Top 10 News Today: ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2457581

Top 10 News Today: ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଓ ଅନ୍ୟାନ୍ୟ ଖବର

Top 10 News Today: ଦିନଟିରେ ରାଜ୍ୟ  ଏବଂ ଦେଶ ବିଦେଶରେ ଘଟିଯାଇଛି ଅନେକ ଘଟଣା । ସେହିସବୁ ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ ଅଳ୍ପରେ

Top 10 News Today: ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଓ ଅନ୍ୟାନ୍ୟ ଖବର

Top 10 News Today

Headlines 01- ଲେବାନନରେ ହିଜବୋଲ୍ଲା ଓ ଇସ୍ରାଏଲ ସେନା ମଧ୍ୟରେ ସମ୍ମୁଖ ଯୁଦ୍ଧ । ହିଜବୋଲ୍ଲା ଆକ୍ରମଣରେ ୮ ଇସ୍ରାଏଲି ସୈନ୍ୟଙ୍କ ମୃତ୍ୟୁ ସହ ଏକାଧିକ ଆହତ ହୋଇଥିବା ସୂଚନା । ଇରାନ ଆକ୍ରମଣକୁ ବୈଠକରେ ଜି୭ ରାଷ୍ଟ୍ରସମୂହର କଡା ନିନ୍ଦା । ଇରାନ ଉପରେ ନୂଆ କଟକଣା ଲଗାଇବାକୁ ଜି ୭ର ପ୍ରସ୍ତୁତି । ଆମେରିକା ରାଷ୍ଟ୍ରପତି ବାଇଡେନ ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି । 

Headlines 02- ଭାରତୀୟ କ୍ରିକେଟର ଦଳର ପୂର୍ବତନ ଅଧିନାୟକ ତଥା କଂଗ୍ରେସ ନେତା ମହମ୍ମଦ ଆଜହାରୁଦ୍ଦିନଙ୍କୁ ସମନ। ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଦୁର୍ନୀତି ମାମଲାରେ ୨୦ କୋଟି ଟଙ୍କା ହେରଫେର୍‌ ଅଭିଯୋଗ ନେଇ ସମନ ହୋଇଥିବା ଜଣାପଡିଛି।  କ୍ରିକେଟର ମହମ୍ମଦ ଆଜହାରୁଦ୍ଦିନ ପୂର୍ବରୁ ଏଚସିଏ (Hyderabad Cricket Association)ର  ସଭାପତି ଥିଲେ। ସଭାପତି ଥିବା ସମୟରେ ୨୦ କୋଟି ଟଙ୍କା ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଛି। ଯେଉଁଥିପାଇଁ ଆଜି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କୁ ଡକାଇଛନ୍ତି।

Headlines 03- ରାଜଧାନୀ ଦିଲ୍ଲୀର ଏକ ହସ୍ପିଟାଲରେ ଜଣେ ଡାକ୍ତରଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । କାଳିନ୍ଦୀକୁଞ୍ଜ ଥାନା ଅଞ୍ଚଳରେ ଆହତ ଅବସ୍ଥାରେ ଆସି ୨ ଦୁର୍ବୃତ୍ତ ଡାକ୍ତରଙ୍କ କ୍ୟାବିନରେ ପଶି କଲେ ଗୁଳିମାଡ଼ କରିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ହସ୍ପିଟାଲରେ ଲାଗିଥିବା ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି ।

Headlines 04- ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଦିଲ୍ଲୀରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଦେଇ କହିଛନ୍ତି ଯେ, 'ପୁ୍ଞ୍ଜି ବିନିଯୋଗ ନେଇ ସକରାତ୍ମକ ଆଲୋଚନା ହୋଇଛି । କିପରି ଅଧିକ ବିଦେଶୀ ପୁ୍ଞ୍ଜି ନିବେଶ ହେବ ସେନେଇ ଆଲୋଚନା ହୋଇଛି । ୨୦୨୫ରେ ଓଡ଼ିଶାରେ ସର୍ବବୃହତ ଶିଳ୍ପ କନକ୍ଲେଭ ହେବାକୁ ଯାଉଛି  । ସେମିକଣ୍ଡକ୍ଟର, ପେଟ୍ରୋ କେମିକାଲସ୍‌, ITରେ ବିନିଯୋଗ ସମ୍ଭାବନା ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Headlines 05- ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏକ ବଡ଼ ବୟାନ ଦେଇ କହିଛନ୍ତି ଯେ, ବିଜେପିରେ ମିଶିବା ପାଇଁ ବହୁ ବିଜେଡି ନେତା ଆବେଦନ କରିଛନ୍ତି । ତେଣୁ ଆଗକୁ ବିଜେଡି ଖାଲି ହୋଇଯିବ । ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ମଧ୍ୟ ବିଜେପିରେ ମିଶିଛନ୍ତି । ପୂର୍ବରୁ ୨ ରାଜ୍ୟସଭା ସାଂସଦ ମିଶିଛନ୍ତି, ଆଗକୁ ଆହୁରି ଅନେକ ନେତା ବିଜେପିରେ ମିଶିବାକୁ ନିବେଦନ କରୁଛନ୍ତି ବୋଲି ମନମୋହନ କହିଛନ୍ତି । ଅନ୍ୟପଟେ ମନମୋହନଙ୍କ ଏହି ମନ୍ତବ୍ୟକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ବିଧାୟକ ବଦ୍ରି ପାତ୍ର । ସେ କହିଛନ୍ତି ଯେ, ଯଦି ତାକତ ଅଛି ବିଜେଡି ଖାଲି କରିକି ଦେଖାଅ । ବୟାନବାଜିରେ ଲାଭ ନାହିଁ କାହା ମୁହଁରେ ହାତ ଦେଇ ହେବକି ବୋଲି ବଦ୍ରି ପଚାରିଛନ୍ତି ।

