Odisha news live updates: ଅପରାହ୍ଣର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍...
Trending Photos
LPG Gas Price Hike: ଡିସେମ୍ୱର ପହିଲାରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼। ପୁଣି ବଢିଲା ଏଲପିଜି ସିଲିଣ୍ଡରର ଦର। ତେଲ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ୧୯ କିଲୋଗ୍ରାମ କମର୍ସିଆଲ୍ ଏଲପିଜି ସିଲିଣ୍ଡର ପିଛା ୧୮ ଟଙ୍କା ବୃଦ୍ଧି କରାଯାଇଛି। ଏହାପୂର୍ବରୁ ନଭେମ୍ବର ପହିଲାରେ ମଧ୍ୟ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା। ତେବେ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଡିସେମ୍ବର ପହିଲାରେ LPG ସିଲିଣ୍ଡର ମୂଲ୍ୟରେ କରାଯାଇଥିବା ପରିବର୍ତ୍ତନକୁ ଦେଖିବା, ତେବେ ଦିଲ୍ଲୀରୁ ମୁମ୍ବାଇ ଏବଂ କୋଲକାତା ଠାରୁ ଚେନ୍ନାଇ ପର୍ଯ୍ୟନ୍ତ ୧୦ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି।
Dhanuyatra Kansha: ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ଚୟନ । ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହେବ କଂସ ଚୟନ ପ୍ରକ୍ରିୟା । ଏଥିରେ ୩ ଜଣ ବିଚାରକ ରହିଥିବା ବେଳେ ୪ ଜଣ କଳାକାର ଅଂଶ ଗ୍ରହଣ କରିବେ । କଂସ କଳାକାର ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ, ସୁଶୀଲ କୁମାର ମେହେର ଅଂଶ ଗ୍ରହଣ କରି ନିଜ ଅଭିନୟ ପ୍ରଦର୍ଶନ କରିବେ। ଜାନୁୟାରୀ ୩ ରୁ ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ କିଏ ହେବ ଏନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରିରହିଛି।
Ayushman Bharat: ଚଳିତ ଆର୍ଥିକ ବର୍ଷରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆୟୁଷ୍ମାନ ଭାରତ ଯୋଜନା ପାର୍ଟ ୧ ଓ ୨ ଓଡ଼ିଶାରେ ଲାଗୁ କରିବା ପାଇଁ ଆମେ ପ୍ରସ୍ତୁତି ଚଳାଇଛୁ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ସରିଛି ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି। ଚଳିତ ଆର୍ଥକ ବର୍ଷ ଶେଷ ସୁଦ୍ଧା କାର୍ଡ ଇସ୍ୟୁ କରିବା ସହ ଯୋଜନାର ଶୁଭାରମ୍ଭ କରାଯିବ। ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଗୋଟିଏ କାର୍ଡ ହେବ। ସାଢେ ତିନି କୋଟି ଲୋକଙ୍କୁ ମିଳିବ ସ୍ବତନ୍ତ୍ର କାର୍ଡ।
7 Maoist Killed: ମାଲକାନଗିରି ଜିଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟ ମୁଲୁଗୁ ଜିଲ୍ଲା ଚାଲାପାକା ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୭ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ତେଲେଙ୍ଗାନା ରାଜ୍ୟ ମୁଲୁଗୁ ଜିଲାର ଚାଲାପାକା ଜଙ୍ଗଲରେ ମାଓବାଦୀ ନେତା ଭଦରୁ ସହ ଏକ ଟିମ୍ କ୍ୟାମ୍ପ୍ କରି ରହିଥିବା ପୁଲିସକୁ ସୂଚନା ମିଳିଥିଲା। ତେବେ ଯବାନମାନେ ଆସିବା ଜାଣି ଆଜି ଭୋର୍ ସକାଳୁ ପ୍ରାୟ ୫.୩୦ ମିନିଟ୍ ସମୟରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏହି ଗୁଳି ବିନିମୟରେ ୭ ମାଓବାଦୀ ନିହତ ହୋଇଛନ୍ତି।
