ସମ୍ଭାବ୍ୟ ବାତ୍ୟା ନିମନ୍ତେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ
Advertisement
Article Detail0/zeeodisha/odisha2481059

ସମ୍ଭାବ୍ୟ ବାତ୍ୟା ନିମନ୍ତେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପଦକ୍ଷପ ଗ୍ରହଣ କରିଛନ୍ତି । ସ୍ବତନ୍ତ୍ର ରିଲିଫ କମିସନର ଦେଓରଂଜନ କୁମାର ସିଂ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ନିଆଯାଇଥିବା ପଦକ୍ଷେପ ବିଷୟରେ କହିଛନ୍ତି ।

ସମ୍ଭାବ୍ୟ ବାତ୍ୟା ନିମନ୍ତେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପ୍ରଭାବରେ ପ୍ରଥମେ ଲଘୁଚାପ କ୍ଷେତ୍ର ପରିଣତ ହେବ ଏବଂ ପରବର୍ତ୍ତି ସମୟରେ ଏହା ଅବପାତରେ ପରିଣତ ହେବ ବୋଲି ଆକଳନ କରାଯାଉଛି । ଯାହାକି ବାତ୍ୟାର ରୂପ ମଧ୍ୟ ନେଇପାରେ । ଏପରି ପରିସ୍ଥିତିରେ ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପଦକ୍ଷପ ଗ୍ରହଣ କରିଛନ୍ତି । ସ୍ବତନ୍ତ୍ର ରିଲିଫ କମିସନର ଦେଓରଂଜନ କୁମାର ସିଂ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ନିଆଯାଇଥିବା ପଦକ୍ଷେପ ବିଷୟରେ କହିଛନ୍ତି ।

ଦେଓରଂଜନ କୁମାର ସିଂଙ୍କ କହିବାନୁଯାୟୀ, ଓଡ଼ିଶା ଉପକୂଳରେ ବାତ୍ୟାର ସମ୍ଭାବନା ରହିଥିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ ସମୁଦ୍ର ଭିତରୁ ଫେରି ଆସିବାକୁ କୁହାଯାଇଛି । ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ବାରଣ କରାଯାଇଛି । ଏଥିସହ ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ୨୧ ଅକ୍ଚୋବରରେ ଜିଲ୍ଲାପାଳମାନେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ନିକଟରେ ପହଞ୍ଚି ତଦାରଖ କରିବେ। ଏଥିସହ ଗର୍ଭବତୀ ମହିଳାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆବ୍ୟଶ୍ୟକ ସ୍ଥଳେ (ଯଦି- ପ୍ରସବ ସମୟ ହୋଇଯାଇଥାଏ) ତେବେ ସେମାନେ ହସ୍ପିଟାଲ ଯିବାକୁ ପରାମର୍ଶ ଦିଆଯାଇଛି ।

ଏସ୍‌ଆରସିଙ୍କ କହିବାନୁଯାୟୀ, ସମ୍ଭାବ୍ୟ ବାତ୍ୟାର ସାମ୍ନା କରିବା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ତେଣୁ ସାଧାରଣ ଜନତା ଆଦୌ ଭୟଭୀତ ନହୋଇ ଦିଆଯାଇଥିବା ସତର୍କତା ଅବଲମ୍ୱନ କରନ୍ତୁ । ଲୋକଙ୍କର ସୁରକ୍ଷା ପାଇଁ ପ୍ରଶାସନ ସତର୍କ ରହିଛି। ଜିରୋ କାଜୁଆଲଟି ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ଜନସାଧାରଣ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରନ୍ତୁ। ଆବଶ୍ୟକ ପଡିଲେ କେନ୍ଦ୍ର ସରକାରଙ୍କୁ ସହାୟତା ମଗାଯିବ ବୋଲି ଦେଓରଂଜନ କୁମାର ସିଂ କହିଛନ୍ତି ।

ଅନ୍ୟପଟେ ୨୧ ତାରିଖରୁ ପାଣିପାଗ ପରିବର୍ତ୍ତନ ହେବା ସହ ୨୨ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରାଯାଇଛି । ତଳିଆ ଅଞ୍ଚଳ ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଅଗ୍ନିଶମ, ଓଡ୍ରାଫ, ବିଦ୍ୟୁତ, ସ୍ବାସ୍ଥ୍ୟ ବିଭାଗ, ରାଜସ୍ବ ବିଭାଗର ସମସ୍ତ ଅଧିକାରୀମାନଙ୍କୁ ନେଇ ସୋମବାର ଦିନ ଏକ ସମୀକ୍ଷା ବୈଠକ କରାଯିବ ବୋଲି କୁହାଯାଇଛି ।

ସମ୍ଭାବ୍ୟ ବାତ୍ୟା ନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ଲଘୁଚାପ ସୃଷ୍ଟି ହେବା ପରେ ବାତ୍ୟା ତୀବ୍ରତା ଓ ଗତିପଥ ସ୍ପଷ୍ଟ ହେବ । ୨୩ରୁ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବ । ଏପରିକି ୨୬ ଓ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିବ । ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଜପତିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଆପଣଙ୍କୁ କହିରଖୁଛୁ ଯେ, ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ପରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଜାରି ହୋଇଛି ବାତ୍ୟା ସତର୍କତା । ପ୍ରବଳ ବର୍ଷା ଏବଂ ସମୁଦ୍ର ଅଶାନ୍ତ ରହିବା ନେଇ ଆକଳନ କରାଯାଉଥିବାରୁ ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ଲୋକଙ୍କୁ ସତର୍କ କରାଇଛି ପୋଲିସ ।

Also Read- ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ହବିଷ୍ୟାଳିଙ୍କୁ ଭେଟି ଉପହାର ଦେଲେ

Also Read- Weekly Health Horoscope: ୨୧ରୁ ୨୭ ଅକ୍ଟୋବର, ଜାଣନ୍ତୁ କେମିତି ରହିବ ଆପଣଙ୍କ ସ୍ୱାସ୍ଥ୍ୟ