Top 10 News: ରବି ସିଜନ୍ ପାଇଁ ୬ଟି ଫସଲର ବୃଦ୍ଧି ପାଇଲା MSP, ପୁଣି ବନ୍ଦ ରହିବ ଶ୍ରୀମନ୍ଦିର ଦ୍ୱାର, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2475520

Top 10 News: ରବି ସିଜନ୍ ପାଇଁ ୬ଟି ଫସଲର ବୃଦ୍ଧି ପାଇଲା MSP, ପୁଣି ବନ୍ଦ ରହିବ ଶ୍ରୀମନ୍ଦିର ଦ୍ୱାର, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ରବି ସିଜନ୍ ୨୦୨୫-୨୬ ପାଇଁ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାର ୬ଟି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (MSP) ବୃଦ୍ଧି ଘୋଷଣା କରିଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 16 October 2024

Top 10 News Headlines 16 October 2024: H1. Puri Jagannath Temple: ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଖୋଲିବାକୁ ପ୍ରତିଶୃତି ଦେଇ ସରକାରକୁ ଆସିବା ଏବଂ ପ୍ରଥମ ନିଷ୍ପତ୍ତି ସ୍ୱରୂପ ଶ୍ରୀମନ୍ଦିରର ଚାରିଦ୍ୱାର ପଟେ ଭକ୍ତଙ୍କ ପ୍ରବେଶକୁ ଉନ୍ମୁକ୍ତ କରିଥିବା ସରକାର ଏବେ ପଛଘୁଞ୍ଚା ଦେଇଛନ୍ତି। ଶୁକ୍ରବାରଠାରୁ ଏଣିକି ଦୁଇଟି ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ରହିବ। ଅନ୍ୟ ଦୁଇ ଦ୍ୱାର ଦେଇ ପ୍ରବେଶ ବାରଣ ହେବ। ପୁଣି ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରସ୍ଥାନ ବି ବାରଣ କରାଯାଇଛି। 

H2. Fake Call Centre Busted In Sundarpada: ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଓ ସରକାରୀ ଏଜେନ୍ସୀ ନାଁରେ ଜାଲ୍‍ କଲ ସେଣ୍ଟର ଖୋଲି ଲୋକଙ୍କୁ ଠକିବା ଅଭିଯୋଗରେ ୬ ଜଣଙ୍କୁ ଅଟକ ରଖିଛି କମିଶନରେଟ ପୁଲିସ। ଏହା ସହ ସେମାନେ ବ୍ୟବହାର କରୁଥିବା ବୈଷୟିକ ଉପକରଣ ଏବଂ ଘରକୁ ଜବତ କରାଯାଇଛି। ସେମାନଙ୍କ ନାଁରେ ସାଇବର ଠକେଇ ଅଭିଯୋଗ ମାମଲା ରୁଜୁ କରାଯାଇ ପୁଲିସ ପଚରା ଉଚରା ଜାରି ରଖିଛି। 

H3. Useless laws to be removed from Odisha: ରାଜ୍ୟକୁ ଶାସନ କରୁଥିବା ଆଇନଗୁଡ଼ିକର ସମୀକ୍ଷା ହେବ। ବହୁ ପୁରୁଣା  ତଥା ସମୟ ଅନୁସାରେ ଅଦରକାରୀ ହୋଇପଡ଼ିଥିବା ଆଇନଗୁଡ଼ିକର ଆବଶ୍ୟକତାକୁ ଦେଖି ତାହା ଏବେ ଜରୁରୀ କି ନାହିଁ ତାହା ବିଚାର ହେବ। ପୁଣି ଯଦି ଏହି ସମୀକ୍ଷା ବେଳେ ଏହି ଆଇନଗୁଡ଼ିକର କୌଣସି ଆବଶ୍ୟକତା ନାହିଁ ବୋଲି ଜଣାଯାଏ ତେବେ ସେଗୁଡ଼ିକୁ ରଦ୍ଦ କରିବା ଲାଗି ସରକାର ବିଧେୟକ ଆଣିପାରନ୍ତି। ଏନେଇ ଏକ ଆଇନ ସଂଶୋଧନ କମିଶନ ଗଠନ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। 

H4. Centre increases MSP for rabi crops: ରବି ସିଜନ୍ ୨୦୨୫-୨୬ ପାଇଁ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାର ୬ଟି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (MSP) ବୃଦ୍ଧି ଘୋଷଣା କରିଛନ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଉତ୍ତମ ମୂଲ୍ୟ ନିଶ୍ଚିତ କରାଯାଇଛି, ଯାହା କୃଷି କ୍ଷେତ୍ରକୁ ଉତ୍ସାହିତ କରିବ। ଘୋଷିତ ସର୍ବନିମ୍ନ ସହାୟତା ମୂଲ୍ୟ ଫସଲରେ (MSP) ମୁଖ୍ୟତଃ ଗହମ, ବାର୍ଲି, ଚଣା, ମସୁର ଡାଲି, ସୋରିଷ ଓ କେଶର ଆଦି ସାମିଲ ଅଛି।

