ପାରାଦ୍ଵୀପଠାରୁ ୨୦୦ କିମି ଦୂରରେ ବାତ୍ୟା; ଆଇଏମଡି ଡିଜି
Advertisement
Article Detail0/zeeodisha/odisha2486486

ପାରାଦ୍ଵୀପଠାରୁ ୨୦୦ କିମି ଦୂରରେ ବାତ୍ୟା; ଆଇଏମଡି ଡିଜି

Cyclone Dana update : ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ଲ୍ୟାଣ୍ଡଫଲ କରିବ ବାତ୍ୟା। ଖୋର୍ଦ୍ଧା ପୁରୀରେ ୬୦ରୁ ୮୦ କିମି ବେଗରେ ପବନ ବହିବ। ମୟୂରଭଞ୍ଜରେ ୮୦ କିମି ବେଗରେ ପବନ ବହିବ। ୨୪ ଘଣ୍ଟା ଭିତରେ ଉପକୂଳରେ ସାମାନ୍ୟରୁ ମଧ୍ୟମ ବର୍ଷା। ଆଜି ଓ କାଲି ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା।

ପାରାଦ୍ଵୀପଠାରୁ ୨୦୦ କିମି ଦୂରରେ ବାତ୍ୟା; ଆଇଏମଡି ଡିଜି

ଭୁବନେଶ୍ଵର: ସମୁଦ୍ରରୁ ବଳ ଗୋଟାଇ ମାଡ଼ି ଆସୁଛି ଭୀଷଣ ବାତ୍ୟା ଦାନା। ଘଣ୍ଟାକୁ ୧୨ କିଲୋମିଟ ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ୁଛି ଦାନା। ସ୍ଥଳ ଭାଗର ନିକଟତର ହେବାରେ ଲାଗିଛି। ଏବେ ପାରାଦ୍ଵୀପ ଠାରୁ ୨୦୦ କିଲୋମିଟର ଦୂରରେ ରହିଛି ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। 

ସୂଚନଯୋଗ୍ୟ ଯେ, ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ଲ୍ୟାଣ୍ଡଫଲ କରିବ ବାତ୍ୟା। ଖୋର୍ଦ୍ଧା ପୁରୀରେ ୬୦ରୁ ୮୦ କିମି ବେଗରେ ପବନ ବହିବ। ମୟୂରଭଞ୍ଜରେ ୮୦ କିମି ବେଗରେ ପବନ ବହିବ। ୨୪ ଘଣ୍ଟା ଭିତରେ ଉପକୂଳରେ ସାମାନ୍ୟରୁ ମଧ୍ୟମ ବର୍ଷା। ଆଜି ଓ କାଲି ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା। ୧ରୁ୨ ମିଟର ଯାଏଁ ସାମୁଦ୍ରିକ ଜୁଆର ଉଠିବା ସମ୍ଭାବନା। କେନ୍ଦ୍ରାପଡା ଓ ଭଦ୍ରକରେ ସାମୁଦ୍ରିକ ଜୁଆର ଆସିବ। ଧାମରା ଠାରୁ ୨୪୦ କିଲୋମିଟର ଏବଂ ସାଗର ଆଇଲ୍ୟାଣ୍ଡ ଠାରୁ ୩୧୦ କିଲୋମିଟର ଦୂରରେ ରହିଛି ବାତ୍ୟା। କେନ୍ଦ୍ରସ୍ଥଳୀରେ ପବନ ବେଗ ୯୫ରୁ ୧୦୫ କିମି ରହିଛି।

ଅନ୍ୟପଟେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବାତ୍ୟା ଦାନାର କ୍ଷୟକ୍ଷତି ଓ ପରବର୍ତ୍ତୀ ପରିସ୍ଥିତିକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିଛନ୍ତି। ଏଣୁ ଜନସାଧାରଣ ଭୟ ବା ଆତଙ୍କିତ ହେବା ଅନାବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମେହନ ଚରଣ ମାଝି। ଏହି ମୁକାବିଲା କାର୍ଯ୍ୟରେ କେନ୍ଦ୍ର ସରକାର ମଧ୍ୟ ଆବଶ୍ୟକ ସହଯୋଗର ହାତ ବଢ଼ାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀ ମାଝି କହିଛନ୍ତି, ‘କେନ୍ଦ୍ରର ସହଯୋଗ ଲୋଡ଼ିବା ପୂର୍ବରୁ କେନ୍ଦ୍ର ସହାୟତା ମିଳିଛି। ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ବିଷୟରେ ଆଲୋଚନା ହୋଇଛି। ନିଜେ ପ୍ରଧାନମନ୍ତ୍ରୀ ବାତ୍ୟା ଦାନା ସ୍ଥିତି ଓ ପ୍ରସ୍ତୁତି ବାବଦରେ ଆଲୋଚନା କରିଛନ୍ତି। ଆମ ମନ୍ତ୍ରୀମାନେ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ତୁରନ୍ତ ଆବଶ୍ୟକ ସହାୟତା ଦେବାକୁ କହିଛନ୍ତି’।