President of India: ଉଦୟଗିରି କୀର୍ତ୍ତିରାଜି ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Advertisement
Article Detail0/zeeodisha/odisha2327098

President of India: ଉଦୟଗିରି କୀର୍ତ୍ତିରାଜି ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

President of India: ଉଦୟଗିରି ଗୁମ୍ଫା(Udaygiri cave) ସମ୍ମୁଖରେ ବି.କେ. କଲେଜ ଅଫ ଆର୍ଟସ ଏବଂ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ରାଷ୍ଟ୍ରପତି। ପିଲାମାନଙ୍କୁ ଭବିଷ୍ୟତ ପାଇଁ ବିଭିନ୍ନ ପରାମର୍ଶ ଦେବା ସହ ସେମାନଙ୍କ ଉପହାରକୁ ମଧ୍ୟ ଅତି ଆଗ୍ରହ ସହ ଗ୍ରହଣ କରିଥିଲେ। ୩୦ ଘଣ୍ଟା ଧରି କଠିନ ପରିଶ୍ରମ କରି କୋଇଲାରେ ରାଷ୍ଟ୍ରପତିଙ୍କ ଚିତ୍ର ଅଙ୍କିଥିଲେ ଛାତ୍ରୀ ମଧୁସିକ୍ତା ତନୟା ସିଂହ । 

President of India: ଉଦୟଗିରି କୀର୍ତ୍ତିରାଜି ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

President of India: ଏବେ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ତାଙ୍କ ଗସ୍ତର ତୃତୀୟ ଦିନ। ରବିବାର ମହାପ୍ରଭୁଙ୍କ ରଥଟାଣିବା ପରେ ଆଜି ସେ ପୁରୀ ସମୁଦ୍ରକୂଳରେ ମର୍ଣ୍ଣି ଓ୍ବାକ୍‌ କରିଥିଲେ ଏବଂ ପରେ ସେ ଖଣ୍ଡଗିରିରେ ଥିବା ଉଦୟଗିରି ଗୁମ୍ଫାର କୀର୍ତ୍ତିରାଜି ପରିଦର୍ଶନ କରିଛନ୍ତି। ଉଦୟଗିରିର ରାଣୀ ଗୁମ୍ଫା ପରିଭ୍ରମଣ କରିବା ସହ ଗୁମ୍ଫାର ଉପର ମହଲା ଏବଂ ତଳ ମହଲା ବୁଲି ଦେଖିଥିଲେ। ଏଥି ସହ ସେ ରାଣୀ ଗୁମ୍ଫାର କଳା କୀର୍ତ୍ତି ସବୁ ଅବଲୋକନ କରିଛନ୍ତି ।

ଏହା ପରେ ଉଦୟଗିରି ଗୁମ୍ଫା(Udaygiri cave) ସମ୍ମୁଖରେ ବି.କେ. କଲେଜ ଅଫ ଆର୍ଟସ ଏବଂ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ରାଷ୍ଟ୍ରପତି। ପିଲାମାନଙ୍କୁ ଭବିଷ୍ୟତ ପାଇଁ ବିଭିନ୍ନ ପରାମର୍ଶ ଦେବା ସହ ସେମାନଙ୍କ ଉପହାରକୁ ମଧ୍ୟ ଅତି ଆଗ୍ରହ ସହ ଗ୍ରହଣ କରିଥିଲେ। ୩୦ ଘଣ୍ଟା ଧରି କଠିନ ପରିଶ୍ରମ କରି କୋଇଲାରେ ରାଷ୍ଟ୍ରପତିଙ୍କ ଚିତ୍ର ଅଙ୍କିଥିଲେ ଛାତ୍ରୀ ମଧୁସିକ୍ତା ତନୟା ସିଂହ । ସେହିପରି ବିଭିନ୍ନ ରକମର ଖାଦ୍ୟ ଶସ୍ୟ ବ୍ୟବହାର କରି ଦ୍ରୌପଦୀ ମୁର୍ମୁଙ୍କ ଅତି ସୁନ୍ଦର ଫଟୋ ଚିତ୍ର ଆଙ୍କିଥିଲେ ବି.କେ. କଲେଜ ଅଫ ଆର୍ଟସ ଆଣ୍ଡ କ୍ରାଫ୍ଟସର ଛାତ୍ର ମାର୍କଣ୍ଡ ସାଗର।

ଏ ନେଇ ସେ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ "ଏହି ଗୁମ୍ଫାଗୁଡ଼ିକ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ପ୍ରାୟ ୧୨୦୦ ବର୍ଷର ଏକ ସଭ୍ୟତା ଏବଂ ସାଂସ୍କୃତିକ ସୂତ୍ର ପ୍ରଦର୍ଶନ କରେ। ଏହି ଗୁମ୍ଫା ଜୈନ ଧର୍ମର ଅନୁଗାମୀ ଥିବା ଜଣେ ମହାନ ରାଜା ଖାରବେଳଙ୍କ ସହ ଜଡି଼ତ ଯି, ଏହି ଗୁମ୍ଫାଗୁଡ଼ିକ ଆମର ମୂଲ୍ୟବାନ ଐତିହ୍ୟ।"