Top 10 News: ମହିଳାଙ୍କୁ ୨୫୦୦ ଟଙ୍କା ଦେବା ନେଇ ବିଜେପିର ପ୍ରତିଶୃତି ଓ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2605339

Top 10 News: ମହିଳାଙ୍କୁ ୨୫୦୦ ଟଙ୍କା ଦେବା ନେଇ ବିଜେପିର ପ୍ରତିଶୃତି ଓ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ମହିଳାଙ୍କୁ ୨୫୦୦ ଟଙ୍କା ଦେବା ନେଇ ବିଜେପିର ପ୍ରତିଶୃତି ଓ ଅନ୍ୟାନ୍ୟ ଅପଡେଟ୍

TOP 10 News Today

Headlines 01- ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ର ଘୋଷଣା କରିଛି । ବିଜେପିର ସଂକଳ୍ପ ପତ୍ରରେ ମହିଳାଙ୍କୁ ଗୁରୁତ୍ବ ଦିଆଯାଇଥିବା ସୂଚନା ମିଳିଛି । ମହିଳାଙ୍କୁ ୨୫୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ଜେପି ନଡ୍ଡା । ମହିଳା ସମୃଦ୍ଧି ଯୋଜନାରେ ପ୍ରତିମାସ ଦିଆଯିବ ୨୫୦୦ ଟଙ୍କା ।

Headlines 02- ମରକ୍କୋ ନିକଟସ୍ଥ ସମୁଦ୍ରରେ ପାକିସ୍ତାନୀ ନାଗରିକଙ୍କୁ ବେଆଇନ ଭାବରେ ସ୍ପେନ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବାରୁ ४० ନୌଯାତ୍ରୀଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଡଙ୍ଗାରେ ୮୦ ଜଣ ପ୍ରବାସୀ ଥିଲେ। ଏମାନଙ୍କ ମଧ୍ୟରେ ସର୍ବାଧିକ ପାକିସ୍ତାନ ନାଗରିକ ରହିଥିଲେ। ପାକିସ୍ତାନୀ ଅଧିକାରୀ ଏବଂ ପ୍ରବାସୀ ଅଧିକାର ସଂଗଠନ ୱାକିଂ ବର୍ଡରଙ୍କ ଅନୁଯାୟୀ, ୫୦ ରୁ ଅଧିକ ପାକିସ୍ତାନ ପ୍ରବାସୀ ବୁଡ଼ି ଯାଇଥିବା ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଦୁଃଖ ପ୍ରକାଶ କରିଛନ୍ତି।

Headlines 03- ଫେବ୍ରୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ହୁଣ୍ଡି ସ୍ଥାନାନ୍ତର ପାଇଁ ଧାଡ଼ି ଦର୍ଶନରେ ବିଳମ୍ବ ହେଉଛି । ତେଣୁ ଏହା କିଛି ଦିନ ଗଡିପାରେ । ହୁଣ୍ଡି ସ୍ଥାନାନ୍ତର ପାଇଁ କିଛି ଅନୁମତି ଆବଶ୍ୟକତା ରହିଛି । ସେହି ପ୍ରକ୍ରିୟା ସରିବା ପରେ ଧାଡ଼ି ଦର୍ଶନ ପାଇଁ ଷ୍ଟ୍ରକଚର ଇନଷ୍ଟଲ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Headlines 04- ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ମୁମ୍ବାଇ ପୋଲିସ। ବାନ୍ଦ୍ରା ରେଲୱେ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗତକାଲି ରାତିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀ ଆକ୍ରମଣ ହୋଇଥିଲା। ଗୁରୁତର ହୋଇପଡିବାରୁ ତାଙ୍କୁ ସ୍ଥାନୀୟ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Headlines 05- ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସ୍ୱାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଅପରାହ୍ନ ୪ଟାରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ସେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ବାକ୍ଷରିତ କରିବେ । ସିଙ୍ଗାପୁର ସହ ଓଡ଼ିଶା ସରକାରଙ୍କର ମୋଟ ୮ଟି ବୁଝାମଣା ପତ୍ର ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ।

