Odisha News: ଭୁବନେଶ୍ୱର: ନିକଟ ଅତୀତରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ(cm Naveen Patnaik) ତାଙ୍କ ପ୍ରଶଂସା ରାଜ୍ୟ ରାଜନୀତିର ପଟ୍ଟ ପରିବର୍ତ୍ତନ କରିଛି। ପୁଣି ସଂସଦରେ ବିଜେପି ସରକାରକୁ ସମର୍ଥନ ଏବଂ ବିରୋଧୀ ଦଳ ମାନଙ୍କ ପକ୍ଷରୁ ଅଣାଯାଇଥିବା ଅନାସ୍ଥାକୁ ବିରୋଧ ପ୍ରଭୃତି ମୁଖ୍ୟମନ୍ତ୍ରୀଙ୍କ ସମଦୂରତା ରାଜନୀତିକୁ ମଧ୍ୟ ଜାତୀୟସ୍ତରରେ ସମାଲୋଚିତ କରାଯାଇଛି।
Trending Photos
Odisha News: ଭୁବନେଶ୍ୱର: ନିକଟ ଅତୀତରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ(cm Naveen Patnaik) ତାଙ୍କ ପ୍ରଶଂସା ରାଜ୍ୟ ରାଜନୀତିର ପଟ୍ଟ ପରିବର୍ତ୍ତନ କରିଛି। ପୁଣି ସଂସଦରେ ବିଜେପି ସରକାରକୁ ସମର୍ଥନ ଏବଂ ବିରୋଧୀ ଦଳ ମାନଙ୍କ ପକ୍ଷରୁ ଅଣାଯାଇଥିବା ଅନାସ୍ଥାକୁ ବିରୋଧ ପ୍ରଭୃତି ମୁଖ୍ୟମନ୍ତ୍ରୀଙ୍କ ସମଦୂରତା ରାଜନୀତିକୁ ମଧ୍ୟ ଜାତୀୟସ୍ତରରେ ସମାଲୋଚିତ କରାଯାଇଛି। ଅର୍ଥାତ୍ ମେଣ୍ଟ ନକଲେ ବି ବିଜେପି-ବିଜେଡି (bjd-bjp) ପରସ୍ପରରର ବନ୍ଧୁ ତାହା ପ୍ରମାଣିତ ହୋଇଛି।
ରାଜ୍ୟ ରାଜନୀତିର ଏହି ପରିବର୍ତ୍ତନ ପଛରେ ଯଦି କାହାକୁ ମୁଖ୍ୟ ସୂତ୍ରଧର ଭାବେ ବିରୋଧୀ ଗ୍ରହଣ କରୁଛନ୍ତି ସେ ହେଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ( 5T secretary VK Pandian)। ତାଙ୍କୁ ଆକ୍ଷେପ ଓ ପ୍ରତ୍ୟାକ୍ଷେପ କରି ରାଜ୍ୟର କିଛି ବିଜେପି ନେତା, ସାଂସଦ କିଛି ସମୟ ପାଇଁ ଗଣମାଧ୍ୟମର ନଜର ଆକର୍ଷଣ କରୁଥିଲେ ମଧ୍ୟ ତୃଣମୂଳସ୍ତରରେ ତାହା ପ୍ରଭାବ ପକାଇବାରେ ସମର୍ଥ ହାଇପାରୁ ନାହିଁ। ବରଂ ପାଣ୍ଡିଆନ୍ ରାଜ୍ୟର ୧୪୭ଟିଯାକ ନିର୍ବାଚନ ମଣ୍ଡଳୀ ବୁଲି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଆହୁରି ସୁଦୃଢଆ କରିବାରେ ଲାଗିଛନ୍ତି। ଅର୍ଥାତ୍ ଶଙ୍ଖ ଦଳକୁ ସମାଲୋଚନା କରୁଥିବା ଲୋକଙ୍କୁ ନିଜ ପ୍ରତି ଆକର୍ଷଣ କରିବାରେ ବିଫଳ ହେଉଛି ପ୍ରମୁଖ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି।
ଅପରପକ୍ଷେ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୀତିକ ଶୂନ୍ୟତାକୁ ନିଜ ପକ୍ଷଭୁକ୍ତ କରିବା ତଥା ପରିସ୍ଥିତିର ଫଇଦା ନେବା ଲାଗି ସଜାଗ ହୋଇଛି କଂଗ୍ରେସ। ଗତ ନିର୍ବାଚନଠାରୁ ରାଜ୍ୟରେ ମୃତପ୍ରାୟ ହୋଇ ପଡ଼ି ରହିଥିବା ଏହି ଦଳ, ତୃଣମୂଳସ୍ତରରେ ଲୋକଙ୍କ ସହ ନିଜ ସମ୍ପର୍କ ବଢ଼ାଇବା ସହ ବିଭିନ୍ନ ଦଳର ରାଜନେତାଙ୍କୁ ନିଜ ଆଡ଼କୁ ଆଣିବା ଲାଗି ପ୍ରୟାସ କରୁଛି। ଆଉ ଏହି ନିରନ୍ତର ପ୍ରୟାସ ପଛରେ ଅଛନ୍ତି ପୂର୍ବତନ ଅମଲାତନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ସଚିବ ବିଜୟ କୁମାର ପଟ୍ଟନାୟକ। ଦଳର ରାଜ୍ୟ ନେତା ଶରତ ପଟ୍ଟନାୟକଙ୍କ ଆସ୍ଥାଭାଜନ ହୋଇଥିବା ବିଜୟଙ୍କ ନୀତି ଏବେ ‘ଧୀରପାଣି ପଥରକାଟିବା ଭଳି ଦେଖିବାକୁ ମିଳୁଛି। ସ୍ପଷ୍ଟଭାବେ କହିଲେ, ସଂଖ୍ୟା ସ୍ୱଳ୍ପ ଥିଲେ ମଧ୍ୟ କଂଗ୍ରେସ ଏବେ ବିରୋଧୀ ଦଳ ଭାବେ ଲୋକଙ୍କ ଆସ୍ଥା ଜିତୁଛି।
ଏହି ଆସ୍ଥା ବଳଶାଳୀ ହେଉଥିବା ଦେଖି କଂଗ୍ରେସର ପୂର୍ବତନ ନେତା, ମନ୍ତ୍ରୀ ତଥା ସଦସ୍ୟ, ଯେଉଁମାନେ ଦଳ ଉପରୁ ଆସ୍ଥା ହରାଇ ଅଲଗା ହୋଇଥିଲେ ସେମାନେ ଫେରିବା ଆରମ୍ଭ କରିଛନ୍ତି। ଏଥିରେ ଆଦିବାସୀ ନେତା ରହିଛନ୍ତି ଆଉ ଓବିସି ନେତୃତ୍ୱବି। ପୁଣି ଖେଳ ତାରକା ଓ ପ୍ରମୁଖ ରାଜନେତା ବି ରହିଛନ୍ତି।
ଯେଉଁ ନେତାମାନେ ଦିନେ ଦଳପାଇଁ ନିଜକୁ ଅଲୋଡ଼ା ବୋଲି ଭାବି ଅନ୍ୟ ଦଳକୁ ଯାଇଥିଲେ ସେମାନଙ୍କର ଘର ବାହୁଡ଼ା ହେବ ବୋଲି ସ୍ପଷ୍ଟ ହୋଇଛି। ଏହି ତାଲିକାରେ ୯ ଥର ସାଂସଦ ଥିବା ଆଦିବାସୀ ନେତା ଗିରିଧର ଗମାଙ୍ଗ ଓ ତାଙ୍କ ପୁତ୍ର ବି ରହିଛନ୍ତି। କୋରାପୁଟ ଅଞ୍ଚଳର ଅନ୍ୟତମ ଆଦିବାସୀ ନେତା ଜୟରାମ ପାଙ୍ଗୀ ବି ରହିଛନ୍ତି ଏହି ତାଲିକାରେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ବିଧାୟକ ଜର୍ଜ ତିର୍କୀ ମଧ୍ୟ ଏହି ତାଲିକାରେ ରହିଛନ୍ତି। ଆସନ୍ତା ୬ ତାରିଖରେ ଦଳ ଏମାନଙ୍କ ସହ ଆହୁରି ଅନେକ ନେତାଙ୍କୁ ଦଳରେ ମିଶାଇ ନିଜର କଳେବର ବୃଦ୍ଧି କରିବାକୁ ଦଳର ସଭାପତି ମଲ୍ଲିକାର୍ଜ୍ଜୁନ ଖଡ୍ଗେ ମଧ୍ୟ ଭୁବନେଶ୍ୱର ଆସୁଛନ୍ତି ବୋଲି ସୂଚନା ମିଳିଛି। ଯେତେବେଳେ ଏହା ସୁଦୃଢ଼ ହେବ ଅର୍ଥାତ୍ ଦଳ ବିଧାନସଭାରେ ଲଢ଼ିବା ଲାଗି ୫୦ରୁ ଅଧି ଯୋଗ୍ୟ ଲୋକଙ୍କୁ ପଇପାରିବ, ତା’ପରେ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟଯ୍ୟକ୍ରମ ରହିଛି। ଏଥିରୁ ସ୍ପଷ୍ଟ ଯେ, ରାଜ୍ୟ କଂଗ୍ରେସ, ପଶ୍ଚିମ, ଉପକୂଳ ଏବଂ ଦକ୍ଷଣ ପ୍ରାନ୍ତକୁ ଏକାଠି କରିବାରେ ବିଜେଡିର ପୁରୁଣା ନୀତିକୁ ବି ଧରିଛି।
ଏହିକ୍ରମରେ ଶୃଙ୍ଖଳାକୁ ପ୍ରାଧାନ୍ୟ ଦେଇ ଦଳ ନେତାଙ୍କୁ ନିଲମ୍ବିତ ବି କରୁଛି, ଯାହା ଲୋକଙ୍କ ଆଗରେ ଦଳର ଭାବମୂର୍ତ୍ତିକୁ ସଜାଡ଼ିଛି। ଦିନେ ବିଜେଡି ରାଜନୀତିର ଚାଣକ୍ୟ ଭାବେ ପରିଚିତ ଥିବା ପ୍ୟାରୀମୋହନ ମହାପାତ୍ରଙ୍କ ଖାସ୍ ଥିବା ବିଜୟ ଏବେ ସେହି ନୀତିକୁ ଆପଣାଇଛନ୍ତି। ରାଜ୍ୟରେ ବିଜେପି ଯେ ବିରୋଧୀ ଦଳ ନୁହେଁ ତାହାକୁ ମଧ୍ୟ ସ୍ପଷ୍ଟ କରିବାରେ ସେ ସମର୍ଥ ହୋଇଛନ୍ତି। ଅର୍ଥାତ୍ ଆଗକୁ ୨୦୨୪ ନିର୍ବାଚନଟି ପାଣ୍ଡଆନ ବନାମ ପଟନାୟକ ହେବାକୁ ଯାଉଛି।