Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2656123

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
 
1. କିଟ୍‍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଓ ଏହା ପରବର୍ତ୍ତୀ ଘଟଣାରେ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଜେରା କରିଛି ତଦନ୍ତ ପ୍ୟାନେଲ୍‍ । ପ୍ରାୟ ଅଢ଼େଇ ଘଣ୍ଟା ଧରି ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ଶ୍ରୀ ସାମନ୍ତ ଏବଂ ତାଙ୍କର ୭ ଜଣ ସହଯୋଗୀ। କେଉଁ ପରିସ୍ଥିତିରେ ଛାତ୍ରୀଜଣକ ଆତ୍ମହତ୍ୟା କଲେ, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାହିଁକି ଘଟଣା ସମ୍ପର୍କରେ ତୁରନ୍ତ ଗୃହ ବିଭାଗ କିମ୍ବା ଉଚ୍ଚ ଶିକ୍ଷା ବିଭାଗକୁ ଜଣାଇଲେ ନାହିଁ, ଆନ୍ଦୋଳନ ଛାତ୍ରୀଛାତ୍ରଙ୍କୁ ମାଡ଼ ଓ କ୍ୟାମ୍ପସରୁ ତଡ଼ିବାଦେବା ଆଦି ଘଟଣା ଉପରେ ଏବେସୁଦ୍ଧ କ’ଣ ସବୁ ପଦକ୍ଷେପ ହୋଇଛି, ସମ୍ପୃକ୍ତ ନେପାଳୀ ପିଲାମାନେ ଏବେ କେଉଁଠି ଅଛନ୍ତି ଏବଂ ସେମାନେ କିପରି କ୍ୟାମ୍ପସକୁ ଫେରିବା ନେଇ କର୍ତ୍ତୃପକ୍ଷ କ’ଣ ପଦକ୍ଷେପ ନେଇଛନ୍ତି ଆଦି ବିଷୟରେ କମିଟି ସଦସ୍ୟମାନେ ପଚରାଉଚରା କରି ତଥ୍ୟ ଚାହିଁଥିଲେ। 
 
2. ଶିଶୁଙ୍କୁ ସ୍ତନ୍ୟପାନ କରାଇବା ଲାଗି ସର୍ବସାଧାରଣ ସ୍ଥାନ ମାନଙ୍କରେ ସ୍ବତନ୍ତ୍ର ବ୍ୟବସ୍ଥା କରିବା ତଥା ସ୍ତନ୍ୟପାନ ଗୃହ ନିର୍ବାଣ କରିବାକୁ ସୁପ୍ରିମକୋର୍ଟ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ସ୍ତନ୍ୟପାନ ଓ ଶିଶୁ ଯତ୍ନ ଗୃହ ଗୁଡ଼ିକ ଦ୍ୱାରା ମା’ ମାନଙ୍କ ଗୋପନୀୟତା ରକ୍ଷା ହୋଇପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
 
 
3. ଆଜିଠାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା। ମହିଳା ଓ ଶିଶୁ ବିକାଶ ବିଭାଗ ତଥା ମିଶନ ଶକ୍ତି ଦ୍ୱାରା ବିଭିନ୍ନ ସ୍ଥାନରେ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦକୁ ଏଠାରେ ବିକ୍ରୟ ପାଇଁ ସୁଯୋଗ ପ୍ରଦାନ କରାଯିବ। ଜନତା ମଇଦାନରେ ଏହି ମେଳାକୁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏହି ମେଳେ ମାର୍ଚ୍ଚ ୨ ତାରିଖ ଯାଏ ଚାଲିବ। 
 
4. ଆସନ୍ତା ୧୦ ବର୍ଷ ସମୃଦ୍ଧ ଓଡ଼ିଶା ଗଠନରେ ବିନିଯୋଗ ହେବ। ରାଜ୍ୟକୁ ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଅର୍ଥନୀତି ବିଶିଷ୍ଟ ରାଜ୍ୟରେ ପରିଣତ କରିବା ପାଇଁ ସରକାର ସଂକଳ୍ପ ବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବଜେଟ୍‍ ଆଲୋଚନାରେ ନିଜର ମନ୍ତବ୍ୟ ରଖି ଶ୍ରୀ ମାଝି ଏହା କହିଛନ୍ତି। ଅପରପକ୍ଷେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ବେଜଟ୍‍କୁ ‘ବସ୍ତାନୀ ଭାରି, ପାଠଘର ଶୂନ’ ବୋଲି କହିଛନ୍ତି। ଡବଲ୍‍ ଇଞ୍ଜିନ ସରକାରର ଲାଭ ବଦଳରେ ଦୁଃଖ ମିଳିଛି ବୋଲି ସେ ଏହି ଅବସରରେ କହିଛନ୍ତି। ଏହି ମନ୍ତବ୍ୟ ପରେ ବଜେଟ୍‍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ମାର୍ଚ୍ଚ ୭ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। 
 
