Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନୁଷ୍ଠାନିକ ଭାବେ ଉତ୍କର୍ଷ ଓଡ଼ିଶା; ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଶୁଭାରମ୍ଭ କରିଛନ୍ତି । ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ। ଓଡ଼ିଶାରେ ନିବେଶ ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ସବୁ ନିବେଶକଙ୍କୁ ମୁଁ ଆହ୍ବାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତବ୍ୟ ମୁଁ ଦୋହରାଇବାକୁ ଚାହୁଁଛି । ୟେ ହି ସମୟ ହେ, ସହି ସମୟ ହେ । ଓଡ଼ିଶାର ବିକାଶ ଯାତ୍ରାରେ ଆପଣଙ୍କ ନିବେଶ ଆପଣଙ୍କୁ ସଫଳତାର ନୂଆ ଉଚ୍ଚତା ପ୍ରଦାନ କରିବା । ଏହା ମୋଦୀ ଗ୍ୟାରେଣ୍ଟି ଅଟେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି।
Headlines 02- ଲୋକସଭାରୁ ଯୁଗ୍ମ ସଂସଦୀୟ କମିଟି ( ଜେପିସି)କୁ ପଠାଯାଇଥିବା ଓ୍ୱାକଫ୍ ସଂଶୋଧନ ବିଧେୟକକୁ ଅନେକ ଆଲୋଚନା, ପର୍ଯ୍ୟାଲୋଚନା ଓ ସମାଲୋଚନା ପରେ ୨୫ ସଂଶୋଧନ ପ୍ରସ୍ତୁତ ହୋଇଛି। ଗତ ୬ ମାସ ହେଲା ଏହି କମିଟି ପର୍ଯ୍ୟାୟ ଭିତ୍ତିରେ ସମସ୍ତ ଅନୁଚ୍ଛେଦକୁ ତନ୍ନତନ୍ନ କରି ବିଚାର କରିଥିଲେ। ଏହାପରେ ୧୪ଟି ଅନୁଚ୍ଛେଦର ୨୫ଟି ସ୍ଥାନରେ ସଂଶୋଧନ ପାଇଁ ବାଚସ୍ପତିଙ୍କୁ ନିଜର ପ୍ରସ୍ତାବ ପ୍ରଦାନ କରିବେ। ଭୋଟିଂ ମାଧ୍ୟମରେ ଏହି ସଂଶୋଧନ ଲାଗି କମିଟି ବହୁମତରେ ରାଜି ହୋଇଛି। ଆସନ୍ତା କାଲି ଏ ବାବଦରେ ଏକ ସଂକଳ୍ପ ପାରିତ କରାଯାଇ ତାହାକୁ ବାଚଦ୍ପତିଙ୍କୁ ପ୍ରଦାନ କରାଯିବ ବୋଲି ଓ୍ୱାକଫ୍ ସଂଶୋଧନ ପାଇଁ ଗଠିତ ଜେପିସିର ଅଧ୍ୟକ୍ଷ ଜଗଦମ୍ବିକା ପାଲ୍ କହିଛନ୍ତି।
Headlines 03- ରାୟଗଡ଼ାରେ ଆଲୁମିନିୟମ ପ୍ଲାଣ୍ଟ କରିବ ବେଦାନ୍ତ । ୩୦ ଲକ୍ଷ ଟନ୍ର ପ୍ଲାଣ୍ଟ ହେବା ନେଇ ଅନୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏହା ସହ ସେ କହିଛନ୍ତି ଯେ, ଓଡ଼ିଶା ମତେ ସ୍ୱର୍ଗ ପରି ଲାଗେ । ସେହିପରି ଗୋପାଳପୁରରେ ୨୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆବାଡା ଗ୍ରୁପ। ପାରାଦୀପରେ ଏକ ନୂଆ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ବାକ୍ଷରିତ କରିବାକୁ ଯାଉଛି ଆବାଡା ଗ୍ରୁପ। ଆବାଡା ଗ୍ରୁପ ମୁଖ୍ୟ ଭିନୀତ ମିତ୍ତଲ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତକାର ସମୟରେ ଏହା କହିଛନ୍ତି ।
