Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଆଜିଠୁ ତିନି ଦିନିଆ ଫ୍ରାନ୍ସ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ସହ ପ୍ୟାରିସରେ ଆୟୋଜିତ AI ଆକ୍ସନ ସମିଟରେ ସହ-ଅଧ୍ୟକ୍ଷତା କରିବେ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି ।
Headlines 02- ଚଳଚ୍ଚିତ୍ର ଅଭିନେତ୍ରୀରୁ ମହାମଣ୍ଡଳେଶ୍ୱର ହୋଇଥିବା ମମତା କୁଲକର୍ଣ୍ଣୀ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ମମତା କୁଲକର୍ଣ୍ଣୀ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ସୂଚନା ଦେଇ କହିଛନ୍ତି ଯେ, ମହାମଣ୍ଡଳେଶ୍ୱର ପଦବୀରୁ ମୁଁ ଇସ୍ତଫା ଦେଇଛି । ମମତା କୁଲକର୍ଣ୍ଣି ଏକଥା ମଧ୍ୟ କହିଛନ୍ତି, ଆଜି କିନ୍ନର ଆଖଡ଼ାରେ ମୋ ବିଷୟରେ ବିବାଦ ଚାଲିଛି। ଏହି କାରଣରୁ ମୁଁ ଇସ୍ତଫା ଦେବା ପାଇଁ ଇଚ୍ଛା କଲି । ମୁଁ ୨୫ ବର୍ଷ ଧରି ସାଧ୍ୱୀ ହୋଇ ଆସିଛି ଏବଂ ଭବିଷ୍ୟତରେ ମଧ୍ୟ ସାଧ୍ୱୀ ହୋଇ ରହିବି।
Headlines 03- ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବୁଡ଼ ପକାଇବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବା ସହ ତ୍ରିବେଣୀ ସଙ୍ଗମରେ ପହଞ୍ଚି ପକ୍ଷୀମାନଙ୍କୁ ଦାନା ଦେଇଥିଲେ । ରାଷ୍ଟ୍ରପତିଙ୍କ ସାଙ୍ଗରେ ଥିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀବେନ ପଟେଲ । ପ୍ରୟାଗରାଜରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି ।
Headlines 04- ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀର ସୁନ୍ଦର ନର୍ସରୀରେ ପିଲାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର କରିବା ଅବସରରେ ପିଲାଙ୍କ କବିତା ଶୁଣିଥିଲେଲେ ମୋଦି । ଏଥିସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପରୀକ୍ଷା ଯେ ଜୀବନରେ ସବୁ କିଛି ତାହା ଭାବିବା ଭୁଲ୍। ପରୀକ୍ଷାରେ ନମ୍ୱର ସବୁକିଛି ନୁହେଁ । ନିଜେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ। କେବେ କେବେ ନିଜ ସହ ମଧ୍ୟ କଥା ହେବା ଉଚିତ୍ । ମନକୁ ସ୍ଥିର ରଖି ନିଜ ଯୁଦ୍ଧ ନିଜେ ଲଢ଼ିବାକୁ କହିଥିଲେ । ପିଲାଙ୍କୁ ଅଧିକ ଚାପ ନଦେବାକୁ ଅଭିଭାବକ ଓ ଶିକ୍ଷକଙ୍କୁ ବାର୍ତ୍ତା ଦେଇଥିଲେ ମୋଦି ।
Headlines 05- ବାରବାଟୀ ଫ୍ଲଡ୍ ଲାଇଟ ତ୍ରୁଟି ଘଟଣାରେ କ୍ରୀଡ଼ା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ଚାରି ଚାରି ଥର ବାରବାଟୀ ଯାଇ ସମୀକ୍ଷା କରିଥିଲେ କ୍ରୀଡ଼ା ମନ୍ତ୍ରୀ । ଡିଜି ସେଟ୍ ଆରମ୍ଭରୁ ଶେଷ ଯାଏଁ ଅନ୍ ରହିବା ଦରକାର, ବନ୍ଦ ହେଲା କେମିତି ବୋଲି ବିଜେଡି ପ୍ରଶ୍ନ କରିଛି । ଓଡ଼ିଶା ସାରା ବିଶ୍ବରେ ନିନ୍ଦିତ ହୋଇଛି ବୋଲି ଲେନିନ ମହାନ୍ତି କହିଛନ୍ତି ।
