିଡ଼ିଆରେ ଫଟୋ ପୋଷ୍ଟ କରୁଛନ୍ତି।  ବଣୁଆ ବନ୍ୟଜନ୍ତୁଙ୍କ ସହ ଫଟୋଗ୍ରାଫି କିମ୍ବା ସେଲଫି ନେବା, କେବଳ ଏହି ପ୍ରାଣୀଙ୍କ ସାଧାରଣ ଜୀବନକୁ ବ୍ୟାଘତ କରେ ନାହିଁ।  ଏହି କାର୍ଯ୍ୟ ବନ୍ୟପ୍ରାଣୀଙ୍କ (ସୁରକ୍ଷା) ନିୟମର ଉଲଘଂନ କରିଥାଏ। 

ଏଭଳି ସୋସିଆଲ୍ ମିଡିଆରେ ପୋଷ୍ଟ କରୁଥିବା ସମ୍ପୃକ୍ତ ବ୍ୟକ୍ତି ଉକ୍ତ ଆଇନ୍ ଅନୁଯାୟୀ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ତ ଭୋଗିବାର ସମ୍ଭାବନା ରହିଛି। ମୃତ ବଣୁଆ ଜନ୍ତୁ କିମ୍ବା ବନ୍ୟପ୍ରାଣୀଙ୍କ ଶରୀରର ଅଂଶ ବିଶେଷ ସହ ଫଟୋ କିମ୍ବା ସେଲଫି ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ଦ୍ବାରା  ବନ୍ୟଜନ୍ତୁଙ୍କ ସୁରକ୍ଷା ଉଲଘଂନ ହେଉଛି। ସେନେଇ ସେକ୍ସନ୍  ୩୯(୨), ଏବଂ (୩) ସହ ଧାରା ୩୯(୧) (କ) ଉଲଘଂନ କରି ସୋସିଆଲ୍ ମିଡି଼ଆରେ ପୋଷ୍ଟ କରାଯାଉଛି।ତେଣୁ ବନ୍ୟ ଜନ୍ତୁଙ୍କ ସୁରକ୍ଷା ଅଧିନିୟମ ଅନୁସାରେ,ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। 

ଏହି କାର୍ଯ୍ୟ କଳାପରୁ ନିବୃତ୍ତ ରହିବା ପାଇଁ ଜନସଚେତନତା ମଧ୍ୟରେ ସଚେତନତା ଆବଶ୍ୟକ।  ଏନେଇ ଲୋକଙ୍କ ପାଖରେ କିଭଳି ଭାବରେ ସଚେତନତା କରାଯିବ। ସେନେଇ ସମସ୍ତ ବ୍ୟବସ୍ଥା କରିବାକୁ ପିସିସିଏଫ୍ ନିର୍ଦ୍ଦେଶ ଦେଇଛନ୍ତି। ଜଙ୍ଗଲୀ ବନ୍ୟଜନ୍ତୁଙ୍କ ଫଟୋ ଉଠାଇବାକୁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତି ଜଙ୍ଗଲ ଅଧିକାରୀଙ୍କ ଅନୁମତି କ୍ରମେ ବଳବତ୍ତର ଆଇନ୍  ଏବଂ ଏହାର ନିର୍ଦ୍ଦେଶାବଳୀ ପାଳନ କରିବା ଆବଶ୍ୟକ।  ଏହା ସହ ସୋସିଆଲ୍ ମିଡିଆରେ ଏକ ହେଲଫ୍ ଲାଇନ୍ ନମ୍ବର ରହିବା ଆବଶ୍ୟକ। କିନ୍ତୁ, ଏହି ନିୟମ ଉଲଘଂନ କରି ଖ୍ୟାତି ଅର୍ଜନ କରୁଥିବା କିଛି ଅସାଧୁଙ୍କୁ ଗିରଫ କରି, ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଏହାକୁ କଠୋର ଭାବେ କାର୍ଯ୍ୟକାରୀ କରିବାକୁ ବନ୍ୟପ୍ରାଣୀ ପିସିସିଏଫ୍ ନିର୍ଦ୍ଦେଶ ଦେଇଛନ୍ତି।