Headlines 04- ଓଡ଼ିଶାରେ ୫୦ ହଜାର କୋଟି ନିବେଶ କରିବାକୁ ଯାଉଛି ଆଦିତ୍ୟ ବିର୍ଲା ଗ୍ରୁପ । ଏନେଇ ସୂଚନା ଦେଇଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ମଙ୍ଗଲମ । ସେହିପରି
କେନ୍ଦୁଝରରେ ଇସ୍ପାତ କାରଖାନା କରିବ JSW । ଏନେଇ ସୂଚନା ଦେଇଛନ୍ତି JSW ମୁଖ୍ୟ ସଜ୍ଜନ ଜିନ୍ଦଲ । ସେ କହିଛନ୍ତି ପୋସ୍କୋ ସହ ଏନେଇ ଆଲୋଚନା ଚାଲିଛି। ୩୦ରୁ ୪୦ ହଜାର କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ ରହିଛି ।
Headlines 05- ମହାକୁମ୍ଭ ପାଇଁ ଝାନସୀରୁ ପ୍ରୟାଗରାଜକୁ ଯାଉଥିବା ଟ୍ରେନ ଉପରକୁ ଆକ୍ରମ୍ରଣ। ଏହି ଆକ୍ରମଣ ଘଟଣାସ୍ଥଳରେ ଥିବା ଯାତ୍ରୀଙ୍କୁ ଭୟଭୀତ କରାଇବା ସହ ଛାତି ଥରାଇ ଦେଇଛି। ଟ୍ରେନଟି ଝାନସୀରୁ ପ୍ରୟାଗରାଜ ଯାଉଥିବା ବେଳେ ହଠାତ୍ ହରପାଲପୁର ଷ୍ଟେସନ ନିକଟରେ ଏକ ଜର୍କ ସହିତ ଅଟକି ଯାଇଥିଲା। ପ୍ରବଳ ଶୀତକୁ ଲୋକଙ୍କ ଚିତ୍କାରର ଶବ୍ଦ ବାହାରୁ ଆସିଥିଲା। ରାତି ପ୍ରାୟ ଗୋଟାଏ ସମୟରେ ଏପରି ଘଟଣା ଘଟିଛି। ଜଣେ ଯାତ୍ରୀଙ୍କ କହିବା ଅନୁସାରେ କିଛି ଦୁର୍ବୁର୍ତ୍ତ ଟ୍ରେନ୍ ବଗି ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ସେମାନେ ଉଚ୍ଚ ସ୍ୱରରେ କବାଟ ଓ ଝରକା ଭାଙ୍ଗିବା ଆରମ୍ଭ କରିଥିଲେ।
Headlines 06- ଶିମିଳିପାଳ ଅଭୟାରଣ୍ୟ ଭିତରେ କୁଙ୍କି ହାତୀ ଭବାନୀର ମୃତ୍ୟୁ ହୋଇଛି। ଅଭୟାରଣ୍ୟ ଭିତରେ ଜେନାବିଲଠାରେ ତାକୁ ରଖାଯାଇଥିଲା ଗତ ୨୦୦୧ ମସିହା ରେ ଶିମିଳିପାଳକୁ ଏକ ସାଙ୍ଗରେ କର୍ଣ୍ଣାଟକରୁ ତିନୋଟି ହାତୀ ଶୋଭା ଭବାନୀ ଓ ମହେନ୍ଦ୍ରକୁ ଅଣାଯାଇଥିଲା। ଗତ କିଛି ମାସ ପୂର୍ବରୁ ଶୋଭାର ମୃତ୍ୟୁ ହୋଇଥିବା ବେଳେ ଗତ ଜାନୁଆରୀ ୧୨ ତାରିଖ ରେ ମହିନ୍ଦ୍ରାର ମୃତ୍ୟୁ ହୋଇଥିଲା।