Headlines 06- ଚଳିତ ମାସ ଶେଷ ସୁଦ୍ଧା ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ମିଳିବ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏନେଇ ସୂଚନା ଦେଇଛନ୍ତି । ଯେଉଁ ହିତାଧିକାରୀ ଯୋଜନାରୁ ବାହାରିଯାଇଥିଲେ ବା ଅପ୍ଟ ଆଉଟ ହୋଇଯାଇଥିଲେ, ସେମାନଙ୍କ ମଧ୍ୟରୁ  ୧୭ ହଜାର  ହିତାଧିକାରୀ ଏବେ ପୁଣିଥରେ ସାମିଲ ବା ଅପ୍ଟ ଇନ ହୋଇଛନ୍ତି । ମୋଟ ୩୧ହଜାର ମହିଳା ଅପ୍ଟ ଆଉଟ ହୋଇଥିବାବେଳେ ୧୭ ହଜାର ମହିଳା ଅପ୍ଟ ଇନ କରିଛନ୍ତି। ବାକି ୧୪ ହଜାର ମହିଳା ଅପ୍ଟ ଇନ କରିନାହାନ୍ତି।  ସେମାନେ ଆୟକର ବର୍ଗର ହୋଇ ଥାଇ ପାରନ୍ତି କିମ୍ବା ତାଙ୍କ ପରିବାରରୁ କିଏ ସରକାରୀ ଚାକିରୀ କରିଥାଇପାରନ୍ତି ବୋଲି  ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Headlines 07- ବହୁ ବାଦ ବିବାଦ ପରେ ବିଡିଏ ପକ୍ଷରୁ ବାବା କାଶୀନାଥଙ୍କ ଆଶ୍ରମକୁ ଭଙ୍ଗାଯାଉଛି। ପୂର୍ବରୁ ବୈକୁଣ୍ଠଧାମ ଆଶ୍ରମ ଉପରେ ଜାରି ପାଇଁ ଅନ୍ତରୀଣ ସୁରକ୍ଷା ଆଦେଶକୁ ଉଠାଇଦେଇଥିଲେ ହାଇକୋର୍ଟ। ଏହି ବିବାଦୀୟ ଆଶ୍ରମ ସରକାରୀ ଜାଗାରେ ଗଢ଼ି ଉଠିଥିବା ଅଭିଯୋଗ ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ଉଚ୍ଛେଦ କାମ ଶେଷ କରିବା ଚେଷ୍ଟା କରାଯିବ। ଯଦି କିଛି ବାକି ରୁହେ ତେବେ ଆସନ୍ତା କାଲି ଏହାକୁ ପୂରଣ କରାଯିବ। ଏହାପରେ ୧୦୪ ଡିସିମିଲ ଜମି ଉପରେ ପାଚେରୀ ନିର୍ମାଣ କରାଯାଇ ସରକାରୀ ସମ୍ପତ୍ତିର ସୁରକ୍ଷା କରାଯିବ ବୋଲି କହିଛନ୍ତି ବିଡିଏ ଅଧିକାରୀ। 

Headlines 08- ଆସନ୍ତା ଜାନୁଆରୀ ୨୦ ତାରିଖ (ସୋମବାର‌) ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ କାର୍ଯ୍ୟ ଥିବାରୁ ୟୁନିଟ-୫ ଭୁବନେଶ୍ବର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ବିଭିନ୍ନ ଗଣମାଧ୍ୟମରେ ଜଣାଇ ଦିଆଯିବ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

Headlines 09- ଭୁବନେଶ୍ୱର ରେଳ ଷ୍ଟେସନରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଶିରିଡ଼ି ଓ ନାସିକ ପାଇଁ ତୀର୍ଥ ଯାତ୍ରା ଟ୍ରେନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଭୁବନେଶ୍ୱର- ଶିରିଡ଼ି- ନାସିକ ଟ୍ରେନର ଶୁଭାରମ୍ଭ ହୋଇଛି। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାରୁ ୮ଶହ ବରିଷ୍ଠ ନାଗରିକମାନେ ତୀର୍ଥ ଯାତ୍ରାରେ ଯାଉଛନ୍ତି। ଚଳିତ ବର୍ଷ ପର୍ଯ୍ୟାୟକ୍ରମେ ମୋଟ ୧୦ଟି ଟ୍ରିପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚଳିତ ବର୍ଷ ୮ ହଜାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯିବେ। 

Headlines 10- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼ ଜିଲ୍ଲାରେ କେତେକ ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ ଗଞ୍ଜାମ, ଗଜପତି, ପୁରୀ, କଟକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୋଳ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାାଇଛି। 

Also Read- Weekly Lucky Zodiac Sign: ଜାନୁଆରୀ ୨୦ରୁ ୨୬, ନୂଆ ସପ୍ତାହରେ ୫ ରାଶିର ଭାଗ୍ୟ ଉଜ୍ୱଳ

Also Read- ଏହିପରି ଫ୍ରିରେ ବନାନ୍ତୁ କାର୍ଟୁନ ଭିଡ଼ିଓ.. ମାସକୁ ରୋଜଗାର ହେବ ଲକ୍ଷ ଲକ୍ଷ ଟଙ୍କା..