Odisha News: ଚୋରା ମଦ କାରବାରକୁ ମହିଳାଙ୍କ ବିରୋଧ, କଲେ ଏମିତି କାଣ୍ଡ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ...
Advertisement
Article Detail0/zeeodisha/odisha2498731

Odisha News: ଚୋରା ମଦ କାରବାରକୁ ମହିଳାଙ୍କ ବିରୋଧ, କଲେ ଏମିତି କାଣ୍ଡ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ...

Odisha News: ଧାମନଗର ପୋଲିସ କିମ୍ୱା ଅବକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିଲା। ଏହାକୁ କେନ୍ଦ୍ରକରି ଆଜି ଗ୍ରାମର ସହ ସହ ସଂଖ୍ୟାର ମହିଳା ମାନେ ଏକଜୋଟ ହୋଇ ମଦ ବିକୁଥିବା ହୃଦାନନ୍ଦ ତ୍ରିପାଠୀ ଓ ରାଧାଶ୍ୟାମ ତ୍ରିପାଠୀଙ୍କ ଘରୁ ମଦ ବାହାର କରି ରାସ୍ତା ଉପରେ ଭାଙ୍ଗି ବିରୋଧ କରିଥିଲେ। 

Odisha News: ଚୋରା ମଦ କାରବାରକୁ ମହିଳାଙ୍କ ବିରୋଧ, କଲେ ଏମିତି କାଣ୍ଡ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ...

Odisha News: (ଅଭୟ ମହାନ୍ତି) ଚୋରା ମଦ କାରବାରକୁ ମହିଳାଙ୍କ ବିରୋଧ। ଘରୁ ବାହାର କରି ରାସ୍ତାରେ ଭାଙ୍ଗିଲେ ଦେଶୀ ବିଦେଶୀ ମଦ। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ପାଟୁଳି ବଜାରରେ ଦିର୍ଘଦିନ ହେବ ବେଆଇନ ଭାବେ ଚୋରା ମଦ କାରବାର ଚାଲୁଥିବା ଅଭିଯୋଗ ହୋଇଆସୁଥିଲା। ଧାମନଗର ପୋଲିସ କିମ୍ୱା ଅବକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିଲା। ଏହାକୁ କେନ୍ଦ୍ରକରି ଆଜି ଗ୍ରାମର ସହ ସହ ସଂଖ୍ୟାର ମହିଳା ମାନେ ଏକଜୋଟ ହୋଇ ମଦ ବିକୁଥିବା ହୃଦାନନ୍ଦ ତ୍ରିପାଠୀ ଓ ରାଧାଶ୍ୟାମ ତ୍ରିପାଠୀଙ୍କ ଘରୁ ମଦ ବାହାର କରି ରାସ୍ତା ଉପରେ ଭାଙ୍ଗି ବିରୋଧ କରିଥିଲେ। 

ଏହି ଦୁଇ ଜଣ ଚୋରା ମଦ ବେପାରୀଙ୍କ ଯୋଗୁଁ ଆଖପାଖ ୩ରୁ ୪ ପଞ୍ଚାୟତର ଛୁଆ ଠୁ ବୁଢ଼ା ମଦ ପି ମାତାଲ ହେଉଥିଲେ। ଘରେ ସ୍ତ୍ରୀ''ର ପୁରୁଣା ଲୁଗା ଠାରୁ ଆରମ୍ଭ କରି ହାଣ୍ଡି, କଢ଼ା, ମୋବାଇଲ ସମେତ ରସାନ୍ ଚାଉଳକୁ ବିକ୍ରିକରି ମଦ ପିଉଥିଲେ। ଏହା ଦ୍ବାରା ପରିବାରରେ ଅସନ୍ତୋଷ ଲାଗିରହିଥିଲା। ଆଜି ପଞ୍ଚାୟତର ୮ଟି ଏସଏଚଜି ଗ୍ରୁପର ମହିଳାମାନେ ଏକଜୋଟ ହୋଇ ଚୋରା ମଦ କାରବାର କରୁଥିବା ବ୍ୟକ୍ତିଙ୍କ ଘରୁ ଦେଶୀ ବିଦେଶୀ ମଦ ବାହାର କରି ରାସ୍ତା ଉପରେ ଭାଙ୍ଗିଥିଲେ। ଆଗାମୀ ଦିନରେ ପଞ୍ଚାୟତର ଚୋରା ମଦ କାରବାର ବନ୍ଧ ନହେଲେ ମହିଳା ମାନେ ଏଭଳି ପଦକ୍ଷେପ ନେବେ ବୁଲି କହିଛନ୍ତି।