1. CBSE Board: ଆଜିଠାରୁ ଆରମ୍ଭ ହେବ ସିବିଏସ୍ଇ ବୋର୍ଡ ପରୀକ୍ଷା। ଉଭୟ ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ୪୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ୨୬ଟି ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଆରମ୍ଭ ହେବ। ସକାଳ ୧୦ଟାକୁ ପରୀକ୍ଷା ଆରମ୍ଭ ସମୟ ଭାବେ ସ୍ଥିର କରାଯାଇଛି।
2. No Transgender in Military: ଯୁକ୍ତ ରାଷ୍ଟ୍ର ଆମେରିକାର ସେନା ବାହିନୀରେ ଏଣିକି ତୃତୀୟ ଲିଙ୍ଗୀଙ୍କୁ ମିଳିବନି ନିଯୁକ୍ତି।ଏହା ସହ ସେନା କର୍ମଚାରୀଙ୍କୁ ଲିଙ୍ଗ ପରିବର୍ତ୍ତନ ଲାଗି ମଧ୍ୟ ସହାୟତା ପ୍ରଦାନ କରାଯିବ ନାହିଁ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଏହାକୁ ଗ୍ରହଣ କରିଛନ୍ତି ଆମେରିକୀୟ ସେନା। ୨୦୧୭ ମସିହାରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହିପରି ଆଦେଶ ଜାରି କରିଥିଲେ। କିନ୍ତୁ ୨୦୨୧ ମସିହାରେ ଜୋ ବାଇଡେନ୍ ସରକାର ଏହାକୁ ପୁଣିଥରେ ଗ୍ରହଣ କରିଥିଲେ।
3. BJP Govt on 19th : ଦିଲ୍ଲୀ ବିଧାନସଭାରେ ବିଜେପି ସଂଖ୍ୟା ଗରିଷତଠ ଦଳ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୟନ ହୋଇ ନପାରିବାରୁ ସରକାର ଗଠନ ହୋଇପାରୁ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ଓ ପ୍ରତିଛବି ହିଁ ଦିଲ୍ଲୀରେ ୨୭ ବର୍ଷ ପରେ ବିଜେପିକୁ ପୁଣିଥରେ କ୍ଷମତାକୁ ଫେରାଇଥିବା ଚର୍ଚ୍ଚା ହେଉଛି। ଏଣୁ ମୋଦୀଙ୍କ ଫେରିବା ପରେ ଏଥିଲାଗି ଉଦ୍ୟମ ହେବ। ଏହିକ୍ରମରେ ଆସନ୍ତା ଦୁଇଦିନ ଭିତରେ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବ ଏବଂ ଏହାର ଦୁଇଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ହେବ ବୋଲି ସେ କହିଛନ୍ତି।
4. 2nd set of 119 Deportees from US to Land Today: ଆଜି ଆମେରିକାରୁ ବେଆଇନ ଭାରତୀୟ ବାସିନ୍ଦାଙ୍କୁ ନେଇ ଏକ ସ୍ୱଥନ୍ତ୍ର ବିମାନ ଅମୃତସର ପହଞ୍ଚିବ। ଏହି ସଂଖ୍ୟା ୧୧୯ ରହିଛି। ପୂର୍ବରୁ ୧୦୪ ଜଣ ଭାରତୀୟଙ୍କୁ ହାତକଡ଼ି ଓ ବେଡ଼ି ବାନ୍ଧି ଅଣାଯାଇଥିବାକୁ ନେଇ ଦେଶର ବିରୋଧୀ ଦଳ ସରକାରଙ୍କୁ ଘେରିଥିଲେ। ଏଥର ମୋଦୀଙ୍କ ଗସ୍ତ ପରେ ଏଥିରେ ପରିବର୍ତ୍ତନ ଆସିବକି ବୋଲି ପ୍ରଶ୍ନ ଉଠିଛି।
5. Panel to Pick ECI to meet on 17th : ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ସମ୍ବନ୍ଧୀୟ ପ୍ୟାନେଲ୍ ୧୭ ତାରିଖ ଦିନ ଏକାଠି ହେବାକୁ ଯାଉଛି। ଏହିଦିନ ଭାରତର ପପରବର୍ତ୍ତୀ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ନାଁ ଘୋଷଣା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ପ୍ୟାନେଲ ବସିବ ଯେଉଁଥିରେ ବିରୋଧୀ ଦଳ ନେତା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଦସ୍ୟ ରହିବେ।
