LAccMI Scheme Odisha: ଆସନ୍ତା ୧୫ ଅଗଷ୍ଟରୁ ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି LAccMI ଯୋଜନା। ଏହାର ପ୍ରତିବାଦରେ ୧୬ ଅଗଷ୍ଟରୁ ଧର୍ମଘଟ କରିବା ନେଇ ଧମକ ଦେଇଛି ଓଡିଶା ଘରୋଇ ବସ୍ ମାଲିକ ସଂଘ।
Trending Photos
Odisha Private Bus Owners Association: ଆସନ୍ତା ୧୬ ଅଗଷ୍ଟରୁ ରାଜ୍ୟରେ ଗଡିବ ନାହିଁ ଘରୋଇ ବସ୍। ସେହି ଦିନ ଠାରୁ ଆନ୍ଦୋଳନକୁ ଓହ୍ଲାଇବା ନେଇ ଜଣାଇ ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ।
ଆସନ୍ତା ୧୫ ଅଗଷ୍ଟରୁ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି LAccMI ଯୋଜନା। ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନାକୁ ବିରୋଧ କରି ଓଡିଶା ଘରୋଇ ବସ୍ ମାଲିକ ସଂଘ ୧୬ ଅଗଷ୍ଟରୁ ଧର୍ମଘଟ କରିବ ବୋଲି ଧମକ ଦେଇଛି।
ଏହି ପ୍ରତିବାଦର ଏକ ଅଂଶ ଭାବରେ ରାଜ୍ୟର ପ୍ରାୟ ୧୪ ହଜାରରୁ ଅଧିକ ଘରୋଇ ବସ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାରେ ଗଡିବ ନାହିଁ। ରାଜ୍ୟରେ ପ୍ରାୟ ୭୦ ହଜାର ବସ୍ ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲପର ମଧ୍ୟ ଏହି ଧର୍ମଘଟରେ ସାମିଲ ହେବା ନେଇ ଜଣାଇଛନ୍ତି ଓଡିଶା ଘରୋଇ ବସ୍ ମାଲିକ ସଂଘ (Odisha Private Bus Owners Association) ସମ୍ପାଦକ ଦେବେନ୍ଦ୍ର ସାହୁ। ଏହି ଆନ୍ଦୋଳନରେ ବସ ମାଲିକଙ୍କ ସହ କର୍ମଚାରୀ ମଧ୍ୟ ଯୋଗଦେବେ।
ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟରେ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତିକା ଓଡ଼ିଶା ସରକାର। ଯାହାର ନାଁ ହେଉଛି "ଲୋକେସନ ଆକ୍ସେସିବଲ୍ ମଲ୍ଟିମୋଡାଲ୍ ଇନିସିଏଟିଭ୍ (Location Accessible Multimodal Initiative)। " ଏହି ଯୋଜନା ମାଧ୍ୟମରେ (LAccMI Scheme Odisha) ରାଜ୍ୟରେ ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା (Communication System in Rural Areas of Odisha) ବୃଦ୍ଧି କରାଯିବ। ଯାହା ଅଧୀନରେ ସରକାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟକୁ ବସ୍ ସେବା (Odisha Govt Bus Service) ଯୋଗାଇ ଦେବେ।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଗଜପତି, କଳାହାଣ୍ଡି ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏହି ଯୋଜନା ଆରମ୍ଭ ହେବା ନେଇ ଜଣାଇଛନ୍ତି ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ। ଏ ସମ୍ପର୍କରେ କୁହାଯାଇଛି ଯେ LAccMI ଯୋଜନା ଅଧୀନରେ ଓଡ଼ିଶା ସରକାର ପ୍ରତ୍ୟେକ ବ୍ଲକରେ ଦୁଇଟି ବସ୍ ନିୟୋଜିତ କରିବେ। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ପ୍ରଥମେ ବସ୍ ଯୋଗାଯୋଗ ଯୋଗାଇଦେବେ। ପରବର୍ତ୍ତୀ ପର୍ଯ୍ୟାୟରେ ଡଙ୍ଗା ଏବଂ ଅନ୍ୟାନ୍ୟ ପରିବହନ ମାଧ୍ୟମ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବ ବୋଲି ଅଧିକାରୀ କହିଛନ୍ତି।
ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛି ଓଡିଶା ଘରୋଇ ବସ୍ ମାଲିକ ସଂଘ। ଏନେଇ ସଂଘ ପକ୍ଷରୁ କୁହାଯାଇଛି ଯେ ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ସମ୍ବଲପୁର, ରାଉରକେଲା ଏବଂ ସୁନ୍ଦରଗଡ ସହ ରାଜ୍ୟର ଅନେକ ସହରାଞ୍ଚଳରେ ରାଜ୍ୟ ସରକାର ‘ମୋ ବସ୍’ (Mo Bus Service Odisha) ସେବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ୧୫ ଅଗଷ୍ଟରୁ LAccMI ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯାହା ଫଳସ୍ୱରୂପ ଘରୋଇ ବସ୍ ମାଲି ଦୈନିକ ୧.୫ କୋଟି ଟଙ୍କାର କ୍ଷତି ସହିବେ। ଘରୋଇ ବସ୍ ମାଲିକ ସଂଘ ୨୬ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଏହି ପ୍ରସଙ୍ଗ ଉଠାଇଥିଲେ। ତଥାପି ରାଜ୍ୟ ସରକାର ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି ବୋଲି ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।