H5. NSG commandos to be withdrawn from VIP security: ନେସନାଲ ସିକ୍ୟୁରିଟି ଗାର୍ଡ (NSG) କୁ ଭିଆଇପି ସୁରକ୍ଷା ଡ୍ୟୁଟିରୁ ହଟାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମାସ ସୁଦ୍ଧା ହାଇ ସିକ୍ୟୁରିଟିରେ ଥିବା ୯ ଜଣ  ଲୋକଙ୍କ ସୁରକ୍ଷାକୁ CRPF କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ସୂତ୍ର ବୁଧବାର ଦିନ ଏହି ସୂଚନା ଦେଇଛି। କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ର ଭିଆଇପି ସୁରକ୍ଷା ସେଲରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ କର୍ମଚାରୀଙ୍କ ଏକ ନୂତନ ବାଟାଲିୟନ ଯୋଗକୁ ଗୃହ ମନ୍ତ୍ରଣାଳୟ ମଧ୍ୟ ଅନୁମୋଦନ କରିଛି।

H6. Badruddin Ajmal Demands Return of Waqf Properties: ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ମୁଖ୍ୟ ତଥା ପୂର୍ବତନ ସାଂସଦ ବଦ୍ରୁଦ୍ଦିନ ଅଜମଲ ବୁଧବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀର ସଂସଦ ଓ ଏହାର ଆଖପାଖ ଅଞ୍ଚଳ ୱାକଫ ବୋର୍ଡ ସମ୍ପତ୍ତି ଉପରେ ନିର୍ମିତ ବୋଲି ଏକ ସମ୍ବେଦନଶୀଳ ଦାବି କରି ଏକ ବିବାଦ ସୃଷ୍ଟି କରିଛି। ବୁଧବାର ଦିନ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଅଜମଲ ଦାବି କରିଛନ୍ତି ଯେ ବସନ୍ତ ବିହାର ଠାରୁ ଜାତୀୟ ରାଜଧାନୀର ବିମାନବନ୍ଦର ପର୍ଯ୍ୟନ୍ତ ୱାକଫ ସମ୍ପତ୍ତି ଉପରେ ନିର୍ମିତ।

H7. Omar Abdullah takes oath as Jammu-Kashmir CM: ୧୦ ବର୍ଷ ପରେ ଜମ୍ମୁ କାଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଓମାର ଅବଦୁଲ୍ଲା ଏହି କେନ୍ଦ୍ରଶାସିତ ଅଞ୍ଚଳର ନୂତନ ସିଏମ୍ ହୋଇଛନ୍ତି। ସେ ଆଜି ଶ୍ରୀନଗରର ଶେର-ଇ-କାଶ୍ମୀର ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (SKICC) ରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ଆଉ ୫ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ। 

H8. Lady Justice Statue: ସୁପ୍ରିମକୋର୍ଟରେ ନ୍ୟାୟ ଦେବୀଙ୍କର ଏକ ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏଥର ଏହି ମୂର୍ତ୍ତିର ଆଖିରେ ପଟି ନାହିଁ। ସୁପ୍ରିମକୋର୍ଟର ବିଚାରପତିଙ୍କ ଲାଇବ୍ରେରୀରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ପ୍ରତିମୂର୍ତ୍ତିର ବିଶେଷତ୍ୱ ​​ହେଉଛି ପୁରାତନ ମୂର୍ତ୍ତି ବଦଳରେ ଏହାର ଗୋଟିଏ ହାତରେ ତରାଜୁ ଓ ଅନ୍ୟ ହାତରେ ଖଣ୍ଡା ବଦଳରେ ଏହାର ଭାରତୀୟ ସମ୍ବିଧାନ ରହିଛି।

H9. India vs New Zealand 1st Test Highlights: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁରେ ଖେଳାଯାଉଛି। ଟେଷ୍ଟର ପ୍ରଥମ ଦିନରେ ପ୍ରବଳ ବର୍ଷା ହୋଇଥିଲା ଏବଂ ଉଭୟ ଅଧିନାୟକ ଟସ୍ ପାଇଁ ପଡ଼ିଆକୁ ଯାଇପାରିନଥିଲେ। ଏହି ଟେଷ୍ଟର ଅବଶିଷ୍ଟ ଦିନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ଅଧିକ। ଏହାର ଅର୍ଥ ଚିନ୍ନାସ୍ୱାମୀରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ମଧ୍ୟ ବର୍ଷା ଦ୍ୱାରା ପ୍ରଭାବିତ ହୋଇପାରେ।

H10. ECB Rejects Hosting Idea Champions Trophy 2025: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆସନ୍ତା ବର୍ଷ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଆୟୋଜିତ ହେବ। ଅନେକ ମାସ ଧରି ଆଇସିସି ମଧ୍ୟ ପାକିସ୍ତାନ ଯାଉଥିବା ଟିମ୍ ଇଣ୍ଡିଆ ସମ୍ବନ୍ଧରେ କୌଣସି ଅପେଡେଟକୁ ଅପେକ୍ଷା କରିଛି। ଭାରତରୁ ସ୍ପଷ୍ଟ ଷ୍ଟାଣ୍ଡର ଅଭାବ ହେତୁ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଆଇସିସି ଓ ଅନ୍ୟ ଦେଶଗୁଡ଼ିକର ଚିନ୍ତା ମଧ୍ୟ ବୃଦ୍ଧି ପାଇଛି। ଏହି ସମୟରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ୨୦୨୫ କୁ ନେଇ ଚିନ୍ତା ପ୍ରକଟ କରିଛି।