ଏହି ଦିନ ରାଜ୍ୟରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ, ପୁରୀ-ତାଳଚେର ମଧ୍ଯରେ ଟ୍ରାଏଲ ରନ୍ ଆରମ୍ଭ
Advertisement
Article Detail0/zeeodisha/odisha1865534

ଏହି ଦିନ ରାଜ୍ୟରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ, ପୁରୀ-ତାଳଚେର ମଧ୍ଯରେ ଟ୍ରାଏଲ ରନ୍ ଆରମ୍ଭ

Vande Bharat Express: ରାଜ୍ୟରେ ଗଡିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଏନେଇ ଆଜି ପୁରୀରୁ ତାଳଚେର ମଧ୍ଯରେ ଏହାର ଟ୍ରାଏଲ ରନ୍ କରାଯିବ । ଏହି ସମୟରେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ଅଟକିବ ଏହି ଟ୍ରେନ୍ ।

ସୌ(ସୋସିଆଲ ମିଡିଆ)

Vande Bharat Express: ପଶ୍ଚିମ ଓଡିଶାକୁ ରେଳ ବିଭାଗ ପକ୍ଷରୁ ନୂଆଖାଇ ଭେଟି। ପୁରୀ ରେଳ ଷ୍ଟେସନରୁ ରାଉରକେଲା ଚଳାଚଳ କରିବ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ଆସନ୍ତା ସେପ୍ଟେମ୍ବର ୩୦ରୁ ଏହି ଟ୍ରେନ ଗଡ଼ିବାକୁ ନେଇ ସୂଚନା ମିଳିଛି । ଏନେଇ ଆଜି ପୁରୀରୁ ତାଳଚେରକୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଟ୍ରାଏଲ ରନ କରାଯାଇଛି ।

ସୂଚନା ଅନୁଯାୟୀ, ଓଡ଼ିଶାରେ ଆରମ୍ଭ ହେବ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ମାତ୍ର ୬ ଘଣ୍ଟାରେ ପୁରୀରୁ ଯାଇ ହେବ ରାଉରକେଲା । ଏନେଇ ଆଜି ପୁରୀରୁ ତାଳଚେର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ ହୋଇଛି । ପୁରୀ ରେଳ ଷ୍ଟେସନରୁ ୯ଟା ୩୦ ମିନିଟରେ ଛାଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଟ୍ରାଏଲ ରନ ସମୟରେ ଟ୍ରେନଟି ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଷ୍ଟେସନରେ ୨ ମିନିଟ୍ ଲେଖାଏଁ ରହିଥିଲା । ଏହି ଦ୍ଵିତୀୟ ବନ୍ଦେ ଭାରତ ଟ୍ରେନଟି ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୁଳ ଓ ତାଳଚେରକୁ ଯୋଡିବ । ଏହା ରେଳଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଭ୍ରମଣର ଅଭିଜ୍ଞତା ଦେବ । ଗତ ମାସରେ ରାଜଧାନୀରେ ଏକ୍ସପ୍ରେସ ତେଜସ୍ କୋଚର ଶୁଭାରମ୍ଭ କରିବା ସମୟରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରାଉରକେଲା ରୁଟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ନେଇ ଘୋଷଣା କରିଥିଲେ । ପୁରୀରୁ ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ତାଳଚେର, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ରାଉରକେଲା ଯିବା ଦ୍ୱାରା ଏହି ଟ୍ରେନ୍ ଯୋଗୁଁ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ ବୋଲି ରେଳମନ୍ତ୍ରୀ କହିଥିଲେ । ଏହି ଟ୍ରେନ ପୂର୍ବ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରିବ। ଯାହାକି ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଖାଇ ଭେଟି ବୋଲି ଜିଆରପି ଅଧିକାରୀ କହିଛନ୍ତି। ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଯାତ୍ରୀ ଓ ସହର ବାସୀ l

ପ୍ରକାଶଥାଉ କି, ଗତ ମେ ମାସ ୧୮ ତାରିଖରେ ନୂଆଦିଲ୍ଲୀରୁ ଭର୍ଚୁଆଲ ମୋଡ଼ରେ ପୁରୀ- ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) । ଏହି ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି।  ଯାହା ଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରୁଛନ୍ତି । ଚେନ୍ନାଇ ପେରାମ୍ବରୁ ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟ୍ରିରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ପୁରୀ- ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସରେ ମୋଟ ୧୬ଟି କୋଚ୍ ରହିଛି । ଏହା ଘଣ୍ଟା ପ୍ରତି ୧୮୦ କିମି ବେଗରେ ଗତି କରିଥାଏ । ଯାହା ଫଳରେ ହାୱଡ଼ାରୁ ପୁରୀ ଯାତ୍ରା ପ୍ରାୟ ୨ ଘଣ୍ଟା କମିଯିବ । ଟ୍ରେନ୍ ଚାଲୁଥିବା ଯାଏଁ ଡ଼ୋର ଖୋଲିବ ନାହିଁ । ସେହିପରି ଟ୍ରେନର ଡ଼ୋର ବନ୍ଦ ନହେବା ଯାଏଁ ଏହା ଚାଲିବ ନାହିଁ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିରେ ଅଟୋମେଟିକ୍ କ୍ଲୋଜିଂ ଡ଼ୋରର (Automatic Closing Door) ବ୍ୟବସ୍ଥା କରାଯାଇଛି । ପ୍ରତି କୋଚ୍ ରେ ୪ଟି ଲେଖାଏଁ ଏମର୍ଜେନ୍ସି ୱିଣ୍ତୋ ଓ ୪ଟି ଲେଖାଏଁ ସିସିଟିଭି କ୍ୟାମେରା (CCtv camera) ରହିଛି । ଏଥିରେ ୧୧୨୮ ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ୧୪ ଏସି ଚେୟାର କାର କୋଚ୍ ଓ ଦୁଇଟି କାର୍ଯ୍ୟନିର୍ବାହୀ ଏସି ଚେୟାର କାର କୋଚ୍ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୯ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି । ରାଜ୍ୟରେ ଗୁରୁବାର ଦିନକୁ ବାଦ ଦେଲେ ବନ୍ଦେ ଭାରତ ସପ୍ତାହର ଅନ୍ୟ ଦିନରେ ପୁରୀରୁ ହାୱଡ଼ା ଚଳାଚଳ କରୁଛି ।

Also Read-Odisha News: ପ୍ରକାଶ ପାଇଲା ବିଜ୍ଞପ୍ତି, ରାଜ୍ୟରେ ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷ

ଗତ ମାସ ଏପ୍ରିଲ ମାସ ୨୮ ତାରିଖରେ ଏହାର ପ୍ରଥମ ଟ୍ରାଏଲ ରନ୍‌ (trial run) କରାଯାଇଥିଲା। ଟ୍ରାଏଲ ରନ୍‌ ପାଇଁ ହାୱାଡାରୁ (Howrah to Puri) ପୁରୀ ଯାଇଥିଲା ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express)। ସକାଳ ୬ ଟା ୧୦ରେ ହାୱାଡା ଷ୍ଟେସନରୁ ଛାଡିଥିବା ଏହି ଟ୍ରେନ୍  ଖଡ଼ଗପୁର, ଭଦ୍ରକ,  ଯାଜପୁର, କଟକ, ଭୁବନେଶ୍ବର ଓ ଖୋର୍ଦ୍ଧାରେ ୨ ମିନିଟ୍ ଲେଖାଏଁ ରହଣି କରିବା ପରେ ଦିନ ୧୨ଟା ୩୫ରେ ପୁରୀରେ ପହଞ୍ଚିଲା। କିଛି ସମୟ ପୁରୀରେ (Puri) ରହିବା ପରେ ଅପରାହ୍ନ ୧ଟା ୫୦ ମିନିଟ୍ ରେ ଏହା ପୁରୀ ଛାଡ଼ି ରାତି ୮ଟା ୩୦ରେ ହାଓ୍ବାଡା ଅଭିମୁଖେ ଯାତ୍ରା କରିଥିଲା ।