Police DG: ରାଜ୍ୟକୁ ମିଳିବ କି ପ୍ରଥମ ମହିଳା ଡିଜି?
Advertisement
Article Detail0/zeeodisha/odisha1955743

Police DG: ରାଜ୍ୟକୁ ମିଳିବ କି ପ୍ରଥମ ମହିଳା ଡିଜି?

Bhubaneswar: ପ୍ରଥମ ଥର ପାଇଁ ରାଜ୍ୟ ପୁଲିସ ମୁଖିଆ ଭାବେ କୌଣସି ମହିଳାଙ୍କ ନାଁ ସୁପାରିଶ ହୋଇଛି। ଚାରିଆଡ଼େ ମହିଳା ସଶକ୍ତିକରଣ କଥା ଚର୍ଚ୍ଚା ଚାଲିଥିବାବେଳେ କେନ୍ଦ୍ରୀୟ ଲୋକସେବା ଆୟୋଗଙ୍କ ଚୟନ କମିଟି ଏ ଦିଗରେ କୌଣସି ଖିଅ ହାତଛଡ଼ା କରିନପାରନ୍ତି ବୋଲି ଆଶା କରାଯାଉଛି । 

ସୌ(ସୋସିଆଲ ମିଡିଆ)

Bhubaneswar: ପ୍ରଥମ ଥର ପାଇଁ ରାଜ୍ୟ ପୁଲିସ ମୁଖିଆ ଭାବେ କୌଣସି ମହିଳାଙ୍କ ନାଁ ସୁପାରିଶ ହୋଇଛି। ଚାରିଆଡ଼େ ମହିଳା ସଶକ୍ତିକରଣ କଥା ଚର୍ଚ୍ଚା ଚାଲିଥିବାବେଳେ କେନ୍ଦ୍ରୀୟ ଲୋକସେବା ଆୟୋଗଙ୍କ ଚୟନ କମିଟି ଏ ଦିଗରେ କୌଣସି ଖିଅ ହାତଛଡ଼ା କରିନପାରନ୍ତି ବୋଲି ଆଶା କରାଯାଉଛି । ଯଦି ଏଥିରେ ସବୁଜ ସଙ୍କେତ ମିଳେ ତେବେ ବି. ରାଧିକା ଓଡ଼ିଶା ପୁଲିସର ପ୍ରଥମ ମହିଳା ଡିଜି ପୁଲିସ ହୋଇପାରନ୍ତି।

ଆଜି ଯାଏଁ ରାଜ୍ୟ ପୁଲିସ ୩୩ ଜଣ ମୁଖିଆଙ୍କୁ ଦେଖିଛି। ଏଥିରେ ଆଂଗ୍ଲୋ ଇଣ୍ଡିଆନ୍‍ ଓ ବାହାର ରାଜ୍ୟର ଅଧିକାରୀ ମଧ୍ଯ ରହିଛନ୍ତି। କିନ୍ତୁ ସବୁ ପୁଲିସ ଅଧିକାରୀ ପୁରୁଷ ଥିଲେ। ପ୍ରଥମ ମୁଖିଆ ଭାବେ ଜେ.ଇ ପିୟରମ୍ୟାନ୍‍ ରାଜ୍ୟ ପୁଲିସ ଦାୟିତ୍ୱ ତୁଲାଇଥିଲେ। ୨୫ ନଭେମ୍ବର ୧୯୪୬ ମସିହାରୁ ମାର୍ଚ୍ଚ ୩୧, ୧୯୪୮ ଯାଏଁ ସେ କାର୍ଯ୍ୟ କରିଥିଲା। ତାଙ୍କ ସମୟରେ ପ୍ରଜାମେଳି, ଇଂରେଜଙ୍କ ବିରୁଦ୍ଧରେ ଆନ୍ଦୋଳନର ଶେଷ ପର୍ଯ୍ୟାୟ ଲଢ଼ାଯାଇଥିଲା। ଏହାସହ ଭଦ୍ରକ ହିଂସା, ଗଡ଼ଜାତ ମିଶ୍ରଣ ପ୍ରଭୃତି ତାଙ୍କ ସମୟର ଆହ୍ୱାନ ଥିଲା। ୟୁନିୟନ୍ ଜାକ୍‍କୁ ହଟାଯାଇ ତାଙ୍କ ସମୟରେ ପ୍ରଥମେ ତ୍ରିରଙ୍ଗା ଭାରତ ବର୍ଷରେ ମର୍ଯ୍ୟାଦା ଲାଭ କରିଥିଲା। ତାଙ୍କ ପରେ ଯେଉଁ ବ୍ରିଟିଶ୍‍ ପୁଲିସ ଅଧିକାରୀ ମୁଖ୍ୟ ଦାୟିତ୍ବ ନେଇଥିଲେ ସେ ହେଉଛନ୍ତି ସିଏମ୍‍ ରାଇଟ୍‍ନିଭିଲେ । ୧୯୫୧ ମସିହା ଅଗଷ୍ଟ ମାସ ଯାଏଁ ସେ କ୍ଷମତାରେ ଥିଲେ। ପ୍ରଥମ ଓଡି଼ଆ ଅଧିକାରୀ ଭାବେ ଆର୍‍ସି ଦାସଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେ ଭାରତୀୟ ପୁଲିସର ସେବା ଅଧିକାରୀ ଥିଲା। ୧୯୫୮ରୁ ୧୯୬୦ ଯାଏଁ ସେ ପୁଲିସ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ।  