6. Jay Panda to lead Select Committee: ନୂତନ ଆୟକର ବିଧେୟକ ବାବଦରେ ଅଧିକ ତର୍ଜମା କରିବା ଲାଗି ଲୋକସଭା ପକ୍ଷରୁ ଏକ ସିଲେକ୍ଟ କମିଟି ଗଠନ କରାଯାଇଛି। ଏଥିରେ ୩୧ ଜଣ ସଦସ୍ୟ ରହିଛି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏହି ପ୍ୟାନେଲ୍ର ଅଧ୍ୟକ୍ଷତା କରିବେ େବାଲି ଲୋକସଭା ପକ୍ଷଧରୁ ସ୍ପଷ୍ଟ କରାଯାଇଛି।
7. New Congress GS: ପ୍ରଦେଶ ଗୁଡ଼ିକରେ କଂଗ୍ରେସ ନେତୃତ୍ୱକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନୂଆ ପ୍ରଭାରୀଙ୍କୁ ନିଯୁକ୍ତ କରାଯାଇଛି। ଏଆଇସିସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଓଡ଼ିଶାର ପୂର୍ବତନ ପ୍ରଭାରୀ ଅଜୟ କୁମାରଙ୍କ ସ୍ଥାନରେ ଅଜୟକୁମାର ଲାଲୁଙ୍କୁ ନୂତନ ପ୍ରଭାରୀ ଭାବେ ଗ୍ରହଣ କରାଯାଇଛି। ସେ ଦଳର ସାଧାରଣ ସମ୍ପାଦକ ଭାବେ ଏହି ଦାୟିତ୍ୱ ତୁଲାଇବେ।
8. Talks with Farmers Inconclusive: ଦୀର୍ଘ ଦିନ ଧରି ଚାଷୀଙ୍କର ବିଭିନ୍ନ ଦାବି ସମ୍ପର୍କରେ ଚାଲିଥିବା ଆଲୋଚନା ପୁଣିଥରେ ବିଫଳ ହୋଇଛି। ଆସନ୍ତା ୨୨ ତାରିଖରେ ପୁଣିଥରେ ସରକାରୀ ପ୍ରତିନିଧିଙ୍କ ସହ ଏହି ଆନ୍ଦୋଳନକାରୀ ଚାଷୀଙ୍କ ଏକ ପ୍ରତିନିଧି ଦଳ ଆଲେୋଚନା କରିବେ। ସର୍ବନିମ୍ନ ସହାୟକ ମୂଲ୍ୟକୁ ଗ୍ୟାରେଣ୍ଟି ଭାବେ ଗ୍ରହଣ କରିବା ଲାଗି ଏହି ଚାଷୀମାନେ ଦାବି କରୁଛନ୍ତି। ଗତକାଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନେତୃତ୍ୱ ଏକ ସରକାରୀ ଦଳ ସହ ଏହି କମିଟିର ସଦସ୍ୟମାନେ ଆଲୋଚନା କରିଥିଲେ।
9. Community Support staff to get Govt salary: ରାଜ୍ୟ ସରକାର ପଞ୍ଚାୟତ ସ୍ତରରେ କାମ କରୁଥିବା ବ୍ୟାଙ୍କ ମିତ୍ର, କମ୍ୟୁନିଟି ସପୋର୍ଟ ଷ୍ଟାଫ ପ୍ରଭୃତିଙ୍କୁ ସରକାରୀ ତହବିଲରୁ ଦରମା ଦେବା ଲାଗି ପ୍ରତିଶୃତି ଦେଇଛନ୍ତି। ଲକ୍ଷପତି ଦିଦି ସହାୟକ ଯୋଜନା ମାଧ୍ୟମରେ ଏହିପରି ୬୨ ହଜାରରୁ ଅଧିକ କର୍ମଚାରୀ ଉପକୃତ ହେବେ। ଏହାଦ୍ୱାରା ସେମାନଙ୍କୁ ୧୦ ମାସ ହେଲା ମିଳିପାରୁ ନଥିବା ଦରମା ମିଳିବାକୁ ବାଟ ଫିଟିଛି।
10. Rain for Tow days: ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ରାତ୍ରିୀକାଳୀନ ତାପମାତ୍ରା ବୃଦ୍ଧିକୁ ମଧ୍ୟ ଭାରତର ପାଣିପାଗ ବିଭାଗର ବୈଜ୍ଞାନିକ ମାନେ ଆକଳନ କରିଛନ୍ତି। ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ମୟୁରଭଞ୍ଜ ଓ କେନ୍ଦୁଝରରେ ବର୍ଷା ସମ୍ଭାବନାକୁ ଆକଳନ କରିଛି ଆଇଏମ୍ଡି ।