Advertisement
Photo Details/zeeodisha/odisha2593679
photoDetails0hindi

Abhadha Price 2025: ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର, ମାତ୍ର ଏତିକି ଟଙ୍କାରେ ମିଳିବ ଅବଢ଼ା

Abhadha Price 2025: ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର। ଶସ୍ତା ହେବ ଅବଢ଼ା। କମ୍ ପଇସାରେ ପେଟପୂରା ଅବଢ଼ା ପାଇବେ ଭକ୍ତ। 

1/5

ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ମାତ୍ର ୧୦୦ ଟଙ୍କାରେ ଅନ୍ନ, ଡାଲି, ବେସର , ମହୁର ପାଇ ମନଖୁସିରେ ଘରକୁ ଫେରିବେ। ଏନେଇ ସୂଚନା ଦେଇଛନ୍ତି ଆଇନ୍-ମନ୍ତ୍ରୀ ପୃଥୀରାଜ୍ ହରିଚନ୍ଦନ। ବିଭାଗୀୟ ମନ୍ତ୍ରୀ ଏନେଇ ଆହୁରି କହିଛନ୍ତି ଯେ,  ଗଜପତି ମହାରାଜଙ୍କ ଅନୁରୋଧ କ୍ରମେ  ସରକାରଙ୍କ ପକ୍ଷରୁ  ଅନ୍ନଯଜ୍ଞ ମଣ୍ତପର ପରିକଳ୍ପନା କରାଯାଇଛି। 

ALSO READ:  Samba Dashami 2025: ଶାମ୍ବ ଦଶମୀରେ ଦୁର୍ଲଭ ସଂଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ଦୂର ହେବ ଆର୍ଥିକ ସଙ୍କଟ

ALSO READ: Sofia Firdous Viral Video: ଜଙ୍ଗଲ ଭିତରୁ ଭାଇରାଲ୍ ହେଲା ବିଧାୟିକା ସୋଫିଆ ଫିର୍ଦୋସଙ୍କ ଏହି ଭିଡିଓ, ଦେଖନ୍ତୁ

2/5
ଶୃଙ୍ଖଳା ଦୃଷ୍ଟିକୋଣରୁ ଶ୍ରୀମନ୍ଦିରରେ ବିଭିନ୍ନ ନୀତି ପାଇଁ ବିଭିନ୍ନ ସମୟରେ ଖାଇବା ବନ୍ଦୋବସ୍ତକୁ  ବନ୍ଦ ରଖାଯାଉଛି।  ଅନ୍ତଃତ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ଅନ୍ନଯଜ୍ଞ ମଣ୍ତପରେ କିଭଳି ଅନାୟାସରେ ପ୍ରସାଦ ପାଇବେ। ସେନେଇ ସରକାର ଚିନ୍ତା କରୁଛନ୍ତି।  

3/5
ଏଥିପାଇଁ ଅନେକ ସ-ହୃଦୟ ବ୍ୟକ୍ତି ଓ ଅନୁଷ୍ଠାନ ଆଗେଇ ଆସିଲେଣୀ। ଏବଂ ସୁଦ୍ଧ ଗୁଆଘିଅରେ ମହାପ୍ରସାଦ ପ୍ରସ୍ତୁତି ନେଇ ସରକାର କାର୍ଯ୍ୟ ଆରମ୍ଭ କରିଥିବା ମନ୍ତ୍ରୀ କହିଛନ୍ତି। 

4/5
କେବଳ ସେତିକି ନୁହେଁ, ଜଗନ୍ନାଥ ସଂସ୍କତିର ପ୍ରଚାର ପ୍ରସାର ନିମନ୍ତ ଏକ ଉଚ୍ଚ ପାଠାଗାର ତଥା ଗବେଷଣା କେନ୍ଦ୍ର ନିର୍ମାଣ କରାଯିବ।  ନୀଳମାଧବଙ୍କ ଠାରୁ ଆରମ୍ଭ କରି ଚତୁର୍ଦ୍ଧାମୂର୍ତ୍ତୀଙ୍କ ଦୈନିନ୍ଦିନ ନୀତି ପର୍ଯ୍ୟନ୍ତ , ସମସ୍ତ ତଥ୍ୟ ଗୋଟିଏ ସ୍ଥାନରେ ଗବେଷଣ ପାଇ ପାରିବେ। 

5/5

ସେହିପରି ,  ଶ୍ରୀମନ୍ଦିରରେ ଅନ୍ୟ ଧର୍ମର  ବିକ୍ତି ବିଶେଷଙ୍କ ପ୍ରବେଶ ଉପରେ କଟକଣାକୁ ଦୃଷ୍ଟିରେ ରଖି ଏକ ଲକ୍ଷ ବର୍ଗ ଫୁଟ୍ ସ୍ଥାନରେ ଏକ ସ୍ବଂୟ ସମ୍ପନ୍ନ  ବିଶ୍ବସ୍ତରୀୟ ବ୍ୟାଖ୍ୟାନ କେନ୍ଦ୍ର।  ଏଠାରେ ଦାରୁବ୍ରହ୍ମଙ୍କ ଇତିବୃତ୍ତି  ଠାରୁ ଆରମ୍ଭ କରି ପ୍ରଭୁ ଶ୍ରୀ-ଜଗନ୍ନାଥଙ୍କ ବିଭିନ୍ନ ଲୀଳାଖେଳା ଆରମ୍ଭ ହେବ। ଏହାକୁ ବୁଲିବା ପାଇଁ ଜଣଙ୍କୁ ଗୋଟିଏ ଦିନ ଲାଗିବ।