Bhubneswar Crime: ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଛି । ଗୁରୁତର ଅବସ୍ଥାରେ ଯୁବକକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ପଠାଯାଇଥିବା ସୂଚନା ମିଳିଛି।
Trending Photos
ଭୁବନେଶ୍ଵର: ଗତକାଲି ରାତିରେ ରାଜଧାନୀର ଜଣାଶୁଣା ସମାଜସେବୀ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ପଳାସପଲ୍ଲୀରୁ ନବୀନ ନିବାସ ରାସ୍ତାରେ ଏହି ଆକ୍ରମଣ ହୋଇଛି। ୨ ବାଇକ୍ରେ ଥିବା ୪ ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ ହାଣି ଗୁରୁତର କରିଛନ୍ତି। ପ୍ରଥମ ଥର ଆକ୍ରମଣରେ ଶିବ ବଞ୍ଚିଯାଇଥିବା ଜାଣିପାରି ଦୁର୍ବୃତ୍ତମାନେ ପୁଣି ଥରେ ପଛକୁ ଫେରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଶିବଙ୍କ ଚିତ୍କାର ଶୁଣି କିଛି ସ୍ଥାନୀୟ ଲୋକ ସେଠାକୁ ଧାଇଁ ଆସୁଥିବା ଦେଖି ଦୁର୍ବୃତ୍ତମାନେ ପଳାଇଥିଲେ। ତେଣୁ ଶିବଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଏୟାର୍ପୋର୍ଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି। ସିସିଟିଭି ଫୁଟେଜ୍ରୁ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ପୁଲିସ ଟିମ୍ ଲାଗିପଡ଼ିଛି। ଜଣେ ସମାଜସେବୀଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କରିବା ପଛରେ କି କାରଣ ରହିଛି, ତାହାକୁ ନେଇ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି ହୋଇଛି।
ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଛି । ଗୁରୁତର ଅବସ୍ଥାରେ ଯୁବକକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ପଠାଯାଇଥିବା ସୂଚନା ମିଳିଛି। ପୋଲିସ କମିଶନର ଆହତ ଶିବଙ୍କୁ ଏମସରେ ଭେଟି ସ୍ବାସ୍ଥ୍ୟବସ୍ଥା ପଟାରି ବୁଝିଛନ୍ତି। ପଳାଶପଲ୍ଲୀରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ।