ମଙ୍ଗଳବାର ଦିନ ଖଣ୍ଡଗିରି ଥାନାରେ ପୋଲିସ ସହିତ ଯାତ୍ରା କମିଟି ପକ୍ଷରୁ ଏକ ବୈଠକ ହୋଇଥିଲା । ଏଥିରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । କେବଳ ଯାତ୍ରା ଅନୁଷ୍ଠାନର କଳାକାରମାନେ ଆଇଟମ ଗୀତରେ ନାଚିପାରିବେ ।
Trending Photos
ଭୁବନେଶ୍ୱର: ଜଲିଉଡ ଦୁନିଆର ୩ ଚର୍ଚ୍ଚିତ ଆଇଟମ ଗର୍ଲ ସାହୁ ଭାଉଜ (ଭାଗ୍ୟଶ୍ରୀ ସାହୁ), ନିଶା ମହାରଣା ଏବଂ ରାଣୀ ପ୍ରିୟଦର୍ଶିନୀଙ୍କୁ ବ୍ୟାନ କରାଯାଇଛି । ଖଣ୍ଡଗିରି ଯାତ୍ରା ଆରମ୍ଭ ପୂର୍ବରୁ ଏନେଇ ନିଷ୍ପତ୍ତି ନେଇଛି ଯାତ୍ରା କମିଟି । ଚଳିତ ବର୍ଷ ଖଣ୍ଡଗିରି ଯାତ୍ରାରେ ଏହି ୩ ଆଇଟମ ଗର୍ଲଙ୍କୁ ଦେଖିବାକୁ ପାଇବେନି ଯାତ୍ରା ଦର୍ଶକ ।
ମଙ୍ଗଳବାର ଦିନ ଖଣ୍ଡଗିରି ଥାନାରେ ପୋଲିସ ସହିତ ଯାତ୍ରା କମିଟି ପକ୍ଷରୁ ଏକ ବୈଠକ ହୋଇଥିଲା । ଏଥିରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । କେବଳ ଯାତ୍ରା ଅନୁଷ୍ଠାନର କଳାକାରମାନେ ଆଇଟମ ଗୀତରେ ନାଚିପାରିବେ । କୌଣସି ଅଶ୍ଳୀଳତାକୁ ଏଥର ପ୍ରଶୟ ଦିଆଯିବ ନାହିଁ ବୋଲି କମିଟି ପକ୍ଷରୁ କୁହାଯାଇଛି ।
ରାଜଧାନୀ ଭୁବନେଶ୍ୱରରେ ଖଣ୍ଡଗିରି ମେଳା ଫେବ୍ରୁଆରୀ ୬ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ରାଜ୍ୟର ବଡ଼ ବଡ଼ ଅପେରା ପାର୍ଟି ଯାତ୍ରା ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଖଣ୍ଡଗିରି ଯାତ୍ରାରେ କଡା ଟକ୍କର ଦେଖିବାକୁ ମିଳିଥାଏ ଯାତ୍ରାରେ । ତେଣୁ ବିଗତ ଦିନରେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ବାହାରୁ ଆଇଟମ ନୃତ୍ୟଶିଳ୍ପୀଙ୍କୁ ଅଣାଯାଉଥିଲା । କିନ୍ତୁ ଏଥର ବାହାନ ଆଇଟମ ଡ୍ୟାନ୍ସରମାନେ ନୃତ୍ୟ ପରିବେଷଣ କରିପାରିବେ ନାହିଁ ବୋଲି କଡାକଡି ନିୟମ ଲାଗୁ କରିଛି ଯାତ୍ରା କମିଟି ।
