Top 10 News Headlines: ଅପରାହ୍ଣର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1890084

Top 10 News Headlines: ଅପରାହ୍ଣର ୧୦ଟି ପ୍ରମୁଖ ଖବର

ଚୁଟକିରେ ପଢିନିଅନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ତ୍ୱପୂର୍ଣ୍ଣ ଖବର।

Top 10 News Headlines: ଅପରାହ୍ଣର ୧୦ଟି ପ୍ରମୁଖ ଖବର

1: ଗୋଟିଏ ଦିନରେ ୭ ପଦକ ଜିତିଲେ ଭାରତୀୟ ସୁ୍ଟର୍ସ: ଏସିଆନ୍ ଗେମ୍ସରେ ଭାରତ ପାଇଁ ଆଜି ଏକ ଭଲ ଦିନ। ପ୍ରଥମ ତିନି ଦିନରେ ଭାରତ ସମୁଦାୟ ୧୪ ପଦକ ଜିତିଥିଲେ। ଆଜି ଚତୁର୍ଥ ଦିନ ଓ ଶୁଟିଂରେ ସିଫ୍ତ ସମେରା, ଆଶି ଚୌକସେ ଓ ମାନିନି କୌସିକ୍ (୫୦ ମିଟର ରାଇଫଲ୍ 3p ଟିମ୍ ପ୍ରତିଯୋଗିତା) ସିଲଭର ପଦକ ଜିତିଛନ୍ତି । ଏହା ସହିତ ଦିନର ଦ୍ୱିତୀୟ ପଦକ ସୁନା ରୂପରେ ଆସିଥିଲା। ମନୁ ଭାକାର, ଇସା ସିଂ, ରିଦମ୍ ସାଙ୍ଗୱାନ୍ ୨୫ ମିଟର ପିସ୍ତଲ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏସିଆର ଚତୁର୍ଥ ଦିନ ପର୍ଯ୍ୟନ୍ତ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ୮ ପଦକ ଜିତିଛି । ସୁଟିଙ୍ଗରେ ଭାରତର ଚତ୍ମକାର ପ୍ରଦର୍ଶନଗୁଡିକ ଦେଖିବାକୁ ମିଳିଛି । ସୁଟିଂ ଇଭେଣ୍ଟରେ ଏପର୍ଯ୍ୟନ୍ତ ଭାରତ ଏପର୍ଯ୍ୟନ୍ତ ସମୁଦାୟ ୧୨ ଟି ପଦକ ଜିତିସାରିଛି । ଗୋଟିଏ ଦିନରେ, ଶୁଟରମାନେ ୭ଟି ପଦକ ଜିତିବାରେ ସଫଳ ହୋଇଛନ୍ତି । ଏପର୍ଯ୍ୟନ୍ତ, ଭାରତର ବ୍ୟାଗରେ ୨୨ ପଦକ ଆସିସାରିଛି।

2 ବିଜେଡ଼ି ଛାଡ଼ିଲେ ଅର୍କକେଶରୀ: ପୂର୍ବତନ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହ ତାଙ୍କ ପତ୍ନୀ ମାଳବିକା ଦେବୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଏଥିନେଇ ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ସମାବେଶ ଆୟୋଜନ କରାଯାଇଥିଲା। ରାଜ୍ୟ ଅଧ୍ୟକ୍ଷ ମନମୋହନ ସାମଲ୍‍ ତାଙ୍କୁ ବିଜେପିର ଉତ୍ତରୀୟ ଏବଂ ଦଳୀୟ ଚିହ୍ନ ଦେଇ ସ୍ୱଗତ କରିଥିଲେ।

3. ବସ ଓଲଟି ଖେଳ ଶିକ୍ଷକ ମୃତ: ଘାଟିରେ ଓଲଟିଲା ସ୍କୁଲ ବସ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ତି ଘାଟି ଏକ ସ୍କୁଲ ବସଟି ଦୁର୍ଘଟଣାଗସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଖେଳ ଶିକ୍ଷକଙ୍କ ମୃତ୍ୟୁ ହୋଇଛି ।

