Odisha Politics: ହାଇଜାକ୍‍ ହେବ ବିଜେଡି, ପାଣ୍ଠି ସ୍ଥାନାନ୍ତରଣ ଲାଗି ଚାଲିଛି କସରତ!
Advertisement
Article Detail0/zeeodisha/odisha2481557

Odisha Politics: ହାଇଜାକ୍‍ ହେବ ବିଜେଡି, ପାଣ୍ଠି ସ୍ଥାନାନ୍ତରଣ ଲାଗି ଚାଲିଛି କସରତ!

ଭୁବନେଶ୍ୱର: ରାଜ୍ୟର ସବୁଠାରୁ ବଡ଼ ଆଞ୍ଚଳିକ ଦଳ ତଥା ୨୪ ବର୍ଷ ଧରି ରାଜ୍ୟକୁ ଶାସନ କରିଥିବା ବିଜୁ ଜନତା ଦଳ ଭାଗ ଭାଗ ହୋଇପାରେ। ବିଶେଷକରି ପ୍ରତିଷ୍ଠାତା ସଦସ୍ୟ ଏବଂ ପ୍ରତିଷ୍ଠାତାଙ୍କ ଭିତରେ ଏହି ଭାଗବଣ୍ଟା ଆଶଙ୍କା କରାଯାଉଛି। ଏହା ହେଲେ ନବୀନଙ୍କୁ ଛାଡ଼ି ପ୍ରତିଷ୍ଠାତା ସଦସ୍ୟମାନେ ଅରିଜିନାଲ୍‍ ବିଜୁ ଜନତା ଦଳ ଗଢ଼ିବେ ବୋଲି ଆଶଙ୍କା ହେ

Odisha Politics: ହାଇଜାକ୍‍ ହେବ ବିଜେଡି, ପାଣ୍ଠି ସ୍ଥାନାନ୍ତରଣ ଲାଗି ଚାଲିଛି କସରତ!

Odisha Politics: ଭୁବନେଶ୍ୱର: ରାଜ୍ୟର ସବୁଠାରୁ ବଡ଼ ଆଞ୍ଚଳିକ ଦଳ ତଥା ୨୪ ବର୍ଷ ଧରି ରାଜ୍ୟକୁ ଶାସନ କରିଥିବା ବିଜୁ ଜନତା ଦଳ ଭାଗ ଭାଗ ହୋଇପାରେ। ବିଶେଷକରି ପ୍ରତିଷ୍ଠାତା ସଦସ୍ୟ ଏବଂ ପ୍ରତିଷ୍ଠାତାଙ୍କ ଭିତରେ ଏହି ଭାଗବଣ୍ଟା ଆଶଙ୍କା କରାଯାଉଛି। ଏହା ହେଲେ ନବୀନଙ୍କୁ ଛାଡ଼ି ପ୍ରତିଷ୍ଠାତା ସଦସ୍ୟମାନେ ଅରିଜିନାଲ୍‍ ବିଜୁ ଜନତା ଦଳ ଗଢ଼ିବେ ବୋଲି ଆଶଙ୍କା ହୋଇଛି। ବିଭିନ୍ନ ସ୍ତରରୁ ଏ ସମ୍ବନ୍ଧରେ ଖବର ପାଇଁ ଏବେ ନବୀନଙ୍କ ଅନୁଚରମାନେ କେମିତି ଏହି ଭାଗବଣ୍ଟା ପୂର୍ବରୁ ପାଣ୍ଠିକୁ ନିଜ ଆଡ଼କୁ ମୁହାଁଇବେ ସେଥିନେଇ ବଡ଼ ବଡ଼ ଅର୍ଥନୀତିକ ପରାମର୍ଶଦାତା, ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ସହ ପରାମର୍ଶରେ ରହିଛନ୍ତି। ଆଉ ଏହି ପରାମର୍ଶ ଅନୁସାରେ ଏକ ଅଣ ଲାଭକାରୀ କମ୍ପାନୀ ତିଆରି ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। 

ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ପରିବର୍ତ୍ତିତ ରାଜନୀତିରେ ରାଜ୍ୟର ଅଣ କଂଗ୍ରେସ ନେତୃତ୍ୱ ନିଜର ସ୍ଥାନକୁ ବଜାୟ ରଖିବା ଲାଗି ଏକ ନୂଆ ଦଳ ଚିନ୍ତା କରିଥିଲେ। ଉଦ୍ଦେଶ୍ୟ ଥିଲା ଏହି ଦଳ କେନ୍ଦ୍ରରେ ବିଜେପିର ବଢ଼ୁଥିବା ଲୋକପ୍ରିୟତାରେ ନିଜକୁ ସାମିଲ କରି ରାଜ୍ୟରେ କ୍ଷମତା ଅଧିଗ୍ରହଣ କରିବ।  ଏହିକ୍ରମରେ ଡିସେମ୍ବର ୨୬, ୧୯୯୭ ମସିହାରେ ତତ୍‍କାଳୀନ ଜନତା ଦଳରୁ କିଛି ନେତା ଅଲଗା ହୋଇ ଗଠନ କରିଲେ ବିଜୁ ଜନତା ଦଳ। ଆଉ ନେତା ଭାବେ ରାଜନୀତିରେ କେବେ ରୁଚି ରଖି ନଥିବା ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକଙ୍କୁ ଚୟନ କରିଲେ। ନବୀନ ଠିକ୍‍ ପରବର୍ଷ ବର୍ଷ  ଆସ୍କା ଲୋକସଭା ଆସନରୁ ସାଧାରଣ ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହେଲେ। ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାର ତାଙ୍କୁ ମନ୍ତ୍ରୀ ଭାବେ ଗ୍ରହଣ କରିଥିଲେ। ୨୦୦୦ ମସିହାରେ ବିଜେଡି ବିଜେପି ମେଣ୍ଟ ରାଜ୍ୟରେ ଭଲ ପ୍ରଦର୍ଶନ କରି ସରକାରକୁ ଆସିଲା ଏବଂ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରଠାରୁ ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ମସିହାରେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଥିଲା। 

କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ଥିଲା ବିଜେଡି ରାଜନୀତିର ମୋଡ ପରିବର୍ତ୍ତନକାରୀ ବର୍ଷ। ଏହି ନିର୍ବାଚନ ପୂର୍ବରୁ ବିଜେଡିର ରଣନୀତିକାରମାନେ ବିଜେପି ସହ ମେଣ୍ଟ ହେବ ବୋଲି ବିଚାର କରୁଥିଲେ। ଏପରିକି ଟିଭି ଚ୍ୟାନେଲରେ ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଖାସ୍‍ ହୋଇଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ରାଷ୍ଟ୍ରର ହିତରେ ମୋଦୀ-ନବୀନ ହାତ ମିଳାଇବେ ବୋଲି ମନ୍ତବ୍ୟ ଦେଇଥିଲେ। କିନ୍ତୁ ତାହା ସଫଳ ହେଲା ନାହିଁ। ଓଡ଼ିଆ ଅସ୍ମିତା, ସ୍ଥାଣୁ ଶାସନ ଏବଂ ଶ୍ରୀମନ୍ଦିରକୁ ପ୍ରସଙ୍ଗ କରି ବିଜେପି ଏକାକୀ ନିର୍ବାଚନ ଜିତିଲା। କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନଥାଇ ଦଳ ନିର୍ବାଚନ ଜିତି ସରକାର ମଧ୍ୟ ଗଠନ କରିବାରେ ସଫଳ ହୋଇପାରିଛି। 

ବିଜେପି ସରକାରକୁ ରାଜ୍ୟରେ ଅନେକଥର ସମାଲୋଚନା କରୁଥିବା ବିଜେଡି କିନ୍ତୁ ଏବେ ଭାଗଭାଗ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଆଉ ଏ ଚର୍ଚ୍ଚାକୁ ଖୋରାକି ଯୋଗାଇଛି ବିଗତ କିଛିଦିନ ହେଲା ଦଳର ପ୍ରତିଷ୍ଠାତା ସଦସ୍ୟମାନଙ୍କ ବିଷୋଦ୍‍ଗାର ଏବଂ ଦଳ ଛାଡ଼ିବା। ଦ୍ୱିତୀୟରେ ମୁଖ୍ୟମନ୍ତ୍ରୀଙ୍କ ଖାସ୍‍ ହୋଇଥିବା ଶ୍ରୀ ପାଣ୍ଡିଆନ୍‍ଙ୍କର ଖାସ୍‍ ସହଯୋଗୀ ବୋଲି କୁହାଯାଉଥିବା କିଛି ନେତାଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଅଣ ଲାଭକାରୀ କମ୍ପାନୀ ଗଠନ କରାଯିବା। ଏହା ଏକ ସ୍ୱେଚ୍ଛାସେବୀ ସଂଗଠନ ବୋଲି ଏଥିରେ ସମ୍ପୃକ୍ତ ଥିବା କିଛି ନେତା ପ୍ରକାଶ କରିଛନ୍ତି। 