ଏଥର କିନ୍ତୁ ରାଜ୍ୟ ସରକାର ସୁପାରିଶ କରିଥିବା ନାଁରେ ରହିଛନ୍ତି ୧୯୮୯ ବ୍ୟାଚ୍‍ ଓଡ଼ିଶା କ୍ୟାଡର ଆନ୍ଧ୍ରପ୍ରଦେଶ ବାସିନ୍ଦା ଆଇପିଏସ୍‍  ବି.ରାଧିକା। ନିକଟରେ ସେ କେନ୍ଦନ୍ରୀୟ ଡେପୁଟେସନ୍‍ ସାରି ରାଜ୍ୟକୁ ଫେରିଛନ୍ତି। ଅନେକ ଦାୟିତ୍ୱ ସେ ପୂର୍ବରୁ ସମ୍ଭାଳିଥିବା ବି. ରାଧିକାଙ୍କୁ ବର୍ତ୍ତମାନ କୌଣସି ଦାୟିତ୍ୱ ଦିଆଯାଇ ନାହିଁ । ଅବଶ୍ୟ ତାଙ୍କ ସହ ଆହୁରି ୬ ଜଣଙ୍କ ନାଁ ମଧ୍ଯ ତାଲିକାରେ ରହିଛି । କିନ୍ତୁ ସେମାନଙ୍କ ଭିତରେ ରାଧିକା ସବୁଠାରୁ ବରିଷ୍ଠ ରହିଛନ୍ତି। କେନ୍ଦ୍ରୀୟ ଲୋକସେବା ଆୟୋଗଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଚୟନ ବୈଠକରେ କିଏ ଡିଜି ହେବେ ତାହା ନିଷ୍ପତ୍ତି ନିଆଯିବ।

ରାଜ୍ୟ ସରକାର ବିଧି ଅନୁସାରେ, ଏହି କମିଟି ନୂଆ ପୁଲିସ ଡିଜି ନିଯୁକ୍ତି ଲାଗି ଯେଉଁ ୭ ଜଣ ବରିଷ୍ଠ ଅଧିକାରୀଙ୍କ ନାଁ ସୁପାରିଶ କରିଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ଏଏମ୍‍ ପ୍ରସାଦ, ଓ୍ୱାଇବି ଖୁରାନିଆ, ଏସ୍‍ଏମ୍‍ ନରବାଣେ, ଅରୁଣ ରାୟ, ଅରୁଣ ଷଡ଼ଙ୍ଗୀ ଓ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁ ସାମିଲ ରହିଛି। ଏମାନଙ୍କ ଭିତରୁ କେବଳ ଏଏମ୍‍ ପ୍ରସାଦ ହେଉଛନ୍ତି ୧୯୮୯ ବ୍ୟାଚ୍‍ ଆଇପିଏସ୍‍। କିନ୍ତୁ ବୟସରେ ସେ ରାଧିକାଙ୍କଠାରୁ ଏକ ବର୍ଷ କନିଷ୍ଠ ଅଧିକାରୀ। ଅରୁଣ ରାୟ ସବୁଠାରୁ ବରିଷ୍ଠ ଅଧିକାରୀ। ସେ ଏବେ ଛାପା ଓ ପ୍ରକାଶନ ଦାୟିତ୍ୱରେ ରହିଛନ୍ତି। ଡିଜି ପାହ୍ୟାର ଏହି ଅଧିକାରୀ କିନ୍ତୁ ରାଜ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଠିକଣା ଲବିରେ ନାହାନ୍ତି। ତାଙ୍କ ତଳକୁ ଆଇପିଏସ୍‍ ତାଲିକାରେ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ନାଁ ରହିଥିଲେ ବି ରାଜ୍ୟ ସରକାର ତାଙ୍କ ନାକୁ ସୁପାରିଶ କରିନାହାନ୍ତି।

ଅନ୍ୟପକ୍ଷେ, ଚଳିତ ବର୍ଷ ମହିଳା ଆରକ୍ଷଣ ବିଲ୍‍କୁ ଲୋକସଭାରେ ପାରିତ କରାଯାଇଛି । ଓଡ଼ିଶାରୁ ଜଣେ ମହିଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ମଣ୍ଡନ କରିଛନ୍ତି। ମହିଳା ସଶକ୍ତିକରଣ କ୍ଷେତ୍ରରେ ଚାରିଆଡ଼େ ଏକ ଭାବଧାରା ପ୍ରବାହିତ ହେଉଛି। ଏହି କ୍ରମରେ ଜଣେ ମହିଳାଙ୍କୁ ରାଜ୍ୟ ପୁଲିସ ବାହିନୀ ମୁଖ୍ୟ ଭାବେ ବାଛି ଚୟନ କମିଟି ମହିଳା ସଶକ୍ତିକରଣକୁ ଆଉ ପାଦେ ଆଗକୁ ନେବ ବୋଲି ଆଶା କରାଯାଉଛି ।