4. ଯୁବରାଜଙ୍କ ରେକର୍ଡ ଭାଙ୍ଗିଲେ ଦିପେନ୍ଦ୍ର:ଏସିଆନ୍ ଗେମ୍ସ 2023 ରେ ନେପାଳ ଏବଂ ମୋଙ୍ଗୋଲିଆ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଏକ ରେକର୍ଡ ସୃଷ୍ଟି ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ନେପାଳ ଏହାର ନାମରେ ଅନେକ ରେକର୍ଡ ସୃଷ୍ଟି କରିଥିଲା। ଏହି ସମୟରେ ଦଳର ବ୍ୟାଟ୍ସମ୍ୟାନ୍ ଦୀପେନ୍ଦ୍ର ସିଂ ଆରି ପୂର୍ବତନ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂଙ୍କ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଯୁବରାଜ ଟି୨୦ ମ୍ୟାଚରେ ୧୨ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ, କିନ୍ତୁ ଦୀପେନ୍ଦ୍ର ମାତ୍ର ୯ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ବ୍ୟତୀତ ନେପାଳ ଅନେକ ରେକର୍ଡ ସୃଷ୍ଟି କରିଛି।

5.ଗୁଗଲ୍‍କୁ ୨୫ ବର୍ଷ (Google turns 25): ଇଣ୍ଟରନେଟ୍‍ର ସବୁଠାରୁ ଆଦୃତ ସର୍ଚ୍ଚ ଇଞ୍ଜିନ ‘ଗୁଗଲ୍‍’ର ଆଜି ୨୫ତମ ଜନ୍ମବାର୍ଷିକୀ ଅଟେ । ୧୯୯୮ ମସିହା ସେପ୍ଟମ୍ବର ୨୭ ତାରିଖରେ ଗୁଗଲ୍‍ ଆଇଏନ୍‍ସିକୁ ବିଧିବଦ୍ଧ ଭାବେ ପଞ୍ଜୀକୃତ କରାଯାଇଥିଲା। ଏହି ଦିନକୁ ମନେ ପକାଇ ଗୁଗଲ୍‍ ପକ୍ଷରୁ ଆଜି ଏହାର ମୁଖ୍ୟ ପୃଷ୍ଠାରେ ଲୋଗୋ ପରିବର୍ତ୍ତନ କରାଯାଇଛି। ଜିଆଇଏଫ୍‍ ଇମେଜ୍‍ ବ୍ୟବହାର କରାଯାଇ ‘G25gle’ ଲେଖାଯାଇଛି। ଏହାକୁ କ୍ଲିକ୍‍ କଲେ ସ୍ୱତନ୍ତ୍ର ପୃଷ୍ଠା ଖୋଲୁଛି ଯାହା ଗୁଗଲ୍‍ର ସୃଷ୍ଟିର ସ୍ମୃତିଚାରଣ କରୁଛି।

6.ବଢ଼ିଲା ସ୍ୱତନ୍ତ୍ର ସେନା ଆଇନ କ୍ଷମତା ( AFSPA extended): ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡର କିଛି ଅଞ୍ଚଳରେ ସେନା କ୍ଷମତାକୁ ଆହୁରି ଛଅ ମାସ ସମ୍ପ୍ରସାରଣ କରାଯାଇଛି। ସଶସ୍ତ୍ର ବଳ ସ୍ୱତନ୍ତ୍ର କ୍ଷମତା ଆଇନ( ଏଏଫ୍‍ଏସ୍‍ପିଏ) ବଳରେ ଏହି ଅଞ୍ଚଳରେ ମାର୍ଚ୍ଚ ୨୪କୁ ଏଏଫଏସ୍‍ପିଏ ଲାଗୁ କରାଯାଇଥିଲା। ଏହି ଅଞ୍ଚଳଗୁଡ଼ିକୁ ସମ୍ବଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିଲା।

7. ବାହାଘର ବେଳେ ଜଳିଗଲେ ବରକନ୍ୟା: ଭୟଙ୍କର ଅଗ୍ନିକାଣ୍ଡ କାରଣରୁ ବରକନ୍ୟା ସମେତ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଭଳି ଏକ ଛାତିଥରା ଘଟଣା ଇରାକର ହାମଦାନିଆରୁ ଆସିଛି। ଏଥିରେ ପ୍ରାୟ ୧୫୦ ଲୋକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ପରେ ଅଧାରେ ଅଟକିଲା ବାହାଘର। ଅତିଥିଙ୍କ ସମତେ ଜଳିଗଲେ ବର ଓ କନ୍ୟା । ଇରାକ ହାମଦାନିଆ ଜିଲ୍ଲା ନିନଭେଦ ପ୍ରୋଭିନ୍ସ ସହରରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । 

