Central team will soon: ଘର, ଫସଲ ନଷ୍ଟ ହେବା ସହିତ ବିଭିନ୍ନ ବିଭାଗର ମଧ୍ୟ କ୍ଷୟକ୍ଷତି ହୋଇଛି। ସବୁ ବିଭାଗର ରିପୋର୍ଟ ରବିବାର ପ୍ରଦାନ କରାଯିବ। କେବଳ ଶକ୍ତି ବିଭାଗର ରିପୋର୍ଟ ଟିକେ ବିଳମ୍ବ ହେବ। ରିପୋର୍ଟ ପାଇଲା ପରେ ପ୍ରଥମେ ଫସଲ ଓ ଘରର କ୍ଷତିପୂରଣ ଦିଆଯିବ। ପରେ ବିଭିନ୍ନ ବିଭାଗର କ୍ଷତି ପୂରଣ ଦିଆଯିବ।
Trending Photos
ଭୁବନେଶ୍ଵର: ବାତ୍ୟା ଦାନା ପାଇଁ ହୋଇଥିବା କ୍ଷୟକ୍ଷତି ଆକଳନ ଆଜି ସମାପ୍ତ ହେବ। ଆସନ୍ତାକାଲି ଏସଆରସି ନିକଟରେ ଏହି ରିପୋର୍ଟ ଦାଖଲ କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଷ ପୂଜାରୀ କହିଛନ୍ତି। ବାତ୍ୟାରେ ତିନୋଟି ଜିଲ୍ଲା ଭଦ୍ରକ, ବାଲେଶ୍ଵର ଓ କେନ୍ଦ୍ରାପଡ଼ା ବିଶେଷ ଭାବେ ପ୍ରଭାବିତ ହୋଇ କ୍ଷୟକ୍ଷତି ହୋଇଛି।
ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରୀୟ ଟିମ୍ ମଧ୍ୟ କ୍ଷୟକ୍ଷତିର ଆକଳନ ପାଇଁ ଆସିବାର ଅଛି। ଖୁବଶୀଘ୍ର ଆସି କ୍ଷୟକ୍ଷତି ଆକଳନ କରିବେ। କେନ୍ଦ୍ରୀୟ ଟିମ ଆକଳନ କଲେ କେନ୍ଦ୍ରରୁ କ୍ଷତିପୂରଣ ଟଙ୍କା ଆସିବ। ତା ଆଗରୁ ରାଜସ୍ବ ବିଭାଗରେ ଥିବା ଅର୍ଥ କ୍ଷତିଗ୍ରସ୍ତ ମାନଙ୍କୁ ପ୍ରଦାନ କରାଯିବ। ଓଡିଶା ମଧ୍ୟ କେନ୍ଦ୍ର ସରକାରଙ୍କୁ କ୍ଷୟକ୍ଷତିର ତଥ୍ୟ ପ୍ରଦାନ କରିବ। ଏହାସହ ଅନ୍ୟ ଜିଲ୍ଲା ମାନଙ୍କରେ ହୋଇଥିବା କ୍ଷତି ମଧ୍ୟ ଆକଳନ କରି କ୍ଷତିପୂରଣ ଦିଆଯିବ ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି। ଘର, ଫସଲ ନଷ୍ଟ ହେବା ସହିତ ବିଭିନ୍ନ ବିଭାଗର ମଧ୍ୟ କ୍ଷୟକ୍ଷତି ହୋଇଛି। ସବୁ ବିଭାଗର ରିପୋର୍ଟ ରବିବାର ପ୍ରଦାନ କରାଯିବ। କେବଳ ଶକ୍ତି ବିଭାଗର ରିପୋର୍ଟ ଟିକେ ବିଳମ୍ବ ହେବ। ରିପୋର୍ଟ ପାଇଲା ପରେ ପ୍ରଥମେ ଫସଲ ଓ ଘରର କ୍ଷତିପୂରଣ ଦିଆଯିବ। ପରେ ବିଭିନ୍ନ ବିଭାଗର କ୍ଷତି ପୂରଣ ଦିଆଯିବ।