Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2469396

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
1-ଶୁକ୍ରବାର ଦିନ ତାମିଲନାଡୁରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଟ୍ରେନ୍ ଦୁର୍ଘଟଣା ତାମିଲନାଡୁର ତିରୁଭାଲୁରରେ ଘଟିଛି। ସୂଚନାନୁସାରେ ବିହାରର ଦରଭଙ୍ଗା ଯାଉଥିବା ମୌସୁର-ଦରବଙ୍ଗା ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ପରେ ରିଲିଜ୍ ହୋଇଥିବା ଭିଡିଓରେ ଦୁର୍ଘଟଣାସ୍ଥଳରେ ନିଆଁ ଦେଖିବାକୁ ମିଳିଛି। ଅଦ୍ୟାବଧି ଏହି ଦୁର୍ଘଟଣାରେ କୌଣସି ଆହତଙ୍କ ସମ୍ପର୍କରେ କୌସି ସୂଚନା ପ୍ରକାଶ କରାଯାଇ ନାହିଁ। ତେବେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।
 
2-  ଆସନ୍ତା ୨୩ ତାରିଖରେ  ଦୁଇ ଦିନିଆ ଓଡି଼ଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ। ଗସ୍ତ ବେଳେ ରାଷ୍ଟ୍ରପତି ରାଇରଙ୍ଗପୁର ରେଳ ଷ୍ଟେସନରେ ୩ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ।  ସେଥିମଧ୍ୟରୁ ବାଦାମ ପାହାଡ-କେନ୍ଦୁଝର ନୂଆ ରେଳ ଲାଇନ୍, ଗୋରୁ ମହିଷାଣୀ-ବାଙ୍ଗିରିପୋଷି ଓ ବୁଡାମରା-ଚାକୁଳିଆ ରେଳ ଲାଇନ୍ ରହିଛି।  ଏହା ବ୍ୟତିତ ବ୍ରିଟିସ୍ ସମୟରୁ ଥିବା ଦାଣ୍ତବୋସ୍ ଏୟାରଷ୍ଟ୍ରିପ୍ ର ୫୦ କୋଟି ଖର୍ଚ୍ଚରେ ସମ୍ପ୍ରସାରଣ ହେବ। ରାଷ୍ଟ୍ରପତି ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେବେ। 
 
3- ରାଜ୍ୟରୁ ବିଦାୟ ନେବ ଦକ୍ଷିଣ-ପଶ୍ଚିମ ମୌମୁମୀ ବାୟୁ। ୨ ଦିନ ଓଡିଶାର କିଛି ଅଞ୍ଚଳରୁ ମୌମୁମୀ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।  ପାର୍ବଣରେ ପାଗ ମୁଖ୍ୟତ ଶୁଖିଲା ଥିବା ବେଳେ ସ୍ଥାନେ ସ୍ଥାନେ ଅସରାଏ ହାଲୁକା ବର୍ଷା ହୋଇଛି। ଭୁବନେଶ୍ବର ଓ କଟକରେ ଠାଏେ ଠାଏେ ବର୍ଷା ଛିଞ୍ଚିଛି। ମହାନବମୀ ଓ ଦଶମୀରେ ମଧ୍ୟ ବର୍ଷା ହେବାର ସମ୍ଭାବନା ନାହିଁ। କାଁ ଭାଁ ବର୍ଷା ହୋଇପାରେ। ଆଜି ରାଜ୍ୟରେ କିଛି ଜିଲ୍ଲାରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହି ସବୁ ଜିଲ୍ଲା ଗୁଡିକ ହେଲା, ମୟୂରଭଂଜ, ବାଲେଶ୍ବର, କେନ୍ଦୁଝର, ଗଜପତି, ରାୟଗଡା,  ମାଲକାନଗିରି ଓ କୋରାପୁଟ୍ ଜିଲ୍ଲାରେ ବର୍ଷା ହୋଇପାରେ। ବାକି ଅଞ୍ଚଳ ଶୁଖିଲା ରହିବ। 
 
 
4-ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସହଧର୍ମିଣୀ ଡା.ପ୍ରିୟଙ୍କା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ । ପୂଜା ମଣ୍ଡପ ବୁଲିବା ପାଇଁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ସକାଳେ ପୂଜା ମଣ୍ଡପ ଗୁଡ଼ିକ ପାଇଁ ଧାର୍ଯ୍ୟ ହୋଇଥିବା ସରକାରୀ ଦେୟ ଛାଡ଼ ଘୋଷଣା କରିଥିଲେ । 
 
5-ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାଷ୍ଟମୀରେ ପୂଜା ମଣ୍ଡପ ବୁଲି ମା'ଙ୍କୁ ଦର୍ଶନ କରିଛନ୍ତି। ଭୁବନେଶ୍ବରର ସବୁ ମଣ୍ଡପରେ ନବୀନଙ୍କ କ୍ରେଜ ଦେଖିବାକୁ ମିଳିଥିଲା। ପ୍ରଥମେ ରସୁଲଗଡ ପୂଜା ମଣ୍ଡପ ବୁଲିବା ସହ ମା'ଦୁର୍ଗାଙ୍କର ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ ନବୀନ। ଏହା ପରେ ସେ X ରେ ପୋଷ୍ଟ ଲେଖି କହିଛନ୍ତି, 'ମହାଅଷ୍ଟମୀରେ ଭୁବନେଶ୍ୱରର ପୂଜା ମଣ୍ଡପ ବୁଲି ମା'ଙ୍କ ଆଶୀର୍ବାଦ ନେଲି। ଜଗତଜନନୀ ସଭିଙ୍କ କଲ୍ୟାଣ କରନ୍ତୁ। ସମସ୍ତଙ୍କୁ ମୋର ଶାରଦୀୟ ଶୁଭେଚ୍ଛା ଜଣାଉଛି।'
 
