Puri: ସାରା ବିଶ୍ବ ଦେଖିବ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ସିଧାପ୍ରସାରଣ!
Advertisement
Article Detail0/zeeodisha/odisha2046036

Puri: ସାରା ବିଶ୍ବ ଦେଖିବ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ସିଧାପ୍ରସାରଣ!

Parikrama Prakalpa: ଆସନ୍ତା ଜାନୁଆରୀ ୧୭ରେ ଉଦ୍ଦଘାଟନ ହେବ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏନେଇ ଶ୍ରୀକ୍ଷେତ୍ର ସମେତ ଉତ୍ସବ ମୁଖର ସାରା ରାଜ୍ୟ । ଏହି ଉଦ୍ଦଘାଟନୀ ଉତ୍ସବକୁ ସୁରୁଖୁରୁରେ ସମ୍ପାଦନ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । 

ସୌ(ସୋସିଆଲ ମିଡିଆ)

Parikrama Prakalpa Inauguration Ceremony: ଆସନ୍ତା ଜାନୁଆରୀ ୧୭ରେ ଉଦ୍ଦଘାଟନ ହେବ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏନେଇ ଶ୍ରୀକ୍ଷେତ୍ର ସମେତ ଉତ୍ସବ ମୁଖର ସାରା ରାଜ୍ୟ । ଏହି ଉଦ୍ଦଘାଟନୀ ଉତ୍ସବକୁ ସୁରୁଖୁରୁରେ ସମ୍ପାଦନ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ତେବେ ଏନେଇ ଶୁକ୍ରବାରଠାରୁ ପ୍ରତି ଘରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଗାଁରୁ ସହରକୁ ଗଡ଼ିଛି ‘ଜଗନ୍ନାଥ ରଥ’ ।

ସୂଚନାଯୋଗ୍ୟ, ଉତ୍ସବ ଚାଲିଥିବା ବେଳେ ୭ଟି ସୁସଜ୍ଜିତ ରଥ ସହ ସଂକୀର୍ତ୍ତନ ମଣ୍ତଳୀ ବଡ଼ଦାଣ୍ତ ପରିକ୍ରମା କରିବେ । ଜରୁରୀକାଳୀନ ଚିକିତ୍ସା ସେବା, ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରାଯିବ । ସେପଟେ ସିସିଟିଭି ବଳୟରେ ପରିକ୍ରମା ପ୍ରକଳ୍ପ ସମେତ ସମସ୍ତ ପାର୍କିଂ ଓ ସହରର ମୁଖ୍ୟ ପ୍ରବେଶ ପଥ ଗୁଡିକ ଉପରେ ନଜର ରଖାଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ସମୟରେ ଅନୁଷ୍ଠତ ବୈଠକରେ ନିଷ୍ପତି ହୋଇଛି । ଅନ୍ୟପଟେ ଏହି ଭବ୍ୟ ଲୋକପର୍ଣ ଉତ୍ସବର ସିଧାପ୍ରସାରଣ କାର୍ଯ୍ୟକ୍ରମକୁ ଯେପରି ସାରା ବିଶ୍ବବାସୀ ଦେଖିପାରିବେ ସେନେଇ ସରକାର ପଦକ୍ଷେପ ନେଉଥିବା ଜଣାପଡ଼ିଛି ।

ବୈଠକର ନିଷ୍ପତି ମୁତାବିକ ଶ୍ରୀମନ୍ଦିର ପାଖରେ ଅସ୍ଥାୟୀ ଫ୍ଲସ ବେସିନ ରହିବ । ଏହାସହ  ମନ୍ଦିର ପାଖରେ ସେବାୟତଙ୍କ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ । ପରିକ୍ରମା ପ୍ରକଳ୍ପ ଆଗରେ ଅତିଥି ବସିବା ନିମନ୍ତେ ମଣ୍ତପ ନିର୍ମାଣ, ଜଗନ୍ନାଥ ବଲ୍ଲଭ ପାଖରେ ସ୍ବତନ୍ତ୍ର ପ୍ରଦର୍ଶନୀ ଆୟୋଜନ ସାଙ୍ଗକୁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ସେହିପରି ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ପରିଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ସମଙ୍ଗଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଏନେଇ ସହରର ବିଭିନ୍ନ ସ୍ଥାନରେ ରୁଟ ଚାର୍ଟ ମରାଯିବା ସହ ଜିଓ ଲୋକେସନକୁ ସମାଜିକ ଗଣମାଧ୍ୟମରେ ପ୍ରସାର କରାଯିବ । ଏହି ପାର୍କିଂରେ ୧୨୦ଟି ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବ । ଜଗନ୍ନାଥବଲ୍ଲଭଠାରେ ଯାନବାହାଗୁଡ଼ିକ ଭକ୍ତଙ୍କୁ ଛାଡ଼ି ସମଙ୍ଗଠାରେ ରହିବେ । ରାଜ୍ୟ ବାହାରୁ ଆସୁଥିବା ବସ ଗୁଡ଼ିକ ମାଳତୀପାଟପୁର ଷ୍ଟାଣ୍ତରେ ରହିବ । ସମଙ୍ଗଠାରୁ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାନୀୟ ଜଳ ଓ ବିଶ୍ରାମ ନେଇ ବ୍ୟବସ୍ଥା କରାଯିବ । ଶ୍ରୀ ସେତୁରେ ଏକ ସ୍ବାଗତ ତୋରଣ ନିର୍ମିତ ହେବ ।

Also Read-Weather Update: ଆଜି ୪ ଜିଲ୍ଲାରେ ହାଲୁକା ବର୍ଷା ଓ ୬ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା

ପ୍ରକାଶ ଥାଉ କି, ପ୍ରତିଦିନ ୨୦ ହଜାର ଲୋକ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା ନେଇ କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୨ ତାରିଖରୁ ପରିକ୍ରମା ପ୍ରକଳ୍ପ ପାଇଁ ଯଜ୍ଞ ଆରମ୍ଭ ହେବ। ଏହାପରେ ୧୫ରୁ ଶ୍ରୀମନ୍ଦିର ଚାରି ଦ୍ବାରରେ ବେଦ ପାରାୟଣ ଓ ସଂକୀର୍ତ୍ତନ ହେବ । ପରେ ୧୭ରେ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଓ ଯଜ୍ଞ ପୂର୍ଣ୍ଣାହୂତି ହେବ । ଏହି ଉତ୍ସବରେ ଯୋଗ ଦେବା ଲାଗି ଦେଶର ୬୦ଟି ସ୍ଥାନରୁ ଆସିବେ ନିମନ୍ତ୍ରିତ ଅତିଥି । ଏହାଛଡ଼ା ରାଜ୍ୟ ଭିତର ୩୦ ଜିଲ୍ଲା ପ୍ରସିଦ୍ଧ ମନ୍ଦିର, ଜଗନ୍ନାଥ ମନ୍ଦିର ଓ ନବକଳେବର ବେଳେ ଦାରୁ ମିଳିଥିବା ସ୍ଥାନରୁ ଅତିଥିମାନେ ଯୋଗଦେବେ । ଏନେଇ ପ୍ରତି ସ୍ଥାନରୁ ୨ ଜଣ ଲେଖାଏଁ ଆସିବାକୁ ନିମନ୍ତ୍ରଣ ଦିଆଯାଇଛି ।