Bhubaneswar To Jaipur Flight: ଆଜିଠୁ ଭୁବନେଶ୍ବରରୁ ଜୟପୁରକୁ ଦୈନିକ ଉଡ଼ାଣ ଭରିବ ଦୁଇଟି ବିମାନ। ପୂର୍ବରୁ ଦିନକୁ ଗୋଟିଏ ବିମାନ ରାଜଧାନୀ ଭୁବନେଶ୍ବରରୁ ଜୟପୁରକୁ ଉଡ଼ାଣ ଭରୁଥିଲା । ଦୁଇଟି ବିମାନ ଚଳାଇବାକୁ ଦାବି ହୋଇ ଆସୁଥିବା ବେଳେ ଏବେ ଏହା ପୂରଣ ହୋଇଛି । ଏଥିପାଇଁ ୱାନ ଏୟାର ଅନଲାଇନ ଟିକଟ ବୁକିଙ୍ଗ ମଧ୍ୟ ଆରମ୍ଭ ହୋଇସାରିଛି । ମାତ୍ର ୩ହଜାର ୮୨୩ ଟଙ୍କାରେ ଜୟପୁରରୁ ରାଜଧାନୀକୁ ଆସିପାରିବେ ଯାତ୍ରୀ ।
Cuttack Crime News: ପୁଅବୋହୂଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଘଟଣାରେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂର ମୃତ୍ୟୁ। ସେପଟେ ପୁଅର ଅବସ୍ଥା ଗୁରୁତର, ଆଇସିୟୁରେ ଚାଲିଛି ଚିକିତ୍ସା। ବାରଙ୍ଗ ଗୋଡ଼ିସାହିରେ କାଲି ପେଟ୍ରୋଲ ଢାଳି ଜାଳି ଦେଇଥିଲା ବାପା। ପୋଲିସର ଛାନଭିନ୍ ଆରମ୍ଭ ।
Tunnel Collapsed: ରାଜସ୍ଥାନର କୋଟାରେ ଏକ ନିର୍ମାଣାଧୀନ ଟନେଲ ଆଜି ସକାଳେ ଭୁଶୁଡ଼ି ପଡ଼ିଛି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେର ମୁକୁନ୍ଦରା ହିଲ୍ସ ଟାଇଗର ରଜର୍ଭ ନିକଟରେ ଏହି ଟନେଲ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଟନେଲର ଗୋଟିଏ ଭାଗ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଦବି ଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ କୋଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Road Accident: ଛତିଶଗଡ଼ର ଅମ୍ବିକାପୁର ଜିଲ୍ଲା ଗୁମଗା ଗ୍ରାମ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏଠାରେ ଥିବା ଏକ ଗେଷ୍ଟ ହାଉସ ନିକଟ ୧୩୦ ନମ୍ବର ଜାତୀୟ ରାଜପଥରେ ଆଜି ସକାଳ ପ୍ରାୟ ୫ଟାରେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ ସହ ଧକ୍କା ହେବା ପରେ ଏକ କାର୍ ଏହା ଭିତରେ ପଶିଯାଇଥିଲା । ସୂଚନା ମୁତାବକ, ରାୟପୁରରୁ ଅମ୍ବିକାପୁର ଦ୍ରୁତ ଗତିରେ ଯାଉଥିବା କାରଟି ହଠାତ୍ ଅନିୟନ୍ତ୍ରିତ ହୋଇ ଟ୍ରକ୍ ସହ ଧକ୍କା ହୋଇଥିଲା ।
Revanth Reddy Announce For Farmer: ତେଲେଙ୍ଗାନାରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା। ୨୧ହଜାର କୋଟିର ଚାଷୀ ରୁଣ ଛାଡ଼ କରି ଇତିହାସ ରଚିଲେ ରେବନ୍ତ ରେଡ୍ଡୀ ସରକାର। ମହାବନଗର ଜିଲ୍ଲାର ଆମିଷ୍ଟାପୁରରେ ତିନି ଦିନିଆ କୃଷକ ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
World Aids Day: ଆଜି ହେଉଛି ବିଶ୍ୱ ଏଡସ ଦିବସ । ଏହି ଦିବସ ପ୍ରତିବର୍ଷ ଡିସେମ୍ବର ୧ ତାରିଖରେ ଜନ ସଚେତନ ପାଇଁ ପାଳନ କରାଯାଏ । କିନ୍ତୁ ଚିକିତ୍ସା ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ କିଛି ଚିକିତ୍ସାର ସମ୍ଭବ ଆଜି ସୁଦ୍ଧା ହୋଇପାରିନାହିଁ । ସେହିମଧ୍ୟରୁ ଏଡସ ହେଉଛି ଏମିତି ରୋଗ ଯାହାକୁ ରୋକିବା ପାଇଁ କେବଳ ସଚେତନ ହିଁ ଆବଶ୍ୟକ ।