Maha Ashtami 2024: ଦୁର୍ଗା ପୂଜାକୁ ନେଇ ଉତ୍ସବମୁଖର ଟ୍ୱିନସିଟି, ମଣ୍ତପରେ ମହାଷ୍ଟମୀ, ପୀଠରେ ଚାଲିଛି ନବମୀ ପୂଜା
Advertisement
Article Detail0/zeeodisha/odisha2468104

Maha Ashtami 2024: ଦୁର୍ଗା ପୂଜାକୁ ନେଇ ଉତ୍ସବମୁଖର ଟ୍ୱିନସିଟି, ମଣ୍ତପରେ ମହାଷ୍ଟମୀ, ପୀଠରେ ଚାଲିଛି ନବମୀ ପୂଜା

Maha Ashtami 2024: ଧରାପୃଷ୍ଠରେ ଅବତରଣ କରିଛନ୍ତି ମାଆ ଦୁର୍ଗା।  ସବୁଠି ଚାଲିଛି ମାଆଙ୍କ ପୂଜାଚ୍ଚନା।  ଆଜି ମହାମାୟୀଙ୍କ ମହାଷ୍ଟମୀ ପୂଜା। ମଣ୍ତପରେ ମାଆଙ୍କର ମହାଷ୍ଟମୀ ଚାଲିଥିବା ବେଳେ ପୀଠରେ ଦେବୀଙ୍କ ମହା-ନବମୀ ପୂଜା ଚାଲିଛି। ମହାଷ୍ଟମୀ ପୂଜା କରିବା ଲାଗି ମଣ୍ତପ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମଳୁଛି। 

Maha Ashtami 2024: ଦୁର୍ଗା ପୂଜାକୁ ନେଇ ଉତ୍ସବମୁଖର ଟ୍ୱିନସିଟି, ମଣ୍ତପରେ ମହାଷ୍ଟମୀ, ପୀଠରେ ଚାଲିଛି ନବମୀ ପୂଜା

Maha Ashtami 2024: ଧରାପୃଷ୍ଠରେ ଅବତରଣ କରିଛନ୍ତି ମାଆ ଦୁର୍ଗା।  ସବୁଠି ଚାଲିଛି ମାଆଙ୍କ ପୂଜାଚ୍ଚନା।  ଆଜି ମହାମାୟୀଙ୍କ ମହାଷ୍ଟମୀ ପୂଜା। ମଣ୍ତପରେ ମାଆଙ୍କର ମହାଷ୍ଟମୀ ଚାଲିଥିବା ବେଳେ ପୀଠରେ ଦେବୀଙ୍କ ମହା-ନବମୀ ପୂଜା ଚାଲିଛି। ମହାଷ୍ଟମୀ ପୂଜା କରିବା ଲାଗି ମଣ୍ତପ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମଳୁଛି। ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ତି ପାଠରେ କମ୍ପୁଛି ପରିବେ। ଷୋଡଶ ଉପଚାରରେ ଚାଲିଛି ମାଆଙ୍କ ପୂଜା।  ଚଣ୍ତିପାଠରେ ଗଗନ ପବନ ମୁଖରିତ ହେଉଛି। ମାଆଙ୍କୁ ଦର୍ଶନ କରି ନୈବେଦ୍ୟ ଅର୍ପଣ କରୁଛନ୍ତି। 

ALSO READ: Petrol Diesel Price Today: ଗ୍ରାହକଙ୍କୁ ଦଶହରା ଭେଟି, ରାଜ୍ୟରେ ଖସିଲା ପେଟ୍ରୋଲ-ଡିଜେଲ ରେଟ୍

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ନୂଆ ସପ୍ତାହରେ ବଢିବ ଅଡୁଆ, କର୍ମକ୍ଷେତ୍ରରେ ଦେଖାଦେବ ବିବାଦ, ବ୍ୟବସାୟରେ ହେବ କ୍ଷତି!

ବିଶେଷକରି ପ୍ରସିଦ୍ଧ ଶକ୍ତିପୀଠ ଗୁଡିକରେ ଗହଳି ଦେଖିବାକୁ ମିଳୁଛି। ଦୁର୍ଗାଷ୍ଟମୀ ବ୍ରତ ପାଳନ କରୁଥିବା ଭକ୍ତମାନେ ଉପବାସରେ ରହି ମାଆଙ୍କ ଦର୍ଶନ କରୁଛନ୍ତି। ସୂର୍ଯ୍ୟପୂଜା ସହ  ସକଳ କର୍ମ ଶେଷ ପରେ ଷୋଡ଼ଶ ଉପଚାର ରେ ଦେବୀ ଦୁର୍ଗାଙ୍କ ପୂଜା ହେଉଛି। ଏହାପରେ ସଂଧି ପୂଜା ଆରମ୍ଭ ହେବ।  ଏଥିପାଇଁ ପ୍ରତ୍ୟକ ପୂଜା ମଣ୍ତପରେ  ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି। ହାତରେ ପୂଜାଥାଳି ଧରି ମାଆଙ୍କ ନିକଟରେ ପୂଜା କରିବା ପାଇଁ ଭକ୍ତ ଅପେକ୍ଷା କରିଛନ୍ତି। 

ସେପଟେ ଦୁର୍ଗା ପୂଜାକୁ ନେଇ ଉତ୍ସବମୁଖର ହୋଇଛି ଟ୍ୱିନ ସିଟି । ଏନେଇ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ପୂଜାରେ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ରାଜ୍ୟ ପୋଲିସ । ୪୦ ଜଣ ମହିଳା ପୋଲିସଙ୍କୁ ନେଇ ଶକ୍ତିବାହିନୀ ଟିମ୍ ଗଠନ କରାଯାଇଛି । ୨୦ଟି ବାଇକ୍ ଧରି ପୂଜା ମଣ୍ଡପ ବୁଲିବା ସହ ମହିଳାଙ୍କ ସୁରକ୍ଷା ବ୍ୟବସ୍ଥା ବୁଝିବ ଏହି ସ୍ପେଶାଲ ଟିମ୍ ।