Headlines 07- ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ ହୋଇପଡିଛନ୍ତି । ତେଣୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ପଠାଇବାକୁ ପ୍ରସ୍ତୁତି କରାଯାଉଥିବା ସୂଚନା ମିଳିଛି । ଅସୁସ୍ଥତା ନେଇ ପୁଅ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
Headlines 08- ପୁଣିଥରେ ନିରଞ୍ଜନ ପଟ୍ଟନାୟକଙ୍କ ଆଉ ଏକ ଘରୁ ଚୋରି ଉଦ୍ୟମ କରାଯାଇଛି । ନୟାପଲ୍ଲୀ IRC ଭିଲେଜ୍ ସ୍ଥିତ ଏନ୍/୨୫ ଘରୁ ଚୋରି ଉଦ୍ୟମ ହୋଇଥିବା ସୂଚନା ମିଳିଛି । ଝରକା ଭାଙ୍ଗି ପଶିବା ସମୟରେ ଚୋରକୁ ଧରିବାରେ ସକ୍ଷମ ହୋଇଛନ୍ତି କର୍ମଚାରୀ । ଲୁଟେରାକୁ ଗିରଫ କରି ଅଧିକ ପଚରାଉଚରା କରୁଛି ପୋଲିସ । ଗତ ୨୬ ତାରିଖରେ ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ N-29 ଘରୁ ଚୋରି ହୋଇଥିଲା ।
Headlines 09- ଭାରତର ନିର୍ବାଚନ କମିଶନ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ବିଭିନ୍ନ ରାଜନୀତିକ ଦଳ ଦାଖଲ କରିଥିବା ଆୟବ୍ୟୟ ରିପୋର୍ଟକୁ ସାର୍ବଜନୀନ କରିଛନ୍ତି। ଏହିକ୍ରମରେ ଦେଶର ଦୁଇ ସର୍ବୋଚ୍ଚ ପାର୍ଟି ବିଜେପି ଓ କଂଗ୍ରେସର ଆୟ ଅନେକ ଗୁଣା ବୃଦ୍ଧି ପାଇଥିବା ଦର୍ଶାଯାଇଛି। ଏପରିକି ବିଜେପିର ଆୟରେ ୮୩ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ କଂଗ୍ରେସ ପୂର୍ବ ବର୍ଷ ଅପେକ୍ଷା ୧୭୦% ଅଧିକ ଆୟ କରିଛନ୍ତି। ପୁଣି ଏହି ରୋଜଗାରର ଅଂଶଗୁଡ଼ିକୁ ଦେଖିଲେ ଜଣାଯାଏ ଯେ, ପୂର୍ବ ବର୍ଷ ତୁଳନାରେ ବିଜେପି ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ଆୟ କମିଥିବା ବେଳେ କଂଗ୍ରେସର ରୋଜଗାର ବଢ଼ିଛି।
Headlines 10- ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ଆମ୍ବୁଲାନ୍ସକୁ ବାଟ ଛାଡ଼ିଲା ପିଏମ୍ଙ୍କ କାରକେଡ୍ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଛକ ରାସ୍ତାରେ ପ୍ରଧାନମନ୍ତ୍ରୀଙ୍କ କାରକେଟ୍ ଆସୁଥିବା ସମୟରେ ହଠାତ ଏକ ଆମ୍ୱୁଲାନ୍ସ ଆସିଥିଲା । ଫଳରେ କାରକେଟକୁ କିଛି ସମୟ ପାଇଁ ଅଟକ ରଖାଯାଇଥିଲା । ଆମ୍ବୁଲାନ୍ସ ଟ୍ରାଫିକ୍ରେ ପ୍ରଥମେ ଯିବା ପରେ ପିଏମ୍ଙ୍କ କାରକେଡ୍ ଆଗକୁ ବଢିଥିଲା ।