ଡାକ୍ତରଙ୍କ ସୂଚନା ଅନୁଯାୟୀ, ଉମାକାନ୍ତିଙ୍କ ଲିଭର ସଫଳତାର ସହିତ ପ୍ରତ୍ୟାରୋପଣ କରାଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ସଂକ୍ରମଣ କାରଣରୁ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ଧିରେଧିରେ ଅକାମୀ ହୋଇଯାଇଥିଲା ତେଣୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଛନ୍ତି।
Trending Photos
Liver Donate Case: କିଛି ଦିନ ତଳେ ସମ୍ବଲପୁର ଝଙ୍କାରପାଲି ଅଞ୍ଚଳର ଏକ ଖବରକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଆଲୋଚନା ହୋଇଥିଲା । ସାନ ଯାଆଙ୍କୁ ଭଲ କରିବା ପାଇଁ ବଡ଼ ଯାଆ ଲିଭର ଦାନ କରିଥିଲେ । ନିଜ ରକ୍ତ ସମ୍ପର୍କ ହେଇନଥିଲେ ମଧ୍ୟ ସାନ ଯାଆ ପାଇଁ ବଡ଼ ଯାଆଙ୍କ ଏତେ ବଡ଼ ତ୍ୟାଗ ଘଟଣା ସମସ୍ତଙ୍କୁ ଭାବବିହ୍ୟୁଳ କରିଥିଲା । କିନ୍ତୁ ନିୟତିର ନିୟମ ଆଗରେ ସବୁ ଯେମିତି ଫେଲ୍ ମାରିଗଲା । ସାନ ଯାଆଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରଚେଷ୍ଟା କରିବା ସତ୍ୱେ ମଧ୍ୟ ତାହା ସମ୍ଭବ ହୋଇପାରିଲା ନାହିଁ । ଶୁକ୍ରବାର ରାତି ୧୦ଟାରେ ସାନ ଯାଆ ଉମାକାନ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଆପଣଙ୍କୁ କହିରଖୁଛୁ ଯେ, ଝଙ୍କାରପାଲି ଅଞ୍ଚଳର ଉମାକାନ୍ତି ପ୍ରଧାନଙ୍କ ପେଟରେ ସେପଟିକ୍ ହେବା କାରଣରୁ ଲିଭର ନଷ୍ଟ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉମାକାନ୍ତିଙ୍କ ଜୀବନ ବଞ୍ଚାଇବାକୁ ହେଲେ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡିବ ବୋଲି କହିଥିଲେ ଡାକ୍ତର । ଏହା ଶୁଣି ନିଜ ସାନ ଯାଆକୁ ଲିଭର ଦେବା ପାଇଁ ଇଚ୍ଛା କରିଥିଲେ ବଡ ଯାଆ ପ୍ରତିମା ପ୍ରଧାନ । ଜାନୁଆରୀ ୨୪ ତାରିଖ ଦିନ ଉମାକାନ୍ତିଙ୍କ ଲିଭର ପ୍ରତ୍ୟାରୋପଣ କରାଯାଇଥିଲା । ଦୁଇ ଯାଆଙ୍କ ଏପରି ନିଃସ୍ବାର୍ଥପର ସମ୍ପର୍କ ବିଷୟରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଘଟଣାଟି ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ବଡ ଯାଆ ପ୍ରତିମାଙ୍କ ଲିଭର ସାନ ଯାଆ ଉମାକାନ୍ତିଙ୍କ ଶରୀରରେ ସଫଳ ଭାବେ ପ୍ରତ୍ୟାରୋପଣ କରାଯାଇଥିଲା । କିନ୍ତୁ ଏତେସବୁ ପରେ ମଧ୍ୟ ସାନ ଯାଆ ଉମାକାନ୍ତିଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇପାରିଲା ନାହିଁ । ସମସ୍ତ ପ୍ରକାରର ଚେଷ୍ଟା କରାଯିବା ପରେ ମଧ୍ୟ ମୃତ୍ୟୁବରଣ କରିଛନ୍ତି ଉମାକାନ୍ତି । ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଉମାକାନ୍ତିଙ୍କ ମୃତ୍ୟୁ ହୋଇଛି । ଉମାକାନ୍ତିଙ୍କ ସ୍ୱାମୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଡାକ୍ତରଙ୍କ ସୂଚନା ଅନୁଯାୟୀ, ଉମାକାନ୍ତିଙ୍କ ଲିଭର ସଫଳତାର ସହିତ ପ୍ରତ୍ୟାରୋପଣ କରାଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ସଂକ୍ରମଣ କାରଣରୁ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ଧିରେଧିରେ ଅକାମୀ ହୋଇଯାଇଥିଲା ତେଣୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଛନ୍ତି। ଅନ୍ୟପଟେ ଉମାକାନ୍ତିଙ୍କ ମୃତ୍ୟୁ ଖବର ଶୁଣିବା ପରେ ପରିବାର ଏବଂ ପ୍ରିୟଜନମାନେ ଭାଙ୍ଗିପଡିଛନ୍ତି । ଏଥିସହ ଅଞ୍ଚଳବାସୀ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।
Also Read- Grah Gochar 2025: ଚନ୍ଦ୍ରଙ୍କ ସହ ଶନି ଏବଂ ସୂର୍ଯ୍ୟଙ୍କ ପ୍ରଭାବ, ମାର୍ଚ୍ଚ ୧ରୁ ୩ ରାଶିକୁ ଲାଭ
Also Read- Mahakumbh 2025: ମହାକୁମ୍ଭରେ ୬୦ କୋଟି ଲୋକ ସ୍ନାନ କରିସାରିଛନ୍ତି, ମହାଶିବରାତ୍ରୀ ପାଇଁ ହେଲା ପ୍ରସ୍ତୁତି