ଆପଣଙ୍କୁ କହିରଖୁଛୁ ଯେ, ପୂର୍ବରୁ ଖଣ୍ଡଗିରିରେ ଆଇଟମ ଡ୍ୟାନ୍ସ ଚର୍ଚ୍ଚାର ବିଷୟ ପାଲଟିଥିଲା । ଯାତ୍ରା ମଞ୍ଚରୁ ତଳକୁ ଓହ୍ଲାଇ ଆଇଟମ ଡ୍ୟାନ୍ସନ ଦର୍ଶକଙ୍କ କାନ କାମୁଡିବା ପରି ଅଭିଯୋଗ ମଧ୍ୟ ହୋଇଥିଲା । ଏଥିସହ ଯାତ୍ରା ମଞ୍ଚରେ ଅଶ୍ଳିଳ ନୃତ୍ୟ ଅଭିଯୋଗରେ ରାଣୀ ପଣ୍ଡାଙ୍କ ନାମରେ ଅଭିଯୋଗ ଆସିଥିଲା । କିଛି ବର୍ଷ ପାଇଁ ଯାତ୍ରା ମଞ୍ଚକୁ ରାଣୀ ପଣ୍ଡାଙ୍କୁ ମଧ୍ୟ ବ୍ୟାନ୍ କରାଯାଇଥିଲା । ରାଣୀ ପଣ୍ଡା ଏକ ଯାତ୍ରା ପାର୍ଟିରେ ଅଭିନୟ କରିବା ପାଇଁ ଯୋଗ ଦେବା ପରେ ତାଙ୍କୁ ପୁଣି ଗ୍ରହଣ କରାଯାଇଥିଲା । ପରେ ରାଣୀ ପଣ୍ଡାଙ୍କ ନାଟକ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ ଜମିଥିଲା ।
ଅପରପକ୍ଷେ, ଖଣ୍ଡଗିରିକୁ ଆଇଟମ ଡ୍ୟାନ୍ସରକୁ ବ୍ୟାନ କରାଯିବା ଖବରକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଗଲାଣି । ଅନେକ ଯାତ୍ରାପ୍ରେମୀ କମିଟିର ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇଥିବା ଜଣାପଡିଛି । କିଛି ଦର୍ଶକ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ଯଦି ରାଜଧାନୀ ଛାତିରେ ହେଉଥିବା ଯାତ୍ରାରେ ଆଇଟମ ଡ୍ୟାନ୍ସରଙ୍କୁ ବ୍ୟାନ କରାଯାଉଛି ତେବେ ରାଜ୍ୟର ଅନ୍ୟ ସ୍ଥାନ ଗୁଡିକରେ କାହିଁକି ନୁହେଁ ?
ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ଗତ କିଛି ମାସ ହେବ ସୋସିଆଲ ମିଡିଆରେ ୩ଜଣ ଯାତ୍ରା ଆଇଟମ ଗର୍ଲଙ୍କୁ ନେଇ ଅନେକ ରୋଷ୍ଟର ବିଭିନ୍ନ ପ୍ରକାରର ରୋଷ୍ଟିଂ କରୁଛନ୍ତି । ଆଇଟମ ଡ୍ୟାନ୍ସରମାନେ କୌଣସି ସ୍ଥାନକୁ ଯାଇ ନୃତ୍ୟ ପରିବେଷଣ କରିବା ପୂର୍ବରୁ ପ୍ରଥମେ ସୋସିଆଲ ମିଡିଆରେ ଭିଡିଓ ଜାରି କରି ସୂଚନା ଦେଇଥାନ୍ତି । ବର୍ତ୍ତମାନ ସେଥିରେ ମଧ୍ୟ ଅଶ୍ଳିଳତା ଦେଖିବାକୁ ମିଳୁଛି । ଅନ୍ୟପଟେ, ଏନେଇ କୌଣସି ଆଇଟମ ଡ୍ୟାନ୍ସରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
Also Read- ମକର ସଂକ୍ରାନ୍ତିରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଲେ ବରୁଣେଶ୍ୱର, ଯାହା ମାଗିଲେ ତାହା ଦିଅନ୍ତି ବାବା !
Also Read- ମକର ସଂକ୍ରାନ୍ତିରେ ରିଠାଲାରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ଖାଇଲେ ଚୁଡା-ଦହି