Headlines 06- ବାରବାଟୀ ଫ୍ଲଡ୍ ଲାଇଟ୍ ବନ୍ଦ ପ୍ରସଙ୍ଗରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ଘଟଣା କ୍ରୀଡ଼ା ପ୍ରେମୀଙ୍କୁ ଆଘାତ ଦେଇଛି, କ୍ରୀଡ଼ା ବିଭାଗ ଏନେଇ ଓସିଏକୁ ନୋଟିସ୍ କରିଛି, ଲାଇଟ୍ ଲିଭିବା ବଡ଼ କଥା ନୁହେଁ ବିଳମ୍ବ ହେବା ହେଉଛି ବଡ଼ କଥା, କିଏ ସଂସ୍ଥା ଓ କେଉଁ କମିଟି ଦାୟିତ୍ବରେ ଥିଲେ ତାହା ଜଣାଇବାକୁ କୁହାଯାଇଛି, କାହିଁକି ଡିଜି ଚଳାଇବାରେ ବିଳମ୍ବ ହେଲା ସେନେଇ ତଦନ୍ତ କରାଯିବ, ଦାୟିତ୍ବହୀନତା ପାଇଁ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂରଜ କହିଛନ୍ତି ।
Headlines 07- ଷଷ୍ଠରୁ ନବମ ଶ୍ରେଣୀ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷା (OAVET), ୨୦୨୫ ଏବଂ ଷଷ୍ଠ ଶ୍ରେଣୀ ପାଇଁ ଓଡ଼ିଶା ଖଣି ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷା (OMAVET), ୨୦୨୫ ର ଫଳାଫଳ ଆଜି ଅର୍ଥାତ୍ ୧୦/୦୨/୨୦୨୫ ରେ ପ୍ରକାଶିତ ହୋଇଛି ବୋଲି ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡ଼ିଶା, କଟକ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରାର୍ଥୀମାନେ www.bseodisha.ac.in. ୱେବସାଇଟ୍ ରୁ ସେମାନଙ୍କର ଫଳାଫଳ ଡାଉନଲୋଡ୍ କରିପାରିବେ ।
Headlines 08- ଚତୁର୍ଥ ପର୍ଯ୍ୟାୟରେ ୧୮ ଲକ୍ଷ ସହ "ସୁଭଦ୍ରା" ମୋଟ ୯୮ଲକ୍ଷ ଅତିକ୍ରମ କରିଛି। ହିତାଧିକାରୀଙ୍କ ନିକଟରେ ସିଧାସଳଖ ଭାବରେ ଟଙ୍କା ପହଞ୍ଚିବା ସୁନିଶ୍ଚିନ୍ତ କରିବାରେ "ନ୍ୟାସନାଲ ପେମେଣ୍ଟ କର୍ପୋରେସନ" (NPCI) ଅତ୍ୟନ୍ତ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଛନ୍ତି । Payment Ready Beneficiary- ବା- ହିତାଧିକାରୀ ଯାହାଙ୍କ ଆକାଉଣ୍ଟରେ ଦେୟ ହସ୍ତାନ୍ତର କଲେ ତାହା ପହଞ୍ଚିବା ଏକ ପ୍ରକାର ନିଶ୍ଚିନ୍ତ- ସେଭଳି ହିତାଧୂକାରୀ ଚିହ୍ନଟ କରିବାରେ NPCI ବିଶେଷ ଭାବେ ସହାୟକ ହୋଇଛନ୍ତି ଯାହାଦ୍ବାରା ବହୁତ କମ କ୍ଷେତ୍ରରେ ପେମେଣ୍ଟ ବିଫଳ ହେବା ଦେଖାଯାଉଛି।
Headlines 09- ଭୁବନେଶ୍ବର ଛାଡ଼ିଛନ୍ତି ଉଭୟ ଭାରତ ଏବଂ ଇଂଲଣ୍ଡ କ୍ରିକେଟ୍ ଟିମ୍ । ସ୍ବତନ୍ତ୍ର ବିମାନ ଯୋଗେ ଉଭୟ ଟିମ୍ର ଅହମ୍ମଦାବାଦ ଯାତ୍ରା କରିଛନ୍ତି । ଫେବୃଆରୀ ୧୨ ତାରିଖରେ ଅହମ୍ମଦାବାଦରେ ସିରିଜ୍ର ଶେଷ ମ୍ୟାଚ୍ ଅନୁଷ୍ଠିତ ହେବ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲ୍ରୁ ବାହାରି ବିମାନ ବନ୍ଦରରେ ପହଞ୍ଚିଥିଲେ ସମସ୍ତ ଖେଳାଳି । ରାସ୍ତାରେ ଖେଳାଳିମାନଙ୍କ ଝଲକ ପାଇବା ପାଇଁ ଅନେକ କ୍ରିକେଟପ୍ରେମୀ ଅପେକ୍ଷା କରି ରହିଥିଲେ । ଖେଳାଳିମାନେ ବସ୍ ଭିତରେ ଥାଇ ନିଜ ପ୍ରଶଂସକଙ୍କଠାରୁ ହାତ ହଲେଇ ବିଦାୟ ନେଇଥିଲେ ।
Headlines 10- ପରୀକ୍ଷା ପେ ଚର୍ଚ୍ଚାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ- ୧ ସରକରୀ ଉଚ୍ଚ ବିଦ୍ୟାଳୟ ପିଲାଙ୍କ ସହ ଭାବ ବିନିମୟ କରିଛନ୍ତି । ପିଲାଙ୍କ ଆତ୍ମବିଶ୍ୱାସ ବଢାଇବା ସହ ଡ଼ିଜିଟାଲ ଡ଼ିଭାଇସର ନକରାତ୍ମକ ଦିଗଠୁ ଦୂରେଇ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
Also Read- Budhaditya Rajyog: ରାଜାଙ୍କୁ ଭେଟିବେ ରାଜକୁମାର, ୫ ରାଶିକୁ ମିଳିବ ଆର୍ଥିକ ଲାଭ
Also Read- Mahakumbha: ପ୍ରୟାଗରାଜରେ ଜନ୍ମ ହେଲେ 'ଗଙ୍ଗା-ଯମୁନା-ସରସ୍ୱତୀ' ଓ 'ନନ୍ଦୀ'