kuakhai River: କୁଆଖାଇ ନଦୀ ଶଯ୍ୟାରେ ହଜିଯାଇଥିବା ପ୍ରାଚୀନ ସଭ୍ୟତାର ଚିହ୍ନ
Advertisement
Article Detail0/zeeodisha/odisha2128511

kuakhai River: କୁଆଖାଇ ନଦୀ ଶଯ୍ୟାରେ ହଜିଯାଇଥିବା ପ୍ରାଚୀନ ସଭ୍ୟତାର ଚିହ୍ନ

kuakhai River:କୁଆଖାଇ ନଦୀ ଶଯ୍ୟାରୁ ମିଳିଛି ସମୟ ସ୍ରୋତରେ ହଜି ଯାଇଥିବା ଏକ ପ୍ରାଚୀନ ସଭ୍ୟତାର ଚିହ୍ନ। କଟକ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଉତ୍ତମାପୁର ଗ୍ରାମ ବାଲିମଙ୍ଗଳା ଦେବୀପୀଠର ଅନତି ଦୂରରେ ଏକ ଜନବସତି ଗଢି ଉଠିଥିଲା, ଯାହାର ଛାପ ଆଜି ଦେଖିବାକୁ ମିଳୁଛି।

kuakhai River: କୁଆଖାଇ ନଦୀ ଶଯ୍ୟାରେ ହଜିଯାଇଥିବା ପ୍ରାଚୀନ ସଭ୍ୟତାର ଚିହ୍ନ

kuakhai River: କୁଆଖାଇ ନଦୀ ଶଯ୍ୟାରୁ ମିଳିଛି ସମୟ ସ୍ରୋତରେ ହଜି ଯାଇଥିବା ଏକ ପ୍ରାଚୀନ ସଭ୍ୟତାର ଚିହ୍ନ। ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପ ଓ ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନଙ୍କ ଦ୍ୱାରା କଟକ ସହର ଓ ଏହାର ଆଖପାଖ ଅଂଚଳରେ ଥିବା ଐତିହାସିକ କୀର୍ତ୍ତିରାଜିର ସନ୍ଧାନ ସମୟରେ ଅନେକ ପ୍ରତ୍ନତାତ୍ତ୍ୱିକ ଅବଶେଷ ଚିହ୍ନଟ ହୋଇଛି। କଟକ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଉତ୍ତମାପୁର ଗ୍ରାମ ବାଲିମଙ୍ଗଳା ଦେବୀପୀଠର ଅନତି ଦୂରରେ ଏକ ଜନବସତି ଗଢି ଉଠିଥିଲା, ଯାହାର ଛାପ ଆଜି ଦେଖିବାକୁ ମିଳୁଛି।

ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପର ପ୍ରତିଷ୍ଠାତା ସଦସ୍ୟ ତଥା ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଛନ୍ତି, ଏହି ସ୍ଥାନଟି ଉଭୟ ବାରବାଟୀ ଦୁର୍ଗ ଓ ଚୁଡ଼ଙ୍ଗଗଡର ନିକଟତର ହୋଇଥିବାରୁ ଏହାର ଅନେକ ଐତିହାସିକ ଗୁରୁତ୍ୱ ରହିଛି। ଏକଦା କୁଆଖାଇ ନଦୀରେ ନୌବାଣିଜ୍ୟ କାରବାର ହେଉଥିଲା, ଏଠାରେ ପୂଜା ପାଉଥିବା ଦେବୀ ବାଲି ମଙ୍ଗଳା ନୌବାଣିଜ୍ୟ ସହ ସମ୍ପୃକ୍ତ ଦେବୀ ବୋଲି ଲୋକକଥା ରହିଛି। ଏହି ଦେବୀଙ୍କ ନାମ ଅନୁସାରେ ହିଁ ନିକଟସ୍ଥ ଗ୍ରାମର ନାମ ବାଲିକୁଦା ହୋଇଛି। ନଦୀ ମଧ୍ୟରୁ ଏକ ଛୋଟ ଢିପ ପରି ସ୍ଥାନରୁ ଅନେକ ଭଗ୍ନ ନାଲି, କଳା ଓ ଧୂସର ରଙ୍ଗର ମାଟିପାତ୍ର, ଚିତ୍ରିତ ଖପରା ଖଣ୍ଡ, ପୁରୁଣା ମାଟି କୂଅର ଧାନ ଅଗାଡି ଯୁକ୍ତ ମାଟି ନନ୍ଦ ତଥା ଭଙ୍ଗା ହାଡଖଣ୍ଡ ସବୁ ବହୁ ମାତ୍ରରେ ଦେଖିବାକୁ ମିଳିଛି। ଏଥିରୁ ଜଣାଯାଏ ଯେ, ଏଠାରେ ଥିବା ଜନବସତିଟି କୁଆଖାଇ ନଦୀର ଗତିପଥରେ ପରିବର୍ତ୍ତନ ଅଥବା ବନ୍ୟାର ପ୍ରଭାବରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ଏହା ବି ପଢନ୍ତୁ- PM Modi: ରାଜ୍ୟବାସୀଙ୍କୁ ମୋଦି ଦେବେ ଉପହାର, ୨୧ଟି ନୂତନ ଷ୍ଟେସନର ଉଦ୍‍ଘାଟନ କରିବା ସହ ୫୦ରୁ ଅଧିକ...

ସିଲଭର ସିଟି କଟକ ପବ୍ଲିକ୍ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସଦସ୍ୟ ରଶ୍ମିରଞ୍ଜନ ପ୍ରଧାନଙ୍କ ମତରେ, କୁଆଖାଇ ଶଯ୍ୟାରେ ମିଳିଥିବା ପ୍ରାଚୀନ ସଭ୍ୟତାର ଅବଶେଷ ବର୍ତ୍ତମାନ ସମୟରେ ଅନେକ ଗୁରୁତ୍ୱ ବହନ କରୁଛି। କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ଐତିହାସିକ ବାରବାଟୀ ଦୁର୍ଗରେ ଚାଲିଥିବା ଖନନରୁ ଅନେକ ପ୍ରାଚୀନ ସାମଗ୍ରୀ ମିଳୁଥିବା ବେଳେ ମାତ୍ର ଅଳ୍ପ ଦୂରରେ ଅବସ୍ଥିତ ଉତ୍ତମାପୁରରେ ପ୍ରାଚୀନ ସଭ୍ୟତାର ସନ୍ଧାନ ପୁରାତନ କଟକ ସହର ସହ ସମ୍ପୃକ୍ତ ଅନେକ ନୂତନ ଇତିହାସକୁ ସାମ୍ନାକୁ ଆଣିପାରେ। ଆମେ ଏହି ସମ୍ପର୍କରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ତଥା ସଂସ୍କୃତି ବିଭାଗକୁ ଚିଠି ଲେଖି ଅବଗତ କରାଇବୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।