Puri News: ଆଜି ଦୀପାବଳି ଅମାବାସ୍ୟା, ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ପାଇଁ ଭିଡ଼
Advertisement
Article Detail0/zeeodisha/odisha1955828

Puri News: ଆଜି ଦୀପାବଳି ଅମାବାସ୍ୟା, ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ପାଇଁ ଭିଡ଼

Puri News: ଆଜି ପବିତ୍ର ଦୀପାବଳି ଅମାବାସ୍ୟା (Diwali Amavasya 2023)। ଏନେଇ ଶ୍ରୀକ୍ଷେତ୍ରରେ (srimandir) ପୟାଶ୍ରାଦ୍ଧ,ବଡ଼ବଡୁଆ ଡାକ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଗାଦର୍ଶନ ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିଲେ ଦର୍ଶନାର୍ଥୀ। 

Puri News: ଆଜି ଦୀପାବଳି ଅମାବାସ୍ୟା, ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ପାଇଁ ଭିଡ଼

Puri News: ଆଜି ପବିତ୍ର ଦୀପାବଳି ଅମାବାସ୍ୟା (Diwali Amavasya 2023)। ଏନେଇ ଶ୍ରୀକ୍ଷେତ୍ରରେ (srimandir) ପୟାଶ୍ରାଦ୍ଧ,ବଡ଼ବଡୁଆ ଡାକ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଗାଦର୍ଶନ ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିଲେ ଦର୍ଶନାର୍ଥୀ। ବଡ଼ବଡୁଆ ହୋ,ଅନ୍ଧାରେ ଆସି ଆଲୁଏ ଯାଅ,ଗଙ୍ଗା ଯାଅ,ଗୟା ଯାଅ,ଅଭଡ଼ା ଖାଇ ବାଇଶି ପାହାଚେ ଗଡଗଡଉ ଥାଅ ।  ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ପିତୃପକ୍ଷରେ ମର୍ତ୍ତ୍ୟଲୋକ ଆସିଥିବା ପିତୃପୁରୁଷଙ୍କୁ ଆଜି ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ଦୀପଦାନ ବା ପୟାଶ୍ରାଦ୍ଧର (Paya Shraddha) ବିଧି ରହିଛି । 

କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକନ୍ତି ଶ୍ରଦ୍ଧାଳୁ । ଆଜି ଶ୍ରୀମନ୍ଦିର ନିକଟରେ ତିନୋଟି ସ୍ଥାନରେ କାଉଁରିଆ କାଠି ଜାଲିଛନ୍ତି ଶ୍ରଦ୍ଧାଳୁ। ବିଧି ମୁତାବକ ଫଳ,ଫୁଲ,ଚନ୍ଦନରେ ଆମ ଓ ହେମ ଦ୍ରବ୍ୟରେ ପିତୃପୁରୁଷଙ୍କ ଉଦେଶ୍ୟରେ ଶ୍ରଦ୍ଧାଳୁ ମାନେ ଏକୋଦିଷ୍ଟ ଶ୍ରାଦ୍ଧ ଦାନ କରିଛନ୍ତି । ଉଦ୍ଦିଷ୍ଟ ସ୍ଥାନରେ ପୋଲିସ ଓ ଫ୍ୟାୟାର ବ୍ରିଗେଡ଼ର କଡା ସୁରକ୍ଷା ଏବଂ ବ୍ୟାରିକେଡ ମଧ୍ୟରେ କାଉଁରିଆ ଜାଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ଶ୍ରଦ୍ଧାଳୁ । ସେପଟେ, ଜଗା ଦର୍ଶନ ସହ ପୟା ଶ୍ରାଦ୍ଧ ପାଇଁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର।

ସେହିପରି,  ଆଲୋକର ପର୍ବ ଦୀପାବଳି କାର୍ତ୍ତିକ ମାସ (Kartika Month) କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଏ । ପୂରା ଦେଶରେ ସର୍ବତ୍ର ଦୀପାବଳି ପର୍ବ ଆଡମ୍ବର ସହକାରେ ପାଳନ କରାଯାଏ । ହିନ୍ଦୁ ମାନଙ୍କର ପ୍ରଧାନ ପର୍ବ ହେଉଛି ଦୀପାବଳି । ଦୀପ ଆଲୋକରେ ଗୃହ ସଜାଯାଇ ପିତୃପୁରୁଷଙ୍କୁ ସ୍ମରଣ କରାଯାଉଥିବାରୁ ଏହି ପର୍ବର ନାମ ଦୀପାବଳି ହୋଇଛି । ପିତୃପୁରୁଷଙ୍କୁ ଏଦି ଦିନ ଦୀପ ଦାନ କରାଯାଏ । କାରଣ ଏହି ତିଥିରେ ଆଲୋକ ବା ଦୀପର ଜ୍ୟୋତି ପାଇ ପିତୃପୁରୁଷ ପ୍ରେତ ଲୋକରୁ ମୁକ୍ତି ପାଆନ୍ତି ବୋଲି ବିଶ୍ୱାସ ରହିଛି । ଦୀପାବଳିରେ ନୂଆ ପୋଷାକ, ପିଠା ପଣା ସହ ମିଠା ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଘରକୁ ସଜାଯାଇ ସପରିବାର ଏହାକୁ ପାଳିଥାନ୍ତି ।