ଏହି ସଂସ୍ଥାଟି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ସେ ଶ୍ରୀ ପାଣ୍ଡିଆନ୍‍ ଓ ତତ୍‍କାଳୀନ ସରକାରରେ ବିଶେଷ କ୍ଷମତାଶାଳୀ ହୋଇଇନ୍ତି ବୋଲି ଅଭିଯୋଗ ବହନ କରୁଥିବା ଆଇପିଏସ୍‍ ଅଧିକାରୀ ଡିଏସ୍‍ କୁଟ୍ଟେଙ୍କ ନିକଟତର ବୋଲି ଅନେକ ସମୟରେ ଚର୍ଚ୍ଚା ହେଉଛି।  ଏହି ସଂଗଠନର ନାଁ ରହିଛି ଚତୁର୍ଦ୍ଧା ଫାଉଣ୍ଡେସନ୍‍। ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଆଧାରରେ ଏହାର ଅନ୍ୟତମ ନିର୍ଦ୍ଦେଶକ ହେଉଛନ୍ତି ସୌମ୍ୟପ୍ରକାଶ ଦାସ।  

ଚର୍ଚ୍ଚା ଅନୁସାରେ ଏହି ଫାଉଣ୍ଡେସନ୍‍କୁ ବିଜୁ ଜନତା ଦଳର କୋଟି କୋଟି ଟଙ୍କା ଅର୍ଥକୁ ସ୍ଥାନାନ୍ତର କରାଯିବ। କାରଣ ଦଳ ପାଖରେ ଅନେକ ହଜାର କୋଟି ଟଙ୍କାର ପାଣ୍ଠି ରହିଛି।  ନିର୍ବାଚନ ପୂର୍ବରୁ କେବଳ ନିର୍ବାଚନୀ ବଣ୍ଡ ଜରିଆରେ ଏହି ଦଳ ପାଖରେ ଏକ ହଜାର କୋଟିରୁ ଅଧିକ ଟଙ୍କାର ଦଳୀୟ ପାଣ୍ଠି ଥିବା ଚର୍ଚ୍ଚା ହେଉଥିଲା। ନିର୍ବାଚନ ସମୟରେ ଦଳ ଅନେକ ହଜାର କୋଟି ଟଙ୍କାର ମାଲିକ ହୋଇଥିବା ଚର୍ଚ୍ଚା ହେଉଛି। 

ପାର୍ଟି ସୂତ୍ରରୁ ମିଳିଥିବା ଖବର ଅନୁସାରେ ଯଦି ଦଳ ମହାରାଷ୍ଟ୍ରରେ ଶିବସେନା, ଏନ୍‍ସିପି ଭଳି ଭାଗ ଭାଗ ହୋଇଯାଏ ଏବଂ ପ୍ରତିଷ୍ଠାତା ସଦସ୍ୟମାନେ ଦଳକୁ ଅରିଜିନାଲ ବୋଲି କହି ଅଲଗା ହୁଅନ୍ତି ତେବେ ନିର୍ବାଚନ କମିଶନ ଦଳୀୟ ପାଣ୍ଠିକୁ ସେବାନଙ୍କ ହାତୟକୁ ଦେଇ ପାରନ୍ତି। ଏଥିରେ ପାଣ୍ଡିଆନଙ୍କ ଗୋଷ୍ଠୀ ଅସୁବିଧାରେ ପଡ଼ି ପାରନ୍ତି। ଏଣୁ ଏହି ଭଳି ଏକ ମୁହୂର୍ତ୍ତରୁ ନିଜକୁ ବଞ୍ଚାଇ ସମୟକୁ ଅପେକ୍ଷା କରିବା ଲାଗି ଆବଶ୍ୟକ ପାଣ୍ଠିକୁ ଏବେଠାରୁ ଅଲଗା ନାଁରେ ରଖିବା ଲାଗି ଦଳର ଏହି ବିଶିଷ୍ଟ ନେତାମାନେ ଚାହିଥିବା ଚର୍ଚ୍ଚା ହେଉଛି।