Headlines 06- ଗତକାଲି ବିଜେଡି ପଦଯାତ୍ରାରେ ବବି ଦାସଙ୍କ ରଣହୁଙ୍କାର ପରେ ଆଜି ଯାଜପୁରର ବିଜେଡି ବିଧାୟିକା ସୁଜାତା ସାହୁ ବଡ଼ ବୟାନ ଦେଇଛନ୍ତି । ସେ ରୋକଠୋକ କହିଛନ୍ତି ଯେ, 'ମୋର ଇସ୍ତଫା ଦେବାର ନାହିଁ'  ଯାହାଙ୍କ ପାଇଁ ମୁଁ ଏପର୍ଯ୍ୟନ୍ତ ଆସିପାରିଛି, ସେମାନେ ଏକଥା କହିନାହାନ୍ତି । ଯାହା ସବୁ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ସୁଜାତା କହିଛନ୍ତି ।

Headlines 07- ଓଡ଼ିଶାରେ ଅଛନ୍ତି ସମୁଦାୟ ୬୯୬ଟି କଲରାପତରିଆ ବାଘ। ରାଜ୍ୟର ପ୍ରଥମ କଲରାପତରିଆ ଗଣନା ରିପୋର୍ଟରୁ ଆସିଛି ଏହି ତଥ୍ୟ। ଚଳିତ ଥର ନିଜସ୍ବ କଲରାପତରିଆ ଗଣନା କରିଛି ବନବିଭାଗ।  NTCA ରିପୋର୍ଟ ଅନୁଯାୟୀ, ୨୦୨୨ରେ ମୋଟ ୫୬୮ଟି କଲରା ପତରିଆ ବାଘ ଥିଲେ ଏବଂ ୨୦୧୮ କଲରା ପତରିଆ ବାଘ ସଂଖ୍ୟା ଥିଲା ୭୬୦ ।

Headlines 08- ରାଜସ୍ୱ ନିରୀକ୍ଷକ ଏବଂ ଅମୀନ ନିଯୁକ୍ତିରେ ଅନିମିତତା ହୋଇଛି ବୋଲି ଅଭିଯୋଗ କରିଛନ୍ତି ଆଶାୟୀ ପ୍ରାର୍ଥୀ। ବିଭିନ୍ନ ଅନଲାଇନ୍‍ ସେଣ୍ଟରରେ ପରୀକ୍ଷା ହେତୁ ସେଥିରେ ସ୍ୱଚ୍ଛତା ରହୁନାହିଁ ବୋଲି ଅଭିଯୋଗ କରି ଆଶାୟୀ ଛାତ୍ରଛାତ୍ରୀମାନେ କଟକ ଓ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଟକରେ ସେମାନେ ଜିଲ୍ଲାପଳଙ୍କୁ ସ୍ମାରକପତ୍ର ଦେବା ଲାଗି ଶୋଭାଯାତ୍ରା ଆୟୋଜନ କରିଥିବା ବେଳେ ଭୁବନେଶ୍ୱରରେ ମନ୍ତ୍ରୀଙ୍କ ବାସଭବନ ଘେରାଉ କରନ୍ତି। 

Headlines 09- ବିରୋଧ ପରେ ଘୁଞ୍ଚିଲା ବାଲେଶ୍ବର ସୁବର୍ଣ୍ଣରେଖା ଜନଶୁଣାଣି ତାରିଖ । ଆସନ୍ତା ୭ ତାରିଖ ପରିବର୍ତ୍ତେ ୨୨ରେ ହେବ ଜନଶୁଣାଣି । ଉଭୟ ତାରିଖ ଓ ସ୍ଥାନରେ ପରିବର୍ତ୍ତନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାସୁଦେବପୁର ପରିବର୍ତ୍ତେ ଡଗରା ମକର ମେଳା ପଡ଼ିଆରେ ଶୁଣାଣି ହେବ । ଶୁଣାଣି ପୂର୍ବରୁ ପରିବେଶ ପ୍ରଭାବ ଆକଳନ ଚିଠା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Headlines 10- ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ -ବାଲାଂଦେଶ  ଓ ପାଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪ ତାରିଖ ସୁଧା ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶା ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଆଇଏମଡି  ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଲଘୁଚାପ ପ୍ରଭାବରେ ୪ ତାରିଖ ବେଳକୁ ରାଜ୍ୟରେ ବର୍ଷା ହୋଇପାରେ । ଦଶହରା ପୂର୍ବରୁ ରାଜ୍ୟରେ ବଡ଼ ବର୍ଷା ହେବାର ଆଶଙ୍କା ରହିଥିବା ବିଭାଗ ପକ୍ଷରୁ କୁହାଯାଉଛି। 

Also Read- Mars Transit 2024: କର୍କଟ ରାଶିରେ ମଙ୍ଗଳ ଚଳନ, ଅକ୍ଟୋବର ୨୦ରୁ ଫିଟିବ ୫ ରାଶିର ଭାଗ୍ୟ