 
5. ରାଜ୍ୟ ସରକାର ମିଲେଟକୁ ପ୍ରୋତ୍ସାହନ ଦେବା ଲାଗି ନୂଆ ଯୋଜନା ଲାଗୁ କରିବାକୁ ଯାଉଛନ୍ତି। ନୂତନ ଅବକାରୀ ନୀତି ବାବଦ ଆଲୋଚନାରେ ମାଣ୍ଡିଆରୁ ମଦ ପ୍ରସ୍ତୁତି ନେଇ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି। ଖାଲି ମାଣ୍ଡିଆ ନୁହେଁ, ଯଅ, ବାଜରାରୁ ମଧ୍ୟ ମଦ ପ୍ରସ୍ତୁତି ପାଇଁ ସରକାର ପ୍ରସ୍ତୁତ ହେଉଥିବା ଅବକାରୀ ମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ପରେ ସୂଚନା ଦେଇଛନ୍ତି।
 
6. ମାଟ୍ରିକ୍‍ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଥିବା ପ୍ରାୟ ୧୦ ହଜାର ଛାତ୍ର ଛାତ୍ରୀ ଅନୁପସ୍ଥିତ ରହିଛନ୍ତି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ପରୀକ୍ଷାରେ ଏହି ଅବସ୍ଥା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଅପରପକ୍ଷରେ କୌଣସି ପ୍ରକାର ପ୍ରଶ୍ନପତ୍ର ସମ୍ବନ୍ଧିତ ବିଭ୍ରାଟ ସାମ୍ନାକୁ ଆସି ନାହିଁ। ୫ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି।
 
 
7. ଆଜି କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ ଆନ୍ଦୋଳନରତ ଚାଷୀମାନଙ୍କ ସହ ଆଲୋଚନା କରିବେ। ଏହା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବ। ବିଶେଷ କରି ଅମଳ ପାଇଁ ସର୍ବନିମ୍ନ ସହାୟକ ଯୋଜନାକୁ ଆଇନଗତ ଗ୍ୟାରେଣ୍ଟି ଭାବେ ଗ୍ରହଣ କରିବାକୁ ଚାଷୀମାନେ ଆନ୍ଦୋଳନ କରିଛନ୍ତି। ଚଣ୍ଡିଗଡ଼ଠାରେ ଏହି ଆଲୋଚନା ହେବ। 
 
8. ରାଜସ୍ଥାନ ବିଧାନସଭାରୁ ୬ ଜଣ କଂଗ୍ରେସ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିଛନ୍ତି। ଗୃହରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଓ ପ୍ରଦର୍ଶନ ଲାଗି ଏମାନଙ୍କୁ ନିଲମ୍ବନ କରାଯାଇଛି। ରାଜ୍ୟର ସମାଜ ମଙ୍ଗଳ ଓ ସଶକ୍ତିକରଣ ମନ୍ତ୍ରୀ ଅବିନାଶ ଗେହଲଟଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବାବଦରେ ଦେିଥିବା ଏକ ମନ୍ତବ୍ୟକୁ ନେଇ ଏହି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। 
 
 
9. କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଓ ଦାୟିତ୍ୱ ପ୍ରଦାନ କରିବାରେ କଂଗ୍ରେସ ଅସମର୍ଥ ରହିଛି। ରାହୁଲ ଗାନ୍ଧିଙ୍କ ସହ ଏକ ଗୁରୁତ୍ୱପୂର୍ଣ ବୈଠକ ପରେ ମଧ୍ୟ ଶ୍ରୀ ଥରୁର ଅସନ୍ତୁଷ୍ଟ ରହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ନିଜ ଦାୟିତ୍ୱ ସ୍ପଷ୍ଟ କରିବାକୁ ଶଶି ଥରରୁ କହିଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି। 
 
10. ଆମେରିକାର ରାଷ୍ଟ୍ରପତିଙ୍କ ସଚିବାଳୟ ହ୍ୱାଇଟ ହାଉସକୁ ଆସୋସିଏଟେଡ୍‍ ପ୍ରେସ୍‍ (ଏପି) ପାଇଁ ପ୍ରତିବନ୍ଧକ ଲଗାଯିବା ପ୍ରସଙ୍ଗ କୋର୍ଟକୁ ଯାଇଛି। ଟ୍ରମ୍ପ ପ୍ରଶାସନ ବିରୁଦ୍ଧରେ ଏପି ପକ୍ଷରୁ ଏକ ମାମଲା ରୁଜୁ କରାଯାଇଚି। ଏପି ‘ଗଲ୍ଫ ଅଫ ମେକ୍ସିକୋ’ ଶବ୍ଦ ବଦଳରେ ‘ଗଲ୍ଫ ଅଫ୍‍ ଆମେରିକା’ ଶବ୍ଦ ବ୍ୟବହାର କରିଥିବାରୁ ହ୍ୱାଇଟ୍‍ ହାଉସ୍‍ ଖପ୍ପା ରହିଥିବା ରିପୋର୍ଟ ପ୍ରକାଶ ପାଇଛି।