8.ଦିନକୁ ୬ ଲକ୍ଷ ୬୪ ହଜାର ବିଜ୍ଞାପନ ଖର୍ଚ୍ଚ (Odisha Govt spending on Advertisements): ରାଜ୍ୟ ସରକାର ଗତ ୧୦ ବର୍ଷ ହେଲା ପ୍ରଚାର ପ୍ରସାର ପାଇଁ ଦୈନିକ ହାରାହାରି ୬ ଲକ୍ଷ ୬୪ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଏ ବାବଦରରେ ତଥ୍ୟ ରଖିଛନ୍ତି ସୂଚନା ଓ ଲେକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ସେ କହିଛନ୍ତି ଗଲା ୧୦ ବର୍ଷ ଭିତରେ ସରକାରୀ ତହବିଲରୁ ସମୁଦାୟ ୨୪୨ କୋଟି ୬୭ ଲକ୍ଷ ୬୪ ହଜାର ୪୩୭ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଅର୍ଥରେ ବିଭିନ୍ନ ସ୍ଥାନର ହୋର୍ଡି, ଟିଭି, ରେଡିଓ, ଖବରକାଗଜରେ ବିଜ୍ଞାପନ ବାବଦରେ ଖର୍ଚ୍ଚ କରାଯାଇଛି।

9.ଆପାର୍ଟମେଣ୍ଟ  ପାଇଁ ନୂଆ ଆଇନ ( New Apartment ownership Act): ଏଣିକି ଆପାର୍ଟମେଣ୍ଟର ସମୁଦାୟ ଜମି ଏବଂ ସାଧାରଣ ଅଞ୍ଚଳ ( କମନ୍‍ ଏରିଆ) ଗୃହ ମାଲିକ ବା ଆପାର୍ଟମେଣ୍ଟ କ୍ରେତାଙ୍କ  ଅଧୀନରେ ରହିବ। ଆଉ ବିଲ୍ଡରଙ୍କ ମନମୁଖୀ ଆଚରଣ ଚଳିବ ନାହିଁ। ଆଇନଗତ ଭାବେ ଆପାର୍ଟମେଣ୍ଟ ମାଲିକ ହିଁ ହେବେ ସମୁଦାୟ ପ୍ରକଳ୍ପର ମାଲିକ।  ଏହି ଉଦ୍ଦେଶ୍ୟରେ ବିଧାନସଭାରେ ମଙ୍ଗଳବାର ପାରିତ ହୋଇଛି ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ। ଖୁବଶୀଘ୍ର ଏହାର ବିଜ୍ଞପ୍ତି ଗେଜେଟ୍‍ ରେ ପ୍ରକାଶ କରାଯାଇ ଲାଗୁ କରାଯିବ। ଏହାପରେ ଦୀର୍ଘ ୫୦୦ ଦିନ ହେଲା ପଞ୍ଜୀକରଣ ଅପେକ୍ଷାରେ ଥିବା ଆପାର୍ଟମେଣ୍ଟ କ୍ରେତାଙ୍କ କଷ୍ଟ ଲାଘବ ହେବ। ନୂଆ ପଞ୍ଜୀକରଣ ଆରମ୍ଭ ହେବ।

10.ପ୍ରଭାତ ବିଶ୍ୱାଳଙ୍କ ନାଁରେ ଅତିରିକ୍ତ ଚାର୍ଜଶିଟ୍‍ ( ED’s fresh Chargesheet): ପୂର୍ବତନ ବିଧାୟକ ପ୍ରଭାବତ ବିଶ୍ୱାଳଙ୍କ ନାଁରେ ଅତିରିକ୍ତ ଚାର୍ଜଶିଟ୍‍ ଦାଖଲ କରିଛି ଇଡି। ସିସୋର ଚିଟ୍‍ଫଣ୍ଡ ଠକେଇ ମାମଲାକୁ ଭିତ୍ତିକରି ଏହି ମାମଲା ଦାଖଲ କରାଯାଇଛି। ତାଙ୍କ ସହ ପତ୍ନୀ ଲକ୍ଷ୍ମୀ ବିଳାସିନୀ ଓ କମ୍ପାନୀର ଦୁଇ ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ଓ ପ୍ରଭାତ ଦାଶଙ୍କ ନାଁରେ ମଧ୍ୟ ଅତିରିକ୍ତ ଚାର୍ଜସିଟ୍‍ ଦାଖଲ କରାଯାଇଛି।  ସ୍ୱତନ୍ତ୍ର କୋର୍ଟରେ ଏହି ଚାର୍ଜସିଟ୍‍ ଦାଖଲ କରାଯାଇଛି।