Odisha News: ୧୦ରୁ ଟ୍ରକ ଧର୍ମଘଟ, ପରିବହଲ ଟ୍ରକ ମାଲିକ ସଂଘର ଚେତାବନୀ
Advertisement
Article Detail0/zeeodisha/odisha2499612

Odisha News: ୧୦ରୁ ଟ୍ରକ ଧର୍ମଘଟ, ପରିବହଲ ଟ୍ରକ ମାଲିକ ସଂଘର ଚେତାବନୀ

ଭୁବନେଶ୍ୱର: ଚଳିତ ନଭେମ୍ବର ମାସ ୧୦ ତାରିଖରୁ ରାଜ୍ୟରେ ଟ୍ରକ ଚଳାଚଳ ବନ୍ଦ ରହିବ। ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବେ ଟ୍ରକ ମାଲିକ ସଂଘ। ଏନେଇ ରାଜ୍ୟ ଟ୍ରକ ମାଲିକ ସଂଘ ଚେତାବନୀ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ଲଘୁଖଣିଜ ପଦାର୍ଥ ବିଶେଷ କରି ନଦୀବାଲି ପରିବହନକୁ ଶୃଙ୍ଖଳିତ କରିବା ପାଇଁ ଟ୍ରକ ମାଲିକ ସଂଘ ପକ୍ଷରୁ ବିଭିନ୍ନ ସମୟରେ ରାଜ୍ୟ&nbs

Odisha News: ୧୦ରୁ ଟ୍ରକ ଧର୍ମଘଟ, ପରିବହଲ ଟ୍ରକ ମାଲିକ ସଂଘର ଚେତାବନୀ

Odisha News: ଭୁବନେଶ୍ୱର: ଚଳିତ ନଭେମ୍ବର ମାସ ୧୦ ତାରିଖରୁ ରାଜ୍ୟରେ ଟ୍ରକ ଚଳାଚଳ ବନ୍ଦ ରହିବ। ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବେ ଟ୍ରକ ମାଲିକ ସଂଘ। ଏନେଇ ରାଜ୍ୟ ଟ୍ରକ ମାଲିକ ସଂଘ ଚେତାବନୀ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ଲଘୁଖଣିଜ ପଦାର୍ଥ ବିଶେଷ କରି ନଦୀବାଲି ପରିବହନକୁ ଶୃଙ୍ଖଳିତ କରିବା ପାଇଁ ଟ୍ରକ ମାଲିକ ସଂଘ ପକ୍ଷରୁ ବିଭିନ୍ନ ସମୟରେ ରାଜ୍ୟ  ଇସ୍ପାତ, ଖଣି ଏବଂ ପରିବହନ ମନ୍ତ୍ରୀ, ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା। ମାତ୍ର ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଟ୍ରକ ମାଲିକ ସଂଘ। 

ରବିବାର ଖୋର୍ଦ୍ଧା ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ରାଜ୍ୟର ୩୦ ଜିଲ୍ଲାର ଟ୍ରକ ମାଲିକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସଂଘ ସଭାପତି ପ୍ରଣବ କୁମାର ପରିଜା ବିଭାଗୀୟ ମନ୍ତ୍ରୀ ଓ ନିର୍ଦ୍ଦେଶକ ତୁରନ୍ତ ଟ୍ରକ ମାଲିକମାନଙ୍କୁ ମୌଳିକ ଦାବି ପୂରଣ କରିବାକୁ ନିବେଦନ କରିଥିଲେ। ବୈଠକରେ ଲଘୁ ଖଣିଜ ଦ୍ରବ୍ୟ ପରିବହନ ବିଶେଷ କରି ନଦୀବାଲି ପରିବହନରେ ଦୀର୍ଘ ଦିନରୁ ରହି ଆସିଥିବା ସମସ୍ୟା ଉପରେ ଆଲୋଚନା ହୋଇଥିଲା। ନଦୀ ବାଲି ପରିବହନରେ ଦୀର୍ଘ ଦିନରୁ ରହି ଆସିଥିବା ସମସ୍ୟା ଉପରେ ଆଲୋଚନା ହୋଇଥିଲା। ନଦୀବାଲି ପରିବହନରେ ସ୍ୱଚ୍ଛତା ଆଣିବା ପାଇଁ ଟ୍ରକ ମାଲିକମାନଙ୍କ ନ୍ୟାର୍ଯ୍ୟ ଦାବି ଗୁଡ଼ିକ ପ୍ରତି ସରକାର କର୍ଣ୍ଣପାତ କରୁନଥିବାରୁ ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଭାଗୀୟ ଅଧିକାରୀମାନେ ରାଜସ୍ୱ ଆଦାୟ ଲକ୍ଷ୍ୟରେ ବିଭିନ୍ନ ଆଇନ ପ୍ରୟୋଗ କରି ଗାଡ଼ି ମାଲକମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରୁଥିବା ବୈଠକରେ ଅଭିଯୋଗ ଉଠିଥିଲା। ସବୁବେଳେ ଏବେ ଜରିମାନା ଦେଇ ବିଭିନ୍ନ ଦଫାରେ ମାମଲା ମୁଣ୍ଡାଇ ଟ୍ରକ ଚଳାଇବା ସମ୍ଭବ ହେଉନାହିଁ ବୋଲି ୩୦ ଜିଲ୍ଲାରୁ ଆସିଥିବା ଟ୍ରକ ମାଲିକମାନେ ପ୍ରକାଶ କରିଥିଲେ।