6- ଶାରଦୀୟ ଦୁର୍ଗାପୂଜା ନେଇ ଉତ୍ସବ ମୁଖର ସାରା ରାଜ୍ୟ। ଆଜି ମଣ୍ତପ ଗୁଡିକରେ ମାଆଙ୍କ ମହାନବମୀ ପୂଜା କରାଯାଉଥିବା ବେଳେ ପୀଠ ଗୁଡିକରେ ଦଶମୀ ପୂଜା । ଏନେଇ ସ୍ବନନ୍ତ୍ର ରୀତିନିତିରେ ଚାଲିଛି ମାଆଙ୍କ ଆରାଧନା। ଆସନ୍ତାକାଲି ବିଜୟା ଦଶମୀ ପାଳନ ହେବ। 
 
7-ତାମିଲନାଡୁର ତ୍ରିଚି ବିମାନବନ୍ଦରରୁ ଶରଜା ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ହଠାତ୍ ବୈଷୟିକ ତ୍ରୁଟି ଯୋଗୁଁ ବିମାନରେ ୧୪୦ଜଣଙ୍କ ଜୀବନ ବିପଦରେ ପଡ଼ିଥିଲା। ଏଭଳି ପରିସ୍ଥିତିରେ ବିମାନଟି ବିମାନ ବନ୍ଦରରେ ଅବତରଣ କରିବାରେ ସକ୍ଷମ ହୋଇନଥିଲା, କିନ୍ତୁ ଏପରି ସମୟରେ ପାଇଲଟ୍ ନିଜର ଜ୍ଞାନ ପ୍ରଦର୍ଶନ କରି ନିରାପଦ ଅବତରଣ କରି ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କ ସଦସ୍ୟଙ୍କ ଜୀବନ ରକ୍ଷା କରିଥିଲେ।
 
8-ଜମ୍ମୁ କାଶ୍ମୀର ନେସନାଲ କନଫେରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଶୁକ୍ରବାର ସନ୍ଧ୍ୟାରେ ରାଜ ଭବନ ଯାଇ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ଜମ୍ମୁ କାଶ୍ମୀରରେ ଧାରା ୩୭୦ ହଟାଯିବା ପରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ଇଣ୍ଡିଆ ଆଲାଇନ୍ସ ୪୯ ଟି ଆସନ ଜିତିଛି। ଏଥିରେ ନେସନାଲ କନଫେରେନ୍ସ ୪୨ ଟି ଆସନ, କଂଗ୍ରେସ ୬ ଓ ସିପିଏମ ଗୋଟିଏ ଆସନ ପାଇଛି। ଚାରିଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନେସନାଲ କନଫେରେନ୍ସକୁ ସମର୍ଥନ କରିଛନ୍ତି।
 
9-ନୋବେଲ ଶାନ୍ତି ପୁରସ୍କାର ୨୦୨୪ ଜାପାନର ସଂଗଠନ ନିହୋନ୍ ହିଡାନକିୟୋକୁ  (Nihon Hidankyo) ମିଳିଛି। ଏହି ସଂଗଠନ ହିରୋସିମା ଏବଂ ନାଗାସାକି ଉପରେ ଆଣବିକ ଆକ୍ରମଣରେ ବଞ୍ଚିଥିବା ଲୋକଙ୍କ ଯତ୍ନ ସୁନିଶ୍ଚିତ କରେ (ହିବାକୁଶା ନାମରେ ମଧ୍ୟ ଜଣାଶୁଣା)। ଏହି ଜାପାନୀ ସଂଗଠନ ଏହାକୁ ଆଖି ଆଗରେ ରଖି କାର୍ଯ୍ୟ କରୁଛି ଯେ ପରମାଣୁ ଅସ୍ତ୍ର ଆଉ ଦୁନିଆରେ ବ୍ୟବହାର କରାନ ଯିବା ଉଚିତ୍।
 
10- ଭାରତୀୟ ଟେଷ୍ଟ ଟିମ୍‌ ଘୋଷଣା। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା। ରୋହିତ ଶର୍ମାଙ୍କ ନେତୃତ୍ବରେ ୧୫ ଜଣିଆ ଦଳ ଘୋଷଣା। ଯଶପ୍ରୀତ ବୁମ୍‌ରା ଉପଅଧିନାୟକ, ବାଦ ପଡ଼ିଲେ ୟଶ ଦୟାଲ। ବାଂଲାଦେଶ ବିପକ୍ଷରେ ଖେଳିଥିବା ଅନ୍ୟ ସବୁ ଖେଳାଳି ସ୍ଥାନ ପାଇଲେ।  ଆସନ୍ତା ୧୬ରେ ବେଙ୍ଗାଳୁରୁରେ ଖେଳାଯିବ ସିରିଜ୍‌ର